Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 21:11 - ପବିତ୍ର ବାଇବଲ

11 ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରିୟଥ୍ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନୁସାରେ ଏହି ସ୍ଥାନର ନାମ ଅର୍ବ ରଖାଯାଇ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରୀୟଥର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥିତ ତଳିଭୂମି ଦେଲେ, (ଏହାକୁ ହିବ୍ରୋଣ କହନ୍ତି); ଅର୍ବ ଅନାକର ପିତା ଥିଲା।

Gade chapit la Kopi

ଓଡିଆ ବାଇବେଲ

11 ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥିତ ତଳିଭୂମି ଦେଲେ, (ଏହାକୁ ହିବ୍ରୋଣ କହନ୍ତି); ଅର୍ବ ଅନାକର ପିତା ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥିତ ତଳିଭୂମି ଦେଲେ, (ଏହାକୁ ହିବ୍ରୋଣ କହନ୍ତି); ଅର୍ବ ଅନାକର ପିତା ଥିଲା।

Gade chapit la Kopi




ଯିହୋଶୂୟ 21:11
15 Referans Kwoze  

ସେମାନଙ୍କୁ ହିବ୍ରୋଣ ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷେତ୍ରମାନ ଦତ୍ତ ହେଲା।


ଠିକ୍ ତା'ପରେ ମରିୟମ ପ୍ରସ୍ତୁତ ହେଲେ ଓ ତରତର ହୋଇ ଯିହୂଦାର ପାହାଡ଼ିଆ ପ୍ରଦେଶସ୍ଥିତ ଗୋଟିଏ ନଗରକୁ ବାହାରି ପଡ଼ିଲେ।


ଏହିପରି ଗ୍ଭରି ବର୍ଷ ପରେ ଅବଶାଲୋମ ରାଜା ଦାଉଦଙ୍କୁ କହିଲେ, “ଦୟାକରି ମୋତେ ହିବ୍ରୋଣକୁ ମୋର ଶପଥ ପୁରଣ କରିବା ପାଇଁ ଯିବାକୁ ଦିଅନ୍ତୁ।


ଏହା ପରେ ଯିହୁଦାର ଲୋକମାନେ କିଣାନୀୟମାନଙ୍କ ସହିତ ଯୁଦ୍ଧ କଲେ, ଯେଉଁମାନେ ହିବ୍ରୋଣ ସହରରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିୟଥ ଅର୍ବ ଯିହୁଦାର ଲୋକମାନେ ଶେଶୟ, ଅହୀମାନ ଓ ତନ୍ମୟକୁ ପରାସ୍ତ କଲେ।


ହୁ‌ମ୍‌ଟା, କିରିୟଥ୍-ଅର୍ବ ହିବ୍ରୋଣ ଓ ସୀୟୋର, ଏହିପରି ନଅ ଗୋଟି ସହର ଓ ତା'ର ଚତୁର୍ପାର୍ଶ୍ୱରେ ଥିବା ସହର ସମୂହ।


ଅତୀତରେ ସେ ସହରର ନାମ ଥିଲା କିରିୟଥ-ଅର୍ବ। ଏହି ସହର ଲୋକମାନଙ୍କ ମଧ୍ୟରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନୁସାରେ ଏ ଭୂମିର ନାମକରଣ କରାଯାଇଥିଲା। ଏହା ପରେ ସେ ଭୂମିରେ ଶାନ୍ତି ଫେରି ଆସିଲା।


ଏହା ପରେ ସେ କିରିୟଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇ‌ସ୍‌ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇ‌ସ୍‌ହାକ ନିକଟରେ ଉପସ୍ଥିତ ହେଲେ।


ସାରା କିଣାନ ଦେଶସ୍ଥ କିରିୟଥ-ଅର୍ବର ହିବ୍ରୋଣରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।


ପ୍ରଥମ ପସନ୍ଦ ସହର ଭିତରେ ଲେବୀୟମାନଙ୍କୁ ଦିଆଗଲା କହାତର ବଂଶୀୟମାନଙ୍କର ହେଲା।


ସେହି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସେମାନେ ଯିଫୁନ୍ନିର ପୁତ୍ର କାଲେ‌ବ୍‌କୁ ଅଧିକାର କରିବାକୁ ଦେଲେ।


ଓ ହିବ୍ରୋଣକୁ ଦାଉଦ ଆଣିଥିବା ଦ୍ରବ୍ୟ ଏହି ନେତାମାନଙ୍କ ନିକଟକୁ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକୁ ପଠାଇଲେ। ଯେଉଁଠାରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ।


Swiv nou:

Piblisite


Piblisite