Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 20:9 - ପବିତ୍ର ବାଇବଲ

9 ସେମାନଙ୍କ ମଧ୍ୟରେ ବାସ କରୁଥିବା ଯଦି ଜଣେ ବିଦେଶୀ ଅନିଛାରେ ଜଣେ ବ୍ୟକ୍ତିକୁ ହତ୍ୟାକରେ, ତାକୁ ଯେକୌଣସି ନିରାପଦ ସହରକୁ ଯିବା ପାଇଁ ଅନୁମତି ଦିଆଯିବ। ତା'ହେଲେ ସେହି ମନୁଷ୍ୟଟି ନିରାପଦ ହେବ ଏବଂ ପ୍ରତିଶୋଧ ପାଇଁ ଗୋଡ଼ାଇଥିବା ସମ୍ପର୍କୀୟମାନଙ୍କ ଦ୍ୱାରା ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ ନାହିଁ। ନ୍ୟାୟାଳୟରେ ବିଗ୍ଭର ହେବା ପର୍ଯ୍ୟନ୍ତ ସେହି ନିରାପଦ ସହରରେ ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କେହି ଭ୍ରାନ୍ତିରେ ନରହତ୍ୟା କଲେ, ମଣ୍ତଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତପ୍ରତିହନ୍ତାର ହସ୍ତରେ ନ ମରେ, ଏନିମନ୍ତେ ଇସାଏଲ-ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା।

Gade chapit la Kopi

ଓଡିଆ ବାଇବେଲ

9 କେହି ଭ୍ରାନ୍ତିରେ ନରହତ୍ୟା କଲେ, ମଣ୍ଡଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତର ପ୍ରତିହନ୍ତାର ହସ୍ତରେ ନ ମରେ, ଏନିମନ୍ତେ ଇସ୍ରାଏଲ ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କେହି ଭ୍ରାନ୍ତିରେ ନରହତ୍ୟା କଲେ, ମଣ୍ଡଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତର ପ୍ରତିହନ୍ତାର ହସ୍ତରେ ନ ମରେ, ଏନିମନ୍ତେ ଇସ୍ରାଏଲ ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା।

Gade chapit la Kopi




ଯିହୋଶୂୟ 20:9
5 Referans Kwoze  

ଇସ୍ରାଏଲର ଲୋକମାନଙ୍କ ନିମନ୍ତେ, ବିଦେଶରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାୟୀବାସିନ୍ଦାମାନଙ୍କ ନିମନ୍ତେ ସେହି ଛଅ ନଗର ଆଶ୍ରୟସ୍ଥାନ ହେବ; ତହିଁରେ ଯେ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଲାଇ ଯାଇପାରିବ।


ସେହି ଲୋକଟି ସେଠାରେ ସେହି ପର୍ଯ୍ୟନ୍ତ ରହିବ ଯେପର୍ଯ୍ୟନ୍ତ ସେ ବିଗ୍ଭରକ ମଣ୍ଡଳୀ ସାକ୍ଷାତରେ ଠିଆ ହୋଇଥିବେ। ପୁଣି ସେହି ସମୟରେ ମହାଯାଜକର ମୃତ୍ୟୁ ହେବାଯାଏ, ସେ ସେହି ନଗରରେ ବାସ କରିବ। ଏହା ପରେ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା, ନିଜର ସେହି ନଗରକୁ ଓ ନିଜ ଗୃହକୁ ଫେରିଯିବ।”


ଏହି କଥା ଜଣେ ପଳାୟନକାରୀ ନିଶ୍ଚିତ କରିବ। “ନିଜ ସହରରୁ ପଳାୟନ କରୁଥିବା ଜଣେ ଲୋକ ନଗରର ପ୍ରବେଶ ଫାଟକ ପର୍ଯ୍ୟନ୍ତ ଦୌଡ଼ି ସେଠାରେ ବନ୍ଦ କରିବା ଉଚିତ୍। ତା’ ପ୍ରତି କ’ଣ ଘଟିଲା ସେ ନିହାତି ମୂଖ୍ୟ ଲୋକମାନଙ୍କୁ କହିବ। ତା'ପରେ ମୂଖ୍ୟମାନେ ତାକୁ ନଗରରେ ପ୍ରବେଶ କରିବାକୁ ଅନୁମତି ଦେବେ। ସେମାନେ ତାକୁ ସେମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେଇ ପାରନ୍ତି।


ଏହିରୂପେ ତୁମ୍ଭମାନଙ୍କ ନଗର ମଧ୍ୟରୁ ଛଅ ଗୋଟି ଆଶ୍ରୟ ନଗର ହେବ।


ଏହା ପରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେ‌ତ୍‌ସର ଓ ଗାଦ୍ ବଂଶର ଗିଲିୟଦରେ ରାମୋତ୍ ମନଃଶି ବଂଶର ବାଶନର ଗୋଲନ୍ ନିରୂପଣ କଲେ।


Swiv nou:

Piblisite


Piblisite