Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 2:2 - ପବିତ୍ର ବାଇବଲ

2 କେହି ଲୋକ ଯିରୀହୋର ରାଜାଙ୍କୁ ଏ କଥା ଜଣାଇଲା, “ଗତ ରାତ୍ରିରେ ଇସ୍ରାଏଲର କେତେକ ଲୋକ ଆମ୍ଭ ଦେଶର ଦୁର୍ବଳତା ଖୋଜିବା ପାଇଁ ଏହି ସ୍ଥାନକୁ ଆସିଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, ଦେଖ, ଆଜ ରାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏସ୍ଥାନକୁ ଆସିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

2 ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, ଦେଖ, ଆଜ ରାତ୍ର ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏହି ସ୍ଥାନକୁ ଆସିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, “ଦେଖ, ଆଜି ରାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏହି ସ୍ଥାନକୁ ଆସିଅଛନ୍ତି।”

Gade chapit la Kopi




ଯିହୋଶୂୟ 2:2
7 Referans Kwoze  

ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ୱର୍ଗୀୟ ଶକ୍ତି ବଳରେ ପରମେଶ୍ୱର ନିଜ ଇଚ୍ଛାନୁସାରେ ପୃଥିବୀ ନିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି। କେହି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନ ପାରେ ଓ କେହି ତାଙ୍କୁ କିଛି ପ୍ରଶ୍ନ କରି ନ ପାରେ।


“ଆମ୍ଭେ ସର୍ବଦା ଅନନ୍ତ ପରମେଶ୍ୱର ହୋଇ ରହିବୁ। ଆମ୍ଭେ ଯାହା କରିବୁ କେହି ତାହା ଅନ୍ୟଥା କରି ପାରିବ ନାହିଁ। ଆମ୍ଭ ପରାକ୍ରମ ନିକଟରେ କେହି ହେଲେ ଅନ୍ୟଜଣକୁ ରକ୍ଷା କରି ପାରିବ ନାହିଁ।”


ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।


ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ। ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।


ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ଲୋକ ଆକାସିଆରେ ଛାଉଣି ସ୍ଥାପନ କଲେ। ଯିହୋଶୂୟ ଦୁଇଜଣ ଗୁପ୍ତଚରଙ୍କୁ ପଠାଇଲେ, କୌଣସି ଲୋକ ଏ କଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନରେ ପଠାଇ ଥିଲେ। ଯିହୋଶୂୟ ଦୁଇ ଜଣଙ୍କୁ କହିଲେ, “ଯାଅ, ବିଶେଷତଃ ଯିରୀହୋ ନଗର ନିରୀକ୍ଷଣ କର।” ତେଣୁ ସେମାନେ ଯିରୀହୋ ନଗରକୁ ଗଲେ, ସେମାନେ ଯାଇ ଏକ ବ୍ୟଭିଗ୍ଭରିଣୀ ଗୃହରେ ରହିଲେ। ସେହି ବ୍ୟଭିଗ୍ଭରିଣୀର ନାମ ରାହାବ ଥିଲା।


ତେଣୁ ଯିରୀହୋର ରାଜା ଏହି ବାର୍ତ୍ତା ରାହାବ ନିକଟକୁ ପଠାଇଲେ, “ଯେଉଁ ଲୋକମାନେ ଆସି ତୁମ୍ଭ ଗୃହରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ବାହାର କରି ଆଣ। ଯେହେତୁ ସେମାନେ ସମସ୍ତେ ଦେଶ ଅନୁସନ୍ଧାନରେ ଆସିଛନ୍ତି।”


ଏଣୁ ଦା‌ନ୍‌ର ପରିବାରବର୍ଗ ସେମାନଙ୍କ ପରିବାରବର୍ଗରୁ ପାଞ୍ଚ ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରିୟ ଓ ଇଷ୍ଟାୟୋଲଠାରୁ ପଠାଇଲେ, ସେମାନେ ସେମାନଙ୍କୁ କହିଲେ, “ଯାଅ ଏବଂ ଆଉ କିଛି ଅଧିକ ଦେଶ ଅନୁସନ୍ଧାନ କର।” ସେହି ପାଞ୍ଚ ଜଣ ଇଫ୍ରୟିମ-ପର୍ବତମୟସ୍ଥ ଦେଶସ୍ଥିତ ମୀଖାର ଗୃହରେ ରାତ୍ରି ଯାପନ କଲେ।


Swiv nou:

Piblisite


Piblisite