Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 2:18 - ପବିତ୍ର ବାଇବଲ

18 ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ରକ୍ଷା କରିଛ, ଆମ୍ଭେମାନେ ଏ ଦେଶକୁ ଆସିବା ବେଳେ ତୁମ୍ଭେ ସେହି ଝରକାରେ ଏହି ନାଲିଧଡ଼ି ଫିତା ବାନ୍ଧି ରଖିଥିବ। ପୁଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କୁ ତୁମ୍ଭର ନିକଟରେ ଏକତ୍ର କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଦେଖ, ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ଆମ୍ଭେମାନେ ଏଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୂରବର୍ଣ୍ଣ ସୂତାଡୋରି ବାନ୍ଧି ରଖିବ; ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭ୍ରାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ।

Gade chapit la Kopi

ଓଡିଆ ବାଇବେଲ

18 ଦେଖ, ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ଆମ୍ଭେମାନେ ଏ ଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୂରବର୍ଣ୍ଣ ସୂତାଡୋରି ବାନ୍ଧି ରଖିବ; ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭ୍ରାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଦେଖ, ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ଆମ୍ଭେମାନେ ଏ ଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୂର ବର୍ଣ୍ଣ ସୂତାଡୋରି ବାନ୍ଧି ରଖିବ; ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭ୍ରାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ।

Gade chapit la Kopi




ଯିହୋଶୂୟ 2:18
19 Referans Kwoze  

ତେଣୁ ସେ ଦୁଇ ଜଣ ଗୁପ୍ତଚର ଗୃହ ମଧ୍ୟକୁ ପ୍ରବେଶ କଲେ ଏବଂ ରାହାବକୁ ବାହାରକୁ ଆଣିଲେ। ସେମାନେ ମଧ୍ୟ ରାହାବର ପିତା, ମାତା, ଭଉଣୀ ଏବଂ ତା'ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥିବା ସମସ୍ତ ଲୋକମାନଙ୍କୁ ବାହାରକୁ ଆଣିଲେ। ଏବଂ ସେମାନଙ୍କୁ ଇସ୍ରାଏଲର ଛାଉଣି ବାହାରେ ନିରାପଦରେ ରଖିଲେ।


ସେ ସ୍ତ୍ରୀଲୋକଟି ଉତ୍ତର ଦେଇ କହିଲା, “ତୁମ୍ଭେ ଯାହା କହିଲ ମୁଁ ଠିକ୍ ସେହିପରି କରିବି।” ସ୍ତ୍ରୀଲୋକଟି ସେମାନଙ୍କୁ ବିଦାୟ ଦେଲା, ତା'ପରେ ସେ ଲୋକମାନେ ସ୍ଥାନ ପରିତ୍ୟାଗ କଲେ। ତା'ପରେ ସେହି ସ୍ତ୍ରୀଲୋକ ଜଣକ ସେହି ନାଲି ଧଡ଼ି ଫିତାଟିକୁ ସେହି ଝରକାରେ ବାନ୍ଧି ରଖିଲା।


ପ୍ରଥମରେ, ବ୍ୟବସ୍ଥାର ପ୍ରତ୍ୟେକ ଈଶ୍ୱରୀୟ ଆଜ୍ଞା ମୋଶା ଲୋକମାନଙ୍କୁ କହିଥିଲେ। ତା'ପରେ ମୋଶା ବାଛୁରିଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା'ପରେ ସେ ଲାଲ ରଙ୍ଗ ଓ ଏସୋବର ଡାଳଟିଏ ନେଇ ଜଳ ମିଶ୍ରିତ ରକ୍ତ ବ୍ୟବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ।


ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”


ଯଦି ଲୋକଟି ସୁସ୍ଥ ତେବେ ଯାଜକ ତାହା ପାଇଁ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, କିଛି ଏରସ୍ କାଠ, ସିନ୍ଦୁରବର୍ଣ୍ଣ (ଲୋମ) ଓ ବନସ୍ପତିର ପତ୍ର ନେବା ପାଇଁ ଆଜ୍ଞା ଦେବ।


ମୁଁ ଜେ‌‌‌‌‌‌‌‌ଲ୍‌‌‌‌‌‌‌ରେ ରହିବା ଦ୍ୱାରା ସେ ଲଜ୍ଜିତ ହୋଇ ନାହାନ୍ତି।


ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ ବାକ୍ୟ କହିବେ, ଯାହାଦ୍ୱାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।’


ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସେଠାରେ ସେ ବହୁତ ଲୋକମାନଙ୍କୁ ଏକତ୍ରିତ ହେବାର ଦେଖିଲେ।


ଯୀଶୁ କହିଲେ, “ଏ ଲୋକଟି ପ୍ରକୃତରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପଯୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ।


ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ରଙ୍ଗର ସୂତା ନେଇ ସେହି ଗାଈ ଦାହର ଅଗ୍ନି ମଧ୍ୟରେ ପକାଇବ।


ତା'ପରେ ସେ ସମସ୍ତ ଉପରେ ସେମାନେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଏବଂ ତା'ପରେ ଶିଶୁକଚର୍ମରେ ଆଚ୍ଛାଦନ କରିବେ। ତା'ପରେ ସେମାନେ ସେହି ସାଙ୍ଗୀ କଡ଼ା ଭିତରେ ପୁରାଇବେ।


ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଙ୍କେତ ହେବ।


ଏହା ପରେ ସଦାପ୍ରଭୁ ନୋହଙ୍କୁ କହିଲେ, “ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧ୍ୟରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହୋଇ ଜାହାଜରେ ପ୍ରବେଶ କର।


ଯେହେତୁ ମୋ’ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହିପାରିବି?”


ତୁମ୍ଭର ଓଷ୍ଠାଧର ଉଜ୍ଜ୍ୱଳ ଲୋହିତ ରଙ୍ଗର ଫିତା ଓ ତୁମ୍ଭର ପାଟି ସୁନ୍ଦର। ଓଢ଼ଣା ତଳେ ତୁମ୍ଭ କପାଳ ଡାଳିମ୍ବ ଖଣ୍ଡ ତୁଲ୍ୟ।


ମନେରଖ ସେହି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ୱରୂପ ହେବ। ମୁଁ ଯେତେବେଳେ ସେହି ରକ୍ତ ଦେଖିବି ସେହି ଘରକୁ ଛାଡ଼ି ଆଗକୁ ଆଗେଇବି। ସଂହାର କାର୍ଯ୍ୟ କେବଳ ମିଶର ଉପରେ ହେବ ତୁମ୍ଭମାନଙ୍କର କିଛି ହେବ ନାହିଁ।


ଯିହୋଶୂୟ ରାହାବକୁ ଓ ତା'ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗୁପ୍ତଚରମାନଙ୍କୁ ସାହାଯ୍ୟ କରିଥିଲା ଓ ରକ୍ଷା କରିଥିଲା। ଯିରୀହୋ ସହର ଉପରେ ଗୁପ୍ତ ଦୃଷ୍ଟି ରଖିବା ପାଇଁ ଯିହୋଶୂୟ ପଠାଇଥିବା ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। ତେଣୁ ରାହାବ ଏବେ ମଧ୍ୟ ଇସ୍ରାଏଲମାନଙ୍କ ସହିତ ବାସ କରୁଅଛି।


Swiv nou:

Piblisite


Piblisite