Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 19:28 - ପବିତ୍ର ବାଇବଲ

28 ଏହାର ସୀମା ଇବ୍ରୋଣ, ରହୋବ୍ ହମ୍ମୋନ୍, କାନ୍ନା ଓ ସୁଦୂର ମହାସୀଦୋନ୍ ପର୍ଯ୍ୟନ୍ତ ଲାଗିଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

28 ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;

Gade chapit la Kopi

ଓଡିଆ ବାଇବେଲ

28 ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;

Gade chapit la Kopi




ଯିହୋଶୂୟ 19:28
15 Referans Kwoze  

ଆଶେର ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶେର ପରିବାରବର୍ଗର ଲୋକମାନେ ଯେଉଁମାନେ ସେମାନଙ୍କ ସହିତ ଅ‌କ୍‌କୋନିବାସୀ, ସୀଦୋନ୍, ଅହଲବ୍, ଅକଷୀବ, ହିଲବା, ଅଫିକ୍ ଓ ରୋହବରୁ ବସବାସ କରୁଥିଲେ, ସେହି ଲୋକମାନଙ୍କୁ ବିତାଡ଼ିତ କଲେ ନାହିଁ।


ସଦାପ୍ରଭୁ ଇସ୍ରାଏଲର ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ। ଇସ୍ରାଏଲୀୟମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋ‌‌‌ତ୍‌‌‌ମୟିମ୍ ପର୍ଯ୍ୟନ୍ତ ଆଉ ପୂର୍ବ ଦିଗରେ ମିସ୍ପିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ। ପୁଣି ସେମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ। ସେମାନେ ସମସ୍ତଙ୍କୁ ସଂହାର କଲେ।


ଯୀଶୁ ଗାଲୀଲର କାନ୍ନା ନଗରକୁ ପୁଣି ଥରେ ଗଲେ। କାନ୍ନାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ୟକର୍ମଗ୍ଭରୀ କଫର୍ନାହୂମ ନଗରରେ ବାସ କରୁଥିଲେ। ଏହି ବ୍ୟକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।


ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା। ସେ ଏହି ଆଶ୍ଚର୍ଯ୍ୟକାମ ଗାଲିଲୀର କାନ୍ନା ସହରରେ କରିଥିଲେ। ଏହିପରି ଭାବେ ସେ ଆପଣା ମହିମା ଦେଖାଇଲେ। ଏବଂ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ।


ତିନି ଦିନ ପରେ ଗାଲିଲୀର କାନ୍ନା ସହରରେ ଗୋଟିଏ ବିବାହ ହେଲା ଆଉ ଯୀଶୁଙ୍କ ମା ସେଠାରେ ଥିଲେ।


ସଦାପ୍ରଭୁ କୁହନ୍ତି, “ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ୟା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ୱଂସ ହେବ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ୟ, ସେଠାରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।”


ହେ ସୀଦୋନ, ତୁମ୍ଭେମାନେ ଲଜ୍ଜିତ ହୁଅ। କାରଣ ସାଗର ଓ ସାଗରର ଦୃଢ଼ ଦୁର୍ଗ କୁହନ୍ତି: “ମୋର ପିଲା ନାହାନ୍ତି। ତେଣୁ ମୁଁ ପ୍ରସବ ବେଦନା ଅନୁଭବ କରି ନାହିଁ। ପ୍ରସବ କରି ନ ଥିବାରୁ ଯୁବକମାନଙ୍କର ପ୍ରତିପାଳନ କରି ନାହିଁ କିମ୍ବା ଯୁବତୀମାନଙ୍କର ଭରଣପୋଷଣ କରି ନାହିଁ।”


ହେ ଦ୍ୱୀପ ନିବାସୀଗଣ ତୁମ୍ଭେମାନେ ନୀରବ ହୁଅ ଓ ଦୁଃଖିତ ହୁଅ। ସୋର ଥିଲା “ସୀଦୋନର” ବଣିକ। ସେହି ଦେଶର ବଣିକମାନେ ସମୁଦ୍ର ପାର ହୋଇ ତୁମ୍ଭର ଦେଶକୁ ଧନରେ ପରିପୂର୍ଣ୍ଣ କଲେ।


ତହିଁରେ ସୀଦୋନଠାରୁ ଗରାର ଦିଗକୁ ହସା ପର୍ଯ୍ୟନ୍ତ ପୁଣି ସଦୋମ, ହମୋରା ଓ ଅଦ୍ମା, ସବୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ ବସତିର ସୀମା ଥିଲା।


ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ। ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ।


ତା'ପରେ ସେମାନେ ପୂର୍ବରେ ଥିବା ଗିଲିୟ‌‌‌‌ଦ୍‌‌‌‌କୁ ଓ ତହତୀମ୍ ହ‌‌‌‌ଦ୍‌‌‌‌ଶି ଦେଶକୁ ଗଲେ। ତା'ପରେ ସେମାନେ ବୁଲି ସୀଦୋନକୁ ଆସିଲେ।


ହିଲକତ୍ ଓ ତା'ର ତଳଭୂମି, ରହୋବ୍ ଓ ତା'ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।


ପୁଣି ତାଙ୍କର କେହି ଉଦ୍ଧାର କର୍ତ୍ତା ନ ଥିଲେ। କାରଣ ତାହା ସୀଦୋନଠାରୁ ଦୂର ଥିଲା, ସେମାନଙ୍କର ଅନ୍ୟ ଲୋକମାନଙ୍କ ସହିତ ଚୂକ୍ତି ନ ଥିଲା। ଲୟିଶ ବୈ‌ଥ୍‌ରହୋବର ଓ ନିକଟସ୍ଥ ତଳ ଭୂମିରେ ଥିଲା। ଏହା ପରେ ସେମାନେ ନୂତନ ନଗର ନିର୍ମାଣ କରି ସେଠାରେ ବାସ କଲେ।


ସେମାନେ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କ ଓ କିଣାନୀୟମାନଙ୍କ ସମସ୍ତ ନଗରରେ ପହଞ୍ଚିଲେ। ସେମାନେ ‌ବେ‌ର୍‌ଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରି ଗଲେ।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୀଦୋନ ଆଡ଼କୁ ମୁହଁ ବୁଲାଇ ତାହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର।


Swiv nou:

Piblisite


Piblisite