Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 19:1 - ପବିତ୍ର ବାଇବଲ

1 ଏହା ପରେ ଯିହୋଶୂୟ ଶିମିୟୋନ ପରିବାରବର୍ଗମାନଙ୍କ ଗୋଷ୍ଠୀକୁ ସେମାନଙ୍କର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ଯିହୁଦାର ଅନ୍ତର୍ଗତ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଶିମୀୟୋନର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ- ସନ୍ତାନମାନଙ୍କ ବଂଶ ପାଇଁ ଦ୍ଵିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଶିମୀୟୋନର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଶିମୀୟୋନର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।

Gade chapit la Kopi




ଯିହୋଶୂୟ 19:1
10 Referans Kwoze  

ଶିମିୟୋନ ସନ୍ତାନଗଣର ଏହି ଅଧିକାର ଯିହୁଦା ସନ୍ତାନଗଣର ଏକ ଅଂଶ ଥିଲା। କାରଣ ଯିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା। ଏଥିପାଇଁ ଶିମିୟୋନ ସନ୍ତାନଗଣ ସେମାନଙ୍କର ଅଧିକାର ମଧ୍ୟରେ ଅଧିକାର ପାଇଲେ।


ସେଲା, ଏଲଫ୍, ଯିବୂଷ, ଗିବିୟା ଓ କିରିୟଥ ଗ୍ରାମ ସମେତ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।


ସେମାନେ ଯାହାସବୁ ପାଇଲେ ତାହା ସବୁ ହେଲା, ‌ବେ‌ର୍‌ଶେବା ଓ ମୋଲାଦା।


ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର। ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଓ ସବୂଲୂନ ଏମାନେ ଲେୟାର ସନ୍ତାନ।


ନେଗେଭର ଦକ୍ଷିଣାଞ୍ଚଳର ଇଦୋମ ସୀମା ନିକଟରେ ଯିହୁଦା ସନ୍ତାନମାନଙ୍କ ପରିବାରବର୍ଗ ପ୍ରାନ୍ତ ଭାଗସ୍ଥ ଏହିସବୁ ନଗର ଥିଲା, କବସେଲ ଓ ଏଦର ଓ ଯାଗୁର ମଧ୍ୟ।


ଶିମୟିଙ୍କର ବଂଶଧରମାନେ ‌ବେ‌ର୍‌ଶେବା, ମୋଲାଦାର, ହତ୍‌ସରସୁୟାଲ,


ଶିମିୟୋନ ପରିବାରବର୍ଗରୁ 12,000 ଲେବୀ ପରିବାରବର୍ଗରୁ 12,000 ଇସାଖର ପରିବାରବର୍ଗରୁ 12,000


Swiv nou:

Piblisite


Piblisite