Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 18:8 - ପବିତ୍ର ବାଇବଲ

8 ତେଣୁ ଲୋକମାନେ ଯେଉଁମାନେ ବଛା ଯାଇଥିଲେ, ସେମାନେ ଯାଇ ଦେଶ ଅନୁଧ୍ୟାନ କରି ସେ ବିଷୟରେ ଲେଖିଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ଭ୍ରମଣ କରି ତହିଁ ବିଷୟରେ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ, ତା'ପରେ ମୁଁ ଶୀଲୋର ପରମେଶ୍ୱରଙ୍କ ସମ୍ମୁଖରେ ଗୁଲିବାଣ୍ଟ ପକାଇ ବାଣ୍ଟି ଦେବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ; ପୁଣି ଯିହୋଶୂୟ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ; ତହିଁରେ ଆମ୍ଭେ ଏହି ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା।

Gade chapit la Kopi

ଓଡିଆ ବାଇବେଲ

8 ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ; ପୁଣି ଯିହୋଶୂୟ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ; ତହିଁରେ ଆମ୍ଭେ ଏହି ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ; ପୁଣି ଯିହୋଶୂୟ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ; ତହିଁରେ ଆମ୍ଭେ ଏହି ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା।”

Gade chapit la Kopi




ଯିହୋଶୂୟ 18:8
13 Referans Kwoze  

ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ଯ୍ୟଗୁଡ଼ିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାଯ୍ୟ ପ୍ରଦାନ କରୁଥିବା କାର୍ଯ୍ୟମାନ କରିବା।


ଯିହୋଶୂୟ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ଭାଗ ଗୁଳା ପକାଇଲେ। ଏହିପରି ଭାବରେ ଯିହୋଶୂୟ ଉକ୍ତ ଜମିକୁ ସାତ ଭାଗରେ ବିଭକ୍ତ କରି ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭାଗ କଲେ। ପ୍ରତ୍ୟେକ ଜଣ ତାଙ୍କର ଅଂଶ ପାଇଲେ।


ତା'ପରେ ଶାଉଲ ପ୍ରାର୍ଥନା କଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କାହିଁକି ତୁମ୍ଭର ଦାସକୁ ଆଜି ଉତ୍ତର ଦେଲ ନାହିଁ? ଯଦି ମୁଁ କିମ୍ବା ମୋ’ ପୁଅ ଆଜି କିଛି ପାପ କରିଥାଉ, ତେବେ ଇଉରିମ୍ ଏବଂ ଇସ୍ରାଏଲୀୟ ପାପ କରିଥା’ନ୍ତି ତେବେ ଥୁମିଅମ୍ ଦିଅନ୍ତୁ।” ତହିଁରେ ଶାଉଲ ଓ ଯୋନାଥନ ବାଛି ନେଲେ ଏବଂ ଅନ୍ୟମାନେ ଛାଡ଼ ପାଇଲେ।


କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନ‌କ୍‌ସା ଅଙ୍କନ କରିବ। ତେବେ ତାହା ମୋତେ ଦେବ ଏବଂ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କ ଉପସ୍ଥିତିରେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ।


ଇସ୍ରାଏଲର ସମସ୍ତ ଲୋକ ଶୀଲୋଠାରେ ଏକତ୍ରିତ ହେଲେ। ସେମାନେ ସେହି ସ୍ଥାନରେ ସମାଗମ-ତମ୍ବୁ ସ୍ଥାପନ କଲେ। ସେମାନଙ୍କର ଦେଶକୁ ନିଜ ଅଧୀନରେ ରଖି ପାରିଲେ।


ଯିହୁଦା ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ପରିବାରବର୍ଗନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସିନ୍ ମରୁଭୂମିର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତ ଭାଗରେ ଥିଲା।


ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧବଂଶକୁ ଏହି ଭୂମି ବଣ୍ଟନ କରିଦିଅ।”


ତେଣୁ ତୁମ୍ଭେମାନେ ଯାଅ ଏବଂ ସମସ୍ତ ଦେଶରେ ଭ୍ରମଣ କର। ବର୍ତ୍ତମାନ ମୁଁ ଏହା ତୁମ୍ଭକୁ ଦେଲି।”


ତେଣୁ ସେହି ଲୋକମାନେ ସେ ଦେଶକୁ ଗଲେ, ଏବଂ ସେହି ଲୋକମାନେ ଦେଶରେ ସମସ୍ତ ଭାଗ ବୁଲି ଦେଖିଲେ, ଏବଂ ସେ ବିଷୟରେ ଏକ ବିବରଣୀ ଲେଖି ଯିହୋଶୂୟଙ୍କୁ ଜଣାଇଲେ। ସେମାନେ ସେଠାରେ ଥିବା ସମସ୍ତ ସହରକୁ ଚିଠା ଭିତରେ ଲେଖିଲେ ଓ ସେଗୁଡ଼ିକ ସେମାନେ ସାତ ଭାଗରେ ବିଭକ୍ତ କଲେ। ଏହା ପରେ ସେମାନେ ଶୀଲୋଠାରେ ଥିବା ଯିହୋଶୂୟ ନିକଟକୁ ଫେରି ଆସିଲେ।


ପରମେଶ୍ୱର ପୁଣି ସେମାନଙ୍କର ନିମନ୍ତେ ଗୁଲିବାଣ୍ଟ କରିଛନ୍ତି ଓ ତାଙ୍କର ହସ୍ତ ପରିମାପକ ରଜ୍ଜୁଦ୍ୱାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି। ସେମାନେ ତାହା ଚିରକାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ।


Swiv nou:

Piblisite


Piblisite