Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 18:7 - ପବିତ୍ର ବାଇବଲ

7 ଏଥିରେ ଲେବୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସେମାନଙ୍କର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସେବା କରିବା। ଏବଂ ଗାଦ୍, ରୁବେନ୍, ମନଃଶିର ଓ ଅର୍ଦ୍ଧବଂଶ ଯର୍ଦ୍ଦନ ପୂର୍ବ ପାରିରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସେବକ ମୋଶା ଯିଏ ସେମାନଙ୍କୁ ଏ ଭୂମି ଦେଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ଵ ପଦ ସେମାନଙ୍କର ଅଧିକାର; ଆଉ ଗାଦ୍ ଓ ରୁବେନ୍ ଓ ମନଃଶିର ଅର୍ଦ୍ଧବଂଶ ଯର୍ଦ୍ଦନ-ପୂର୍ବପାରିରେ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ଵାରା ଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

7 କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ୱ ପଦ ସେମାନଙ୍କର ଅଧିକାର; ଆଉ ଗାଦ୍‍ ଓ ରୁବେନ୍‍ ଓ ମନଃଶିର ଅର୍ଦ୍ଧ ବଂଶ ଯର୍ଦ୍ଦନ-ପୂର୍ବପାରିରେ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ୱ ପଦ ସେମାନଙ୍କର ଅଧିକାର; ଆଉ ଗାଦ୍‍ ଓ ରୁବେନ୍‍ ଓ ମନଃଶିର ଅର୍ଦ୍ଧ ବଂଶ ଯର୍ଦ୍ଦନ-ପୂର୍ବପାରିରେ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି।

Gade chapit la Kopi




ଯିହୋଶୂୟ 18:7
11 Referans Kwoze  

ମୋଶା ଲେବୀ ବଂଶଧରମାନଙ୍କୁ ଆଦୌ ଭୂମି ଦେଇ ନ ଥିଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ଯେ ସେ ନିଜେ ସେମାନଙ୍କର ଉତ୍ତରାଧିକାରୀ।


ସଦାପ୍ରଭୁ ହାରୋଣଙ୍କୁ କହିଲେ, “ସେମାନଙ୍କ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର।


ଏଥିପାଇଁ ଲେବୀର ଆପଣା ପରିବାରବର୍ଗ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର।


ମାତ୍ର ଲେବୀମାନେ ସମାଗମ-ତମ୍ବୁର ସେବା କରିବେ ଓ ସେମାନେ ଏଥିପାଇଁ ଦାୟୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହେବ। କିନ୍ତୁ ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଦେଶ ଅଧିକାର ପାଇବେ ନାହିଁ।


କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଯଜ୍ଞବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ପବିତ୍ର ସ୍ଥାନରେ ଯାଜକତ୍ୱ ପାଳନ କରିବ ଓ ସେବା କରିବ, ଆମ୍ଭେ ଆମ୍ଭର ଦାନଜନିତ ସେବାରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ। ଯଦି କେହି ଅଜଣା ବ୍ୟକ୍ତି ମୋର ପବିତ୍ର ସ୍ଥାନ ନିକଟକୁ ଆସେ, ତାକୁ ହତ୍ୟା କରାଯିବ।”


ସଦାପ୍ରଭୁଙ୍କର ଦାସ ମୋଶା ଏବଂ ଇସ୍ରାଏଲର ଲୋକମାନେ ସେ ରାଜାଗଣଙ୍କର ଦେଶକୁ ପରାସ୍ତ କରିଥିଲେ। ମୋଶା ସେମାନଙ୍କର ଦେଶଗୁଡ଼ିକ ଗାଦୀୟ, ରୁବେନୀୟ ପରିବାରବର୍ଗଙ୍କୁ ଏବଂ ମନଃଶିର ଅର୍ଦ୍ଧ ପରିବାରବର୍ଗକୁ ଦେଲେ।


Swiv nou:

Piblisite


Piblisite