Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 18:4 - ପବିତ୍ର ବାଇବଲ

4 ତେଣୁ ତୁମ୍ଭେମାନେ ପ୍ରତ୍ୟେକ ପରିବାରବର୍ଗରୁ ତିନି ଜଣ ଲେଖାଏଁ ବାଛ। ମୁଁ ସେମାନଙ୍କୁ ସମଗ୍ର ଦେଶ ଭ୍ରମଣ ପାଇଁ ପଠାଇବି, ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ଅନୁସାରେ ଲେଖି ଯେତେବେଳେ ଫେରିବେ ତାହା ଆମ୍ଭମାନଙ୍କୁ ଦେବେ। ଯେତେବେଳେ ସେମାନେ ମୋ’ ନିକଟକୁ ଫେରାଇ ଆଣିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତୁମ୍ଭେମାନେ ପ୍ରତ୍ୟେକ ବଂଶ ପାଇଁ ତିନି ତିନି ଜଣ ଦିଅ; ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା, ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କ ଅଧିକାରାନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରି ଆସିବେ।

Gade chapit la Kopi

ଓଡିଆ ବାଇବେଲ

4 ତୁମ୍ଭେମାନେ ପ୍ରତ୍ୟେକ ବଂଶ ପାଇଁ ତିନି ତିନି ଜଣ ଦିଅ; ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା, ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କ ଅଧିକାରାନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରି ଆସିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତୁମ୍ଭେମାନେ ପ୍ରତ୍ୟେକ ବଂଶ ପାଇଁ ତିନି ତିନି ଜଣ ଦିଅ; ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା, ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କ ଅଧିକାରାନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରି ଆସିବେ।

Gade chapit la Kopi




ଯିହୋଶୂୟ 18:4
9 Referans Kwoze  

ତେଣୁ ସେହି ଲୋକମାନେ ସେ ଦେଶକୁ ଗଲେ, ଏବଂ ସେହି ଲୋକମାନେ ଦେଶରେ ସମସ୍ତ ଭାଗ ବୁଲି ଦେଖିଲେ, ଏବଂ ସେ ବିଷୟରେ ଏକ ବିବରଣୀ ଲେଖି ଯିହୋଶୂୟଙ୍କୁ ଜଣାଇଲେ। ସେମାନେ ସେଠାରେ ଥିବା ସମସ୍ତ ସହରକୁ ଚିଠା ଭିତରେ ଲେଖିଲେ ଓ ସେଗୁଡ଼ିକ ସେମାନେ ସାତ ଭାଗରେ ବିଭକ୍ତ କଲେ। ଏହା ପରେ ସେମାନେ ଶୀଲୋଠାରେ ଥିବା ଯିହୋଶୂୟ ନିକଟକୁ ଫେରି ଆସିଲେ।


କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନ‌କ୍‌ସା ଅଙ୍କନ କରିବ। ତେବେ ତାହା ମୋତେ ଦେବ ଏବଂ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କ ଉପସ୍ଥିତିରେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ।


ତେଣୁ ଯିହୋଶୂୟ ଇସ୍ରାଏଲ ବାସୀଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ତୁମ୍ଭର ଭୂମି ନେବା ପାଇଁ ଡେରି କରୁଛ? ସଦାପ୍ରଭୁ ତୁମ୍ଭ ପିତା ପରମେଶ୍ୱର ତୁମ୍ଭକୁ ଏହି ଭୂମି ଦେଇଛନ୍ତି।


“ବାର ଜଣ ଲୋକଙ୍କୁ ବାରଟି ଗୋଷ୍ଠୀବର୍ଗରୁ ବାଛ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ।


ବର୍ତ୍ତମାନ ତୁମ୍ଭେ ବାର ଜଣ ଲୋକଙ୍କୁ ବାଛ। ତୁମ୍ଭେମାନେ ଇସ୍ରାଏଲର ବାର ପରିବାରରୁ ଜଣ ଜଣ କରି ବାର ଜଣଙ୍କୁ ବାଛ।


“ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦେବି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।”


ପ୍ରତ୍ୟେକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହେବ।


ସେମାନେ ସେ ଭୂମିକୁ ସାତ ଭାଗରେ ବାଣ୍ଟ କରିବେ। ଯିହୁଦାର ଲୋକମାନେ ସେମାନଙ୍କର ଭାଗ ଦକ୍ଷିଣ ପ୍ରାନ୍ତର ପାଇବେ। ଯୋଷେଫଙ୍କର ଉତ୍ତରାଧିକାରୀଗଣ ଉତ୍ତରରେ ସେମାନଙ୍କର ଭୂମି ପାଇବେ।


ତେଣୁ ଆମ୍ଭେମାନେ ଜମିସବୁ ମାପିବାକୁ ସକ୍ଷମ ହେବୁ ନାହିଁ ଏବଂ ସଦାପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟି ପାରିବୁ ନାହିଁ।’”


Swiv nou:

Piblisite


Piblisite