Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 18:3 - ପବିତ୍ର ବାଇବଲ

3 ତେଣୁ ଯିହୋଶୂୟ ଇସ୍ରାଏଲ ବାସୀଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ତୁମ୍ଭର ଭୂମି ନେବା ପାଇଁ ଡେରି କରୁଛ? ସଦାପ୍ରଭୁ ତୁମ୍ଭ ପିତା ପରମେଶ୍ୱର ତୁମ୍ଭକୁ ଏହି ଭୂମି ଦେଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମ୍ଭେମାନେ କେତେ କାଳ ଆଳସ୍ୟ କରିବ?

Gade chapit la Kopi

ଓଡିଆ ବାଇବେଲ

3 ତହିଁରେ ଯିହୋଶୂୟ ଇସ୍ରାଏଲ ସନ୍ତାନଗଣକୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମ୍ଭେମାନେ କେତେ କାଳ ଆଳସ୍ୟ କରିବ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମ୍ଭେମାନେ କେତେ କାଳ ଆଳସ୍ୟ କରିବ?”

Gade chapit la Kopi




ଯିହୋଶୂୟ 18:3
15 Referans Kwoze  

ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସାରେ ଫଳ ଭୋଗ କରେ।


ତହିଁରେ ସେମାନେ କହିଲେ, “ଉଠ, ସେମାନଙ୍କର ପ୍ରତିକୂଳରେ ଯିବା। କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ। ଦେଖ ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭେମାନେ କାହିଁକି ଚୁପ ରହିଛ। ସେହି ଦେଶକୁ ଯିବାକୁ ଓ ସେ ଦେଶକୁ ଅଧିକାରକୁ ଆଣିବା ପାଇଁ ଅଳସ କର ନାହିଁ।


ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାରରେ ଦେଖିଲେ ଯେ କେତେକ ଲୋକ ଠିଆ ହୋଇଛନ୍ତି। ସେ ସେମାନଙ୍କୁ ପଗ୍ଭରିଲେ, ‘ତୁମ୍ଭେମାନେ ଦିନସାରା କିଛି କାମ ନ କରି ଏଠାରେ ଏମିତି କାହିଁକି ଠିଆ ହୋଇଛ?’


ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ଗୋଟିଏ ସାଧୁ ଲୋକର ପଥ ଗୋଟିଏ ରାଜପଥ ପରି ଅଟେ।


ଅଳସୁଆ ଦରିଦ୍ର ହେବ; ପରିଶ୍ରମୀ ଲୋକ ଧନୀ ହେବ।


ସେତେବେଳେ ଯିରୁଶାଲମକୁ କୁହାଯିବ, “ଭୟ କର ନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହେବ ନାହିଁ।


ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”


ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।


ମାତ୍ର ସେହି ସମୟରେ ମଧ୍ୟ ଇସ୍ରାଏଲର ସାତୋଟି ପରିବାରବର୍ଗ ଭୂମି ପାଇ ନ ଥିଲେ। ଯାହାକି ସଦାପ୍ରଭୁ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।


ତେଣୁ ତୁମ୍ଭେମାନେ ପ୍ରତ୍ୟେକ ପରିବାରବର୍ଗରୁ ତିନି ଜଣ ଲେଖାଏଁ ବାଛ। ମୁଁ ସେମାନଙ୍କୁ ସମଗ୍ର ଦେଶ ଭ୍ରମଣ ପାଇଁ ପଠାଇବି, ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ଅନୁସାରେ ଲେଖି ଯେତେବେଳେ ଫେରିବେ ତାହା ଆମ୍ଭମାନଙ୍କୁ ଦେବେ। ଯେତେବେଳେ ସେମାନେ ମୋ’ ନିକଟକୁ ଫେରାଇ ଆଣିବେ।


“ଯିହୋଶୂୟ, ତୁମ୍ଭେ ବଳବାନ୍ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗେଇ ନିଅ, ଯେପରି କି ସେମାନେ ସେମାନଙ୍କର ଦେଶ ଅଧିକାର କରି ପାରିବେ। ମୁଁ ତାଙ୍କ ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲି ଯେ, ମୁଁ ସେମାନଙ୍କୁ ସେହି ଦେଶ ଦେବି।


ଯେତେବେଳେ ଯିହୋଶୂୟ ଅତ୍ୟଧିକ ବୃଦ୍ଧ ହୋଇଗଲେ, ସଦାପ୍ରଭୁ ତାଙ୍କୁ କହିଲେ, “ଯିହୋଶୂୟ ତୁମ୍ଭେ ବୁଢ଼ା ହୋଇଗଲଣି। କିନ୍ତୁ ଆହୁରି ଅନେକ ଦେଶକୁ ଜୟ କରିବା ପାଇଁ ବାକି ଅଛି।


Swiv nou:

Piblisite


Piblisite