ଯିହୋଶୂୟ 17:7 - ପବିତ୍ର ବାଇବଲ7 ମନଃଶିର ଅଞ୍ଚଳ ଥିଲା ଆଶେର ଓ ମିକ୍ମଥତ୍ ମଧ୍ୟବର୍ତ୍ତୀ, ଏହା ଥିଲା ଶିଖିମ ନିକଟବର୍ତ୍ତୀ। ଏହାର ସୀମା ଦକ୍ଷିଣରୁ ଐନ୍ନ-ତପୂହନିବାସୀମାନଙ୍କ ନିକଟବର୍ତ୍ତୀ ଥିଲା। Gade chapit laପବିତ୍ର ବାଇବଲ (Re-edited) - (BSI)7 ମନଃଶିର ସୀମା ଆଶେର୍ଠାରୁ ଶିଖିମ ସମ୍ମୁଖସ୍ଥିତ ମିକ୍ମଥତ୍ ପର୍ଯ୍ୟନ୍ତ ଥିଲା; ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଐନ୍-ତପୂହ ନିବାସୀମାନଙ୍କ ନିକଟ ପର୍ଯ୍ୟନ୍ତ ଗଲା। Gade chapit laଓଡିଆ ବାଇବେଲ7 ମନଃଶିର ସୀମା ଆଶେରଠାରୁ ଶିଖିମ ସମ୍ମୁଖସ୍ଥିତ ମିକ୍ମଥତ୍ ପର୍ଯ୍ୟନ୍ତ ଥିଲା; ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଐନ୍-ତପୂହ ନିବାସୀମାନଙ୍କ ନିକଟ ପର୍ଯ୍ୟନ୍ତ ଗଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ମନଃଶିର ସୀମା ଆଶେରଠାରୁ ଶିଖିମ ସମ୍ମୁଖସ୍ଥିତ ମିକ୍ମଥତ୍ ପର୍ଯ୍ୟନ୍ତ ଥିଲା; ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଐନ୍-ତପୂହ ନିବାସୀମାନଙ୍କ ନିକଟ ପର୍ଯ୍ୟନ୍ତ ଗଲା। Gade chapit la |
ଏଥିମଧ୍ୟରେ ନବାଟର ପୁତ୍ର ଯାରବିୟାମ ଯେ କି ଶଲୋମନଙ୍କ ଛାମୁରୁ ପଳାଇ ଯାଇଥିଲେ ଓ ମିଶରରେ ଏଯାଏ ଥିଲେ, ସେ ଶଲୋମନଙ୍କ ମୃତ୍ୟୁ ସମ୍ବାଦ ପାଇଲେ ଓ ନିଜ ନଗର ଇଫ୍ରୟିମ ପର୍ବତସ୍ଥ ସିରେଦାକୁ ପ୍ରତ୍ୟାବର୍ତ୍ତନ କଲେ। ଶଲୋମନଙ୍କ ମୃତ୍ୟୁ ହେଲା ଓ ନିଜ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ରିହବିୟାମ ନୂଆ ରାଜା ହେଲେ। ଇସ୍ରାଏଲର ସମସ୍ତ ଲୋକ ଶିଖିମକୁ ଗଲେ ଓ ରିହବିୟାମକୁ ସେମାନଙ୍କର ରାଜା କଲେ। ରିହବିୟାମ ମଧ୍ୟ ରାଜା ହେବାକୁ ଶିଖିମକୁ ଗଲେ। ଲୋକମାନେ ତାଙ୍କୁ କହିଲେ,
ଯେତେବେଳେ ଇସ୍ରାଏଲବାସୀମାନେ ମିଶରକୁ ପରିତ୍ୟାଗ କଲେ। ସେତେବେଳେ ଯୋଷେଫଙ୍କ ଅସ୍ଥିସବୁ ତାଙ୍କ ସହିତ ନେଇ ଆସିଥିଲେ। ତେଣୁ ଲୋକମାନେ ଯୋଷେଫଙ୍କର ସେହି ଅସ୍ଥିକୁ ଶିଖିମଠାରେ କବର ଦେଲେ। ସେମାନେ ତାଙ୍କର ଅସ୍ଥିକୁ ସେହି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହାମୋରସନ୍ତାନମାନଙ୍କଠାରୁ କ୍ରୟ କରିଥିଲେ। ଯାକୁବ ସେହି ଭୂମିକୁ ଏକ ଶହ ରୌପ୍ୟ ମୁଦ୍ରାରେ କ୍ରୟ କରିଥିଲେ। ଏହି ଭୂମି ଯୋଷେଫଙ୍କର ସନ୍ତାନମାନଙ୍କ ଅଧିକାରରେ ରହିଲା।