Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 17:16 - ପବିତ୍ର ବାଇବଲ

16 ଯୋଷେଫଙ୍କର ଲୋକମାନେ କହିଲେ, “ଏହା ସତ୍ୟ ଯେ ଇଫ୍ରୟିମର ପର୍ବତମୟ ଦେଶ ଆମ୍ଭ ପାଇଁ ଯଥେଷ୍ଟ ନୁହେଁ। କିନ୍ତୁ ସେଠାରେ କିଣାନୀୟ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସେମାନଙ୍କର ଲୁହାର ରଥ ଅଛି। ଏବଂ ଯିଷ୍ରିୟେଲ ଉପତ୍ୟକା ତାଙ୍କ ଅଧୀନରେ ଅଛି। ବୈ‌ଥ୍‌ଶାନି ଏବଂ ତା'ର ଉପସହର ଗୁଡ଼ିକ ସେହି ଅଞ୍ଚଳର ଅଟେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତହିଁରେ ଯୋଷେଫର ସନ୍ତାନଗଣ କହିଲେ, ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳଭୂମିରେ ବିଶେଷତଃ ବୈଥ୍ଶାନରେ ଓ ତହିଁର ଉପନଗରମାନରେ ଓ ଯିଷ୍ରିୟେଲର ତଳ-ଭୂମିରେ ଯେସବୁ କିଣାନୀୟ ଲୋକ ବାସ କରନ୍ତି, ସେମାନଙ୍କର ଲୌହ-ରଥ ଅଛି।

Gade chapit la Kopi

ଓଡିଆ ବାଇବେଲ

16 ତହିଁରେ ଯୋଷେଫର ସନ୍ତାନଗଣ କହିଲେ, ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳ ଭୂମିରେ ବିଶେଷତଃ ବେଥ୍-ଶାନରେ ଓ ତହିଁର ଉପନଗରମାନରେ ଓ ଯିଷ୍ରିୟେଲର ତଳଭୂମିରେ ଯେସବୁ କିଣାନୀୟ ଲୋକ ବାସ କରନ୍ତି, ସେମାନଙ୍କର ଲୌହରଥ ଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତହିଁରେ ଯୋଷେଫର ସନ୍ତାନଗଣ କହିଲେ, “ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳଭୂମିରେ ବିଶେଷତଃ ବେଥ୍-ଶାନରେ ଓ ତହିଁର ଉପନଗରମାନରେ ଓ ଯିଷ୍ରିୟେଲର ତଳଭୂମିରେ ଯେସବୁ କିଣାନୀୟ ଲୋକ ବାସ କରନ୍ତି, ସେମାନଙ୍କର ଲୌହ ରଥ ଅଛି।”

Gade chapit la Kopi




ଯିହୋଶୂୟ 17:16
20 Referans Kwoze  

ତାନକ୍ ଓ ମଗିଦ୍ଦୋ ଓ ବୈଥ୍-ଶାନଠାରୁ ଆବେଲ୍ ମହୋଲା ଓ ଯଗୂମିୟାମ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମସ୍ତ ବୈଥ୍-ଶାନରେ ଅହୀଲୂଦର ପୁତ୍ର ବାନା ରାଜ୍ୟପାଳ ଥିଲେ।


ସୀଷରାର 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇସ୍ରାଏଲର ଲୋକମାନଙ୍କ ପ୍ରତି କୋଡ଼ିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ୟାଗ୍ଭର କଲେ। ତେଣୁ ଇସ୍ରାଏଲର ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।


ଯିହୁଦାର ଲୋକମାନେ ଯେତେବେଳେ ଯୁଦ୍ଧ କରୁଥିଲେ, ସେତେବେଳେ ସଦାପ୍ରଭୁ ସେମାନଙ୍କର ପକ୍ଷରେ ଥିଲେ। ସଦାପ୍ରଭୁ ପର୍ବତମୟ ଦେଶକୁ ସେମାନଙ୍କର ଅଧିକାରକୁ ଆଣିଲେ। କିନ୍ତୁ ଯିହୁଦାର ଲୋକମାନେ ତଳଭୂମିଗୁଡ଼ିକୁ ସେମାନଙ୍କର ଅଧୀନକୁ ଆଣିପାରି ନ ଥିଲେ। କାରଣ ସେଠାରେ ଯେଉଁ ଲୋକମାନେ ବାସ କରୁଥିଲେ, ସେମାନେ ଲୌହ ନିର୍ମିତ ରଥ ବ୍ୟବହାର କରୁଥିଲେ।


ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ନିଜକୁ ଏକତ୍ରିତ କରାଇଲେ। ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେହି ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିଷ୍ରିୟେଲର ତଳ ଭୂମିରେ ଛାଉଣି ସ୍ଥାପନ କଲେ।


ତୁମ୍ଭେମାନେ ସେହି ପର୍ବତମୟ ଦେଶକୁ ନେବ। ଏହା ଏକ ଜଙ୍ଗଲ, କିନ୍ତୁ ତୁମ୍ଭେମାନେ ଏଠାରେ ବୃକ୍ଷ ସଫା କରି ପାରିବ। ଏବଂ ଏହାକୁ ଏକ ସୁନ୍ଦର ବାସପୋଯୋଗୀ କରି ପାରିବ। ଏବଂ ତୁମ୍ଭେ ଏହାର ମାଲିକାନା ପାଇବ। ତୁମ୍ଭେମାନେ ବଳପୂର୍ବକ କିଣାନୀୟ ଲୋକମାନଙ୍କୁ ସେଠାରୁ ତଡ଼ି ଦିଅ। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରି ପାରିବ ଯଦିଓ ସେମାନେ ଶକ୍ତିଶାଳୀ ଓ ସେମାନଙ୍କ ପାଖରେ ବହୁତ ଅସ୍ତ୍ରଶସ୍ତ୍ର ଅଛି।”


ପୁଣି ଇଷେବଲଙ୍କ ଶରୀର ଯିଷ୍ରିୟେଲୀୟ ଭୂମି ଉପରେ ଖତ ପରି ହେବ। ତହିଁରେ କେହି ଏହି ଶରୀରକୁ ଜାଣି ପାରିବେ ନାହିଁ ଏବଂ କହି ପାରିବେ ନାହିଁ ଯେ, ଏହା ଇଷେବଲ।’”


କୁକୁରମାନେ ଇଷେବଲର ଶରୀରକୁ ଯିଷ୍ରିୟେଲ ଭୂମିରେ ଖାଇବେ ପୁଣି ସେ କବର ପ୍ରାପ୍ତ ହେବ ନାହିଁ।’” ତା'ପରେ ସେହି ଯୁବା ଭବିଷ୍ୟ‌ଦ୍‌ବକ୍ତା ଦ୍ୱାର ଫିଟାଇ ଦୌଡ଼ି ପଳାଇଲେ।


ଆଉ ସଦାପ୍ରଭୁ କହିଲେ, ‘ତୁମ୍ଭର ପତ୍ନୀ ଈଷେବଲର ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ଯିଷ୍ରିୟେଲ ନଗରର କୁକୁରମାନେ ଖାଇବେ।


ଶମରିୟା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ଯିଷ୍ରିୟେଲୀୟ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ।


ସଦାପ୍ରଭୁଙ୍କ ଶକ୍ତି ଏଲିୟଙ୍କ ଉପରେ ପଡ଼ିଲା। ସେ ନିଜର କଟି ବସ୍ତ୍ରକୁ ଶକ୍ତ ଭାବରେ ବାନ୍ଧି ଯିଷ୍ରିୟେଲର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କ ଆଗେ ଆଗେ ଦୌଡ଼ିଗଲେ।


ତେଣୁ ସୀଷରା ନିଜର 900 ରଥଗୁଡ଼ିକ ଓ ତାଙ୍କ ସହିତ ସମସ୍ତ ପୁରୁଷମାନେ ଏବଂ ହରୋଶୋ‌ତ୍‌ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଅଗ୍ରସର ହେଲେ।


ନିମ୍ନରେ ଦିଆଯାଇଥିବା ଭୂମିଗୁଡ଼ିକ ଉକ୍ତ ପରିବାରବର୍ଗଙ୍କୁ ଦିଆଗଲା। ସେମାନେ ହେଲେ ଯିଷ୍ରିୟେଲ, କସୁଲ୍ଲୋତ ଓ ସୁନେମ୍।


ଇଷାଖର ଓ ଆଶେର ମଧ୍ୟରେ ବୈ‌ଥ୍‌ଶାନ୍ ଓ ତହିଁର ଉପନଗର ଯିବଲିୟମ ଓ ତା'ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐ‌ନ୍‌ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ।


ଯିହୋଶୂୟ ସେମାନଙ୍କୁ ଉତ୍ତର ଦେଇ କହିଲେ, “ଯଦି ତୁମ୍ଭେ ବହୁତ ଲୋକ ଅଛ, ତେବେ ତୁମ୍ଭେ ପର୍ବତମୟ ବଣ ଅଞ୍ଚଳକୁ ଯାଅ। ଏବଂ ବଣ ସଫା କରି ତାକୁ ବାସପଯୋଗୀ କର। ବର୍ତ୍ତମାନ ସେ ଭୂମି ପିରିଷୀୟ ଏବଂ ରଫାୟୀୟ ଲୋକମାନଙ୍କ ଅଧୀନରେ ଅଛି। ଯଦି ଇଫ୍ରୟିମର ପାର୍ବତ୍ୟ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତେବେ ତୁମ୍ଭେ ଯାଅ ଏବଂ ସେ ଭୂମିକୁ ନିଜ ଅଧୀନକୁ ନିଅ।”


ଏହା ପରେ ଯିହୋଶୂୟ ଯୋଷେଫଙ୍କର ଲୋକମାନଙ୍କୁ, “ଇଫ୍ରୟିମ ଏବଂ ମନଃଶିର ଲୋକମାନଙ୍କୁ କହିଲେ, “ତୁମ୍ଭେ ବହୁପ୍ରଜା, ତୁମ୍ଭର ମହାପରାକ୍ରମ ଅଛି। ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ। ତୁମ୍ଭେ ତୁମ୍ଭର ବାଣ୍ଟଠାରୁ ଅଧିକ ପାଇବା ଉଚିତ୍।”


ଅଳ୍ପକ୍ଷଣ ପରେ ଆକାଶ କଳା ମେଘରେ ଆବୃତ ହୋଇ ପବନ ବହି ପ୍ରବଳ ବୃଷ୍ଟି ଆରମ୍ଭ ହୋଇଗଲା। ଆହାବ ତାଙ୍କର ରଥରେ ବସି ଯିଷ୍ରିୟେଲକୁ ଗଲେ।


ଆଉ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେତେବେଳେ ଅମ୍ମୋନର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଧ୍ୱନି ଶୁଣାଯିବ। ରବ୍ବା ଧ୍ୱଂସ ପାଇବ ଓ ତାହା ଏକ ଜନଶୂନ୍ୟ ଢିପି ହେବ। ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନିରେ ଦ‌ଗ୍‌ଧିଭୂତ ହେବ। ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ଇସ୍ରାଏଲ ସେମାନଙ୍କ ଉପରେ ଅଧିକାର କରିବ।” ଏହା ସଦାପ୍ରଭୁ କହନ୍ତି।


ଯିଷ୍ରୀୟେଲ, ଯ‌ଗ୍‌ଦିୟାମ, ସାନୋହ,


ପଲେଷ୍ଟୀୟମାନେ ସେମାନଙ୍କର ସୈନ୍ୟସାମନ୍ତଙ୍କ ସହିତ ଅଫେକରେ ଏକତ୍ରିତ ହେଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ଝରଣା ନିକଟରେ ଛାଉଣି ସ୍ଥାପନ କଲେ।


Swiv nou:

Piblisite


Piblisite