Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 17:14 - ପବିତ୍ର ବାଇବଲ

14 ଯୋଷେଫ ବଂଶଧର ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଯାହାକୁ ସଦାପ୍ରଭୁ ଲୋକମାନଙ୍କୁ ଦେଇଥିଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏଉତ୍ତାରେ ଯୋଷେଫ-ସନ୍ତାନଗଣ ଯିହୋଶୂୟଙ୍କ ନିକଟକୁ ଆସି କହିଲେ, ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁପ୍ରଜ ହୋଇଅଛୁ।

Gade chapit la Kopi

ଓଡିଆ ବାଇବେଲ

14 ଏଉତ୍ତାରେ ଯୋଷେଫ-ସନ୍ତାନଗଣ ଯିହୋଶୂୟଙ୍କ ନିକଟକୁ ଆସି କହିଲେ, ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁଗୋଷ୍ଠୀ ହୋଇଅଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏଉତ୍ତାରେ ଯୋଷେଫ-ସନ୍ତାନଗଣ ଯିହୋଶୂୟଙ୍କ ନିକଟକୁ ଆସି କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁଗୋଷ୍ଠୀ ହୋଇଅଛୁ।”

Gade chapit la Kopi




ଯିହୋଶୂୟ 17:14
12 Referans Kwoze  

ମୁଁ ତୁମ୍ଭକୁ ଯାହାକିଛି ଦେଲି ତୁମ୍ଭ ଭାଇମାନଙ୍କୁ ଦେଇ ନ ଥିଲି, ମୁଁ ଆପଣା ଖ‌‌‌‌ଡ଼୍‌‌‌‌ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।”


କିନ୍ତୁ ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର, ମୁଁ ତାହା ଜାଣେ। ମୁଁ ଜାଣେ ଯେ, ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମହାନ ହେବ। ମାତ୍ର ତୁମ୍ଭର କନିଷ୍ଠ ପୁତ୍ର ତା'ଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁ ଗୋଷ୍ଠୀକ ହେବ।”


ଇଷାଖର ଗୋଷ୍ଠୀବର୍ଗ ମଧ୍ୟରୁ ଯୋଷେଫର ପୁତ୍ର ଯିଗାଲ।


ଏହିପରି ଯୋଷେଫଙ୍କର ସନ୍ତାନ ମନଃଶି ଏବଂ ଇଫ୍ରୟିମ ତାଙ୍କର ନିଜ ନିଜ ଅଧିକାର ପାଇଲେ। ଇଫ୍ରୟିମ ଓ ମନଃଶି ଯୋଷେଫଙ୍କର ସନ୍ତାନ ଥିଲେ।


ଯିହୋଶୂୟ ସେମାନଙ୍କୁ ଉତ୍ତର ଦେଇ କହିଲେ, “ଯଦି ତୁମ୍ଭେ ବହୁତ ଲୋକ ଅଛ, ତେବେ ତୁମ୍ଭେ ପର୍ବତମୟ ବଣ ଅଞ୍ଚଳକୁ ଯାଅ। ଏବଂ ବଣ ସଫା କରି ତାକୁ ବାସପଯୋଗୀ କର। ବର୍ତ୍ତମାନ ସେ ଭୂମି ପିରିଷୀୟ ଏବଂ ରଫାୟୀୟ ଲୋକମାନଙ୍କ ଅଧୀନରେ ଅଛି। ଯଦି ଇଫ୍ରୟିମର ପାର୍ବତ୍ୟ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତେବେ ତୁମ୍ଭେ ଯାଅ ଏବଂ ସେ ଭୂମିକୁ ନିଜ ଅଧୀନକୁ ନିଅ।”


ତେଣୁ ଇସ୍ରାଏଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ, “ଯେତେବେଳେ ଇସ୍ରାଏଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ ସେମାନେ ତୁମ୍ଭର ନାମ ନେବେ। ସେମାନେ କହିବେ, ‘ଇଫ୍ରୟିମ ଓ ମନଃଶି ପରି ପରମେଶ୍ୱର ତୁମ୍ଭଙ୍କୁ କରନ୍ତୁ।’” ଏହି ପ୍ରକାରରେ ଇସ୍ରାଏଲ ମନଃଶିଠାରୁ ଇଫ୍ରୟିମଙ୍କୁ ମହାନ କଲେ।


ଯାହାର ବଡ଼ ଗୋଷ୍ଠୀ ତାକୁ ଅଧିକ ଭୂମି ଦେବ ଓ ଯାହାର ଛୋଟ ଗୋଷ୍ଠୀ ତାକୁ ଅଳ୍ପ ଭୂମି ଦେବ। ପ୍ରତ୍ୟେକ ଗୋଷ୍ଠୀକୁ ତା'ର ଆକାର ଅନୁସାରେ ଭୂମି ଦିଆଯିବା ଉଚିତ୍।


ମନଃଶି ପରିବାରବର୍ଗ ମଧ୍ୟରେ ସେମାନେ ବିବାହ କଲେ। ତେଣୁ ସେମାନଙ୍କର ଭୂମି ଅଧିକାର ସେମାନଙ୍କ ପିତୃ ସମ୍ବନ୍ଧୀୟ ପରିବାର ମଧ୍ୟରେ ରହିଲା।


Swiv nou:

Piblisite


Piblisite