Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 16:5 - ପବିତ୍ର ବାଇବଲ

5 ଏହି ଭୂମି ଇଫ୍ରୟିମ ଲୋକଙ୍କୁ ଅଧିକାର ପାଇଁ ଦିଆ ଯାଇଥିଲା। ଏହାର ପୂର୍ବ ସୀମା ଉଚ୍ଚ ସୀମା ବୈଥୋରୋଣ ପର୍ଯ୍ୟନ୍ତ ଅଟାରୋତ୍-ଅଦ୍ଦର ସେମାନଙ୍କର ଅଧିକାର ସୀମା ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବଦିଗରେ ଉଚ୍ଚତର ବୈଥୋରୋଣ ପର୍ଯ୍ୟନ୍ତ ଅଟାରୋତ୍ ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା।

Gade chapit la Kopi

ଓଡିଆ ବାଇବେଲ

5 ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବଦିଗରେ ଉଚ୍ଚତର ବେଥ୍-ହୋରଣ ପର୍ଯ୍ୟନ୍ତ ଅଟାରୋତ୍‍-ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବ ଦିଗରେ ଉଚ୍ଚତର ବେଥ୍-ହୋରଣ ପର୍ଯ୍ୟନ୍ତ ଅଟାରୋତ୍‍-ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା।

Gade chapit la Kopi




ଯିହୋଶୂୟ 16:5
7 Referans Kwoze  

ସେଠାରୁ ସେ ସୀମା ଦକ୍ଷିଣ ଆଡ଼େ ଲୁସ (ବୈଥେଲ୍) ପର୍ଯ୍ୟନ୍ତ ଗଲା। ଏହା ପରେ ନୀଚସ୍ଥ ବୈଥୋରୋଣର ଦକ୍ଷିଣସ୍ଥ ପର୍ବତ ଦେଇ ଅଟାରୋତ୍ ଅଦ୍ଦର ଆଡ଼କୁ ଗଲା।


ଏହା ପରେ ଏହାର ସୀମା ବୈଥେ‌ଲ୍‌ଠାରୁ (ଲୁସ) ଅର୍କୀୟ ସୀମା ଦେଇ ଅଟାରୋତକୁ ଗଲା।


ସଦାପ୍ରଭୁ ସୈନ୍ୟବାହିନୀକୁ ଦ୍ୱନ୍ଦରେ ପକାଇଲେ, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ତେଣୁ ଇସ୍ରାଏଲୀୟମାନେ ସେମାନଙ୍କ ଉପରେ ବିଜୟ ଲାଭ କଲେ। ଇସ୍ରାଏଲୀୟମାନେ ଗିବିୟୋନଠାରୁ ଆକ୍ରମଣ କରି ବୈଥୋରୋଣ ପର୍ଯ୍ୟନ୍ତ ଗୋଡ଼ାଇଲେ, ଆଉ ଅସେକା ଓ ମ‌କ୍‌କେଦା ପର୍ଯ୍ୟନ୍ତ ରାସ୍ତାରେ ସେମାନଙ୍କୁ ପରାସ୍ତ କଲେ।


ଇଫ୍ରୟିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈ‌ଥ୍‌ହୋରଣ୍ ଓ ଉଚ୍ଚତର ବୈଥ-ହୋରଣ୍, ଏବଂ ନିମ୍ନତର ଉଷେନ୍ ଶୀରା ଓ ଉଚ୍ଚତର ଉଷେନ୍ ଶୀରା ନିର୍ମାଣ କଲା।


ଏବଂ ତାଙ୍କୁ ଗିଲିୟଦ, ଅଶୂରି, ଯିଷ୍ରିୟେଲ ଓ ଇଫ୍ରୟିମ, ବିନ୍ୟାମୀନ ଓ ସମସ୍ତ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରାଇଲେ।


ଏହି ସମସ୍ତ ନଗର ଓ ଦେଶମାନଙ୍କରେ ଇଫ୍ରୟିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବରେ ନାରନ୍, ପଶ୍ଚିମରେ ଗେଷର୍ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ଯ୍ୟନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ।


Swiv nou:

Piblisite


Piblisite