Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 16:10 - ପବିତ୍ର ବାଇବଲ

10 କିଣାନୀୟମାନଙ୍କୁ ଗେଷରକୁ ତଡ଼ିବା ପାଇଁ। କିନ୍ତୁ ଇଫ୍ରୟିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଇଫ୍ରୟିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀୟ ଲୋକମାନେ ଇଫ୍ରୟିମ ଲୋକମାନଙ୍କର ଦାସ ହୋଇ ରହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ମାତ୍ର ସେମାନେ ଗେଷରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରୟିମ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ମାତ୍ର ସେମାନେ ଗେଷରବାସୀ କିଣାନୀୟମାନଙ୍କୁ ତଡ଼ି ଦେଲେ ନାହିଁ; ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରୟିମ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମାତ୍ର ସେମାନେ ଗେଷରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରୟିମ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି।

Gade chapit la Kopi




ଯିହୋଶୂୟ 16:10
12 Referans Kwoze  

ଇଫ୍ରୟିମଙ୍କ ପାଇଁ ଠିକ୍ ଏହିପରି ଭାବରେ ଘଟିଥିଲା। ଗେଷ‌ର୍‌ରେ କିଣାନୀୟ ଲୋକମାନେ ବାସ କରିବାକୁ ଲାଗିଲେ ଏବଂ ଇଫ୍ରୟିମ କିଣାନୀୟ ଲୋକମାନଙ୍କୁ ତଡ଼ି ଦେଲେ ନାହିଁ। ତେଣୁ ଇଫ୍ରୟିମ କିଣାନୀୟମାନଙ୍କ ସହିତ ମିଶି ରହିବାକୁ ଲାଗିଲେ।


ପୂର୍ବେ ମିଶରର ରାଜା ଗେଷର୍ ନଗର ବିରୁଦ୍ଧରେ ଯୁଦ୍ଧ କଲେ ଓ ତାକୁ ପୋଡ଼ି ଦେଲେ। ସେ ତନ୍ନିବାସୀ କିଣାନୀୟମାନଙ୍କୁ ବଧ କଲେ। ଶଲୋମନ ଫାରୋଙ୍କ କନ୍ୟାକୁ ବିବାହ କଲେ ଓ ଫାରୋ ଯୌତୁକ ସ୍ୱରୂପ ସେହି ନଗରକୁ ଶଲୋମନଙ୍କୁ ଦାନ କଲେ।


କିନ୍ତୁ ଇସ୍ରାଏଲବାସୀଗଣ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେମାନେ କିଣାନୀୟମାନଙ୍କୁ ବେଠିକାମ କରିବାକୁ ବାଧ୍ୟ କଲେ। କିନ୍ତୁ ସେମାନେ କିଣାନୀୟମାନଙ୍କୁ ସେଠାରୁ ତଡ଼ିଦେବା ପାଇଁ ବାଧ୍ୟ କଲେ ନାହିଁ।


ଇସ୍ରାଏଲୀୟମାନେ ସେମାନଙ୍କୁ ବିନାଶ କରିବାକୁ କ୍ଷମ ହୋଇ ନ ଥିଲେ। ମାତ୍ର ଶଲୋମନ ସେମାନଙ୍କୁ ବେଠିକର୍ମ କରିବାକୁ ଦାସରୂପେ ସଂଗ୍ରହ କଲେ। ଅବଧି ସେମାନେ ଦାସ ହୋଇ ରହିଛନ୍ତି।


ମାତ୍ର ଯିହୁଦା ସନ୍ତାନଗଣ ଯିରୁଶାଲମ ନିବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ। ଏହି ହେତୁ ଯିବୂଷୀୟମାନେ ଆଜି ପର୍ଯ୍ୟନ୍ତ ଯିହୁଦା ସନ୍ତାନଗଣ ସହିତ ଯିରୁଶାଲମରେ ବାସ କରୁଛନ୍ତି।


ଗେଷ‌‌ର୍‌‌ର ରାଜା ହୋରମ ଲାଖୀ‌ଶ୍‌ରକୁ ସାହାଯ୍ୟ କରିବାକୁ ଲାଗିଲେ। କିନ୍ତୁ ଯିହୋଶୂୟ ତାଙ୍କୁ ଓ ତାଙ୍କର ସୈନ୍ୟବାହିନୀକୁ ଓ ସମସ୍ତଙ୍କୁ ହତ୍ୟା କଲେ।


ଏହା ଛଡ଼ା ମନଃଶି ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ ସନ୍ତାନଗଣର ପୃଥକୀକୃତ ଗ୍ରାମ ସମେତ ବହୁତ ନଗର ଥିଲା।


ତଥାପି ମନଃଶିର ସନ୍ତାନଗଣ ସେହିସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ।


ଶଲୋମନ ଦାସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ବାଧ୍ୟ କରିଥିଲେ। ତତ୍ପରେ ସେ ମିଲ୍ଲୋ, ଯିରୁଶାଲମର ପ୍ରାଚୀର, ହା‌ତ୍‌ସୋର, ମଗିଦ୍ଦୋ ଓ ଗେଷର୍ ନିର୍ମାଣ କରିବାରେ ସେମାନଙ୍କୁ ମଧ୍ୟ ବ୍ୟବହାର କରିଥିଲେ।


ସେମାନେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧର, ଯେଉଁମାନେ ସେ ପର୍ଯ୍ୟନ୍ତ ସେହି ଭୂମିରେ ଥିଲେ ଏବଂ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ବଧ କରାଯାଇ ନ ଥିଲେ। ଶଲୋମନ ସେହି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ୟ କଲେ। ସେମାନେ ଆଜି ପର୍ଯ୍ୟନ୍ତ କ୍ରୀତଦାସ ଅଛନ୍ତି।


Swiv nou:

Piblisite


Piblisite