Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 14:9 - ପବିତ୍ର ବାଇବଲ

9 ତେଣୁ ସେହି ଦିନ, ମୋଶା ମୋ'ଠାରେ ପ୍ରତିଜ୍ଞା କଲେ, ‘ଯେଉଁ ଭୂମିରେ ତୁମ୍ଭେ ଗ୍ଭଲିଲ, ତାହା ତୁମ୍ଭର ହେବ। ତୁମ୍ଭର ବଂଶଧରମାନେ ଚିରଦିନ ପାଇଁ ସେ ଭୂମିର ମାଲିକାନା ପାଇବେ। ମୁଁ ତୁମ୍ଭକୁ ସେ ଭୂମି ଦେବି କାରଣ ତୁମ୍ଭେ ମୋର ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହୋଇ ରହିଲ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏହେତୁ ମୋଶା ସେହି ଦିନ ଶପଥ କରି କହିଲେ, ଯେଉଁ ଭୂମିରେ ତୁମ୍ଭର ପାଦ ପଡ଼ିଅଛି, ତାହା ଅବଶ୍ୟ ତୁମ୍ଭର ଓ ଯୁଗାନୁକ୍ରମେ ତୁମ୍ଭ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ଭ ପରମେଶ୍ଵରଙ୍କର ଅନୁଗତ ହୋଇଅଛ।

Gade chapit la Kopi

ଓଡିଆ ବାଇବେଲ

9 ଏହେତୁ ମୋଶା ସେହି ଦିନ ଶପଥ କରି କହିଲେ, ଯେଉଁ ଭୂମିରେ ତୁମ୍ଭର ପାଦ ପଡ଼ିଅଛି, ତାହା ଅବଶ୍ୟ ତୁମ୍ଭର ଓ ଯୁଗାନୁକ୍ରମେ ତୁମ୍ଭ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କର ଅନୁଗତ ହୋଇଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏହେତୁ ମୋଶା ସେହି ଦିନ ଶପଥ କରି କହିଲେ, ‘ଯେଉଁ ଭୂମିରେ ତୁମ୍ଭର ପାଦ ପଡ଼ିଅଛି, ତାହା ଅବଶ୍ୟ ତୁମ୍ଭର ଓ ଯୁଗାନୁକ୍ରମେ ତୁମ୍ଭ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କର ଅନୁଗତ ହୋଇଅଛ।’

Gade chapit la Kopi




ଯିହୋଶୂୟ 14:9
8 Referans Kwoze  

ଯେଉଁ ଯେଉଁ ସ୍ଥାନରେ ତୁମ୍ଭର ପାଦ ପଡ଼ିବ, ସେ ସବୁ ସ୍ଥାନ ମୁଁ ମୋଶା ସହିତ କରିଥିବା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କୁ ଦେବି।


କେବଳ ଯିଫୁନ୍ନିର ପୁତ୍ର କାଲେବ୍ ସେହି ଦେଶକୁ ଦେଖିବ। ମୁଁ କାଲେ‌ବ୍‌କୁ ସେହି ଦେଶ ଦେବି, ଯେଉଁ ଦେଶ ଦେଇ ସେ ଗଲା। ତାଙ୍କର ଭବିଷ୍ୟଦ୍ ବଂଶଧରମାନେ ମଧ୍ୟ ତାହା ପାଇବେ। କାରଣ କାଲେ‌ବ୍‌ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣଭାବରେ ଅନୁସରଣ କରୁଛନ୍ତି।’


ଆଉ ସେମାନେ ଦକ୍ଷିଣ ଦିଗ ଦେଇ ହିବ୍ରୋଣରେ ଯାଇ ଉପସ୍ଥିତ ହେଲେ, ସେହି ସ୍ଥାନରେ ଅହୀମାନ୍, ଶେଶୟ, ତଲ୍ମୟ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋୟନର ସାତ ବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହୋଇଥିଲା।


ଯେଉଁଠାରେ ତୁମ୍ଭର ପାଦ ପଡ଼ିବ, ସେ ସ୍ଥାନ ତୁମ୍ଭମାନଙ୍କର ହେବ। ପ୍ରାନ୍ତରରୁ ଲିବାନୋନ ପର୍ଯ୍ୟନ୍ତ ଏବଂ ଫରାତ୍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ।


“ବର୍ତ୍ତମାନ ସଦାପ୍ରଭୁ ମୋତେ ଏହି 45 ବର୍ଷ ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି, ଯେହେତୁ ସେ କହିଥିଲେ। ସଦାପ୍ରଭୁ ମୋଶାଙ୍କୁ ଏହା କହିଲା ସମୟରୁ ଆମ୍ଭେ ମରୁଭୂମିରେ ଭ୍ରମଣ କରୁଥିଲୁ। ବର୍ତ୍ତମାନ ମୋତେ 85 ବର୍ଷ ହେଲାଣି।


କାଲେ‌ବ୍‌କୁ ହିବ୍ରୋଣକୁ ନେବା ପାଇଁ ମୋଶା ପ୍ରତିଜ୍ଞା କରିଥିଲେ, ତେଣୁ ସେହି ଭୂମି କାଲେ‌ବ୍‌କୁ ଦିଆଗଲା। କାଲେ‌ବ୍‌ର ଲୋକମାନେ ବଳାତ୍କାର କରି ଅନାକର ତିନି ପୁତ୍ରକୁ ସେଠାରୁ ତଡ଼ି ଦେଲେ।


କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି, ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ। ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।


Swiv nou:

Piblisite


Piblisite