Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 14:8 - ପବିତ୍ର ବାଇବଲ

8 ମୋର ସାଙ୍ଗରେ ଅନ୍ୟ ଯେଉଁ ଲୋକମାନେ ଯାଇଥିଲେ, ସେମାନେ ଲୋକମାନଙ୍କୁ ନିରୁତ୍ସାହିତ କଲେ, ସେମାନଙ୍କ ଖବରରେ। ମୁଁ କିନ୍ତୁ ସଦାପ୍ରଭୁଙ୍କର ଅନୁଗତ ହୋଇ ରହିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତଥାପି ମୋହର ଯେଉଁ ଭ୍ରାତୃଗଣ ମୋର ସଙ୍ଗେ ଯାଇଥିଲେ, ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ; ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ଵରଙ୍କର ଅନୁଗତ ହେଲି।

Gade chapit la Kopi

ଓଡିଆ ବାଇବେଲ

8 ତଥାପି ମୋହର ଯେଉଁ ଭ୍ରାତୃଗଣ ମୋର ସଙ୍ଗେ ଯାଇଥିଲେ, ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ; ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ୱରଙ୍କର ଅନୁଗତ ହେଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତଥାପି ମୋହର ଯେଉଁ ଭ୍ରାତୃଗଣ ମୋର ସଙ୍ଗେ ଯାଇଥିଲେ, ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ; ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ୱରଙ୍କର ଅନୁଗତ ହେଲି।

Gade chapit la Kopi




ଯିହୋଶୂୟ 14:8
8 Referans Kwoze  

ମାତ୍ର ଆମ୍ଭର ସେବକ କାଲେବ ସେମାନଙ୍କଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି। ଏଣୁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।


କେବଳ ଯିଫୁନ୍ନିର ପୁତ୍ର କାଲେବ୍ ସେହି ଦେଶକୁ ଦେଖିବ। ମୁଁ କାଲେ‌ବ୍‌କୁ ସେହି ଦେଶ ଦେବି, ଯେଉଁ ଦେଶ ଦେଇ ସେ ଗଲା। ତାଙ୍କର ଭବିଷ୍ୟଦ୍ ବଂଶଧରମାନେ ମଧ୍ୟ ତାହା ପାଇବେ। କାରଣ କାଲେ‌ବ୍‌ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣଭାବରେ ଅନୁସରଣ କରୁଛନ୍ତି।’


ଏବଂ ସେହି ସହର ଆଜି ପର୍ଯ୍ୟନ୍ତ ସେହି ଯିଫୁନ୍ନିର ପୁତ୍ର କାଲେ‌ବ୍‌ର ବଂଶଧରମାନେ ଭୋଗ କରୁଛନ୍ତି। ସେମାନେ ହେଲେ କନିସୀୟ, ଯେଉଁମାନେ କି ହିବ୍ରୋଣକୁ ଅଧିକାର କରିଛନ୍ତି। ସେ ଭୂମି ଆଜି ପର୍ଯ୍ୟନ୍ତ ତାଙ୍କର ଅଧିକାରରେ ଅଛି କାରଣ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ରୂପେ ଅନୁଗତ ଥିଲେ।


ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ପାରିବୁ ନାହିଁ। କାରଣ ସେମାନେ ଆମ୍ଭଠାରୁ ଶକ୍ତିଶାଳୀ।”


ଏହି 144,000 ଜଣ ଲୋକମାନେ ସ୍ତ୍ରୀମାନଙ୍କ ସହିତ କୌଣସି ବ୍ୟଭିଗ୍ଭରପାପ କରି ନାହାନ୍ତି। ସେମାନେ ନିଜକୁ କୁମାରୀକନ୍ୟା ତୁଲ୍ୟ ପବିତ୍ର କରି ରଖିଛନ୍ତି। ମେଷଶାବକ ଯେଉଁ ଯେଉଁ ସ୍ଥାନକୁ ଯାଆନ୍ତି, ସେମାନେ ତାହାଙ୍କର ଅନୁସରଣ କରନ୍ତି। ଏହି 144,000 ଜଣ ମନୁଷ୍ୟଜାତି ମଧ୍ୟରୁ ମୁକ୍ତି ପାଇଛନ୍ତି। ସେମାନେ ପରମେଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଫଳ ସ୍ୱରୂପେ ଉତ୍ସର୍ଗୀକୃତ ହୋଇଛନ୍ତି।


କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ସେହି ଭୂମି ଦେଖିବେ; କାରଣ ସେମାନେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!’


ସମସ୍ତ ମଣ୍ତଳୀ ସେହି ରାତ୍ରିରେ ଛାଉଣିରେ ଉଚ୍ଚସ୍ୱରରେ ରୋଦନ କଲେ।


ଆମ୍ଭେମାନେ ବର୍ତ୍ତମାନ କେଉଁଠାକୁ ଯିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନରେ ତଥ୍ୟ ପ୍ରଦାନ କରି ଭୟ ସଞ୍ଚାର କରିଛନ୍ତି। ସେମାନେ କହିଲେ, ସେଠାକାର ଲୋକମାନେ ଆମ୍ଭମାନଙ୍କଠାରୁ ବଳବାନ ଓ ଦୀର୍ଘ୍ୟକାୟ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡ଼ିକ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭେମାନେ ସେଠାରେ ଅନାକୀୟମାନଙ୍କର ଦୀର୍ଘ୍ୟକାୟ ସନ୍ତାନମାନଙ୍କୁ ଦେଖିଲୁ।’


Swiv nou:

Piblisite


Piblisite