Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 14:6 - ପବିତ୍ର ବାଇବଲ

6 ଦିନେ ଯିହୁଦା ପରିବାରବର୍ଗଠାରୁ କିଛି ଲୋକ ଗି‌ଲ୍‌ଗ‌ଲ୍‌ରେ ଥିବା ଯିହୋଶୂୟଙ୍କ ନିକଟକୁ ଗଲେ। ସେହି ଲୋକମାନଙ୍କ ମଧ୍ୟରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀୟ ଯିଫୁନ୍ନିର ପୁତ୍ର ଥିଲା। କାଲେବ୍ ଯିହୋଶୂୟଙ୍କୁ କହିଲେ, “ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ୱର କାଦେଶ ବର୍ଣ୍ଣେୟରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସେବକ ମୋଶାଙ୍କୁ କହିଥିଲେ ଯାହା ତୁମ୍ଭ ବିଷୟରେ ଓ ମୋ’ ବିଷୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେସମୟରେ ଯିହୁଦା-ସନ୍ତାନଗଣ ଗିଲ୍ଗଲ୍ରେ ଯିହୋଶୂୟଙ୍କ ନିକଟକୁ ଆସିଲେ; ତହୁଁ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ ତାଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭ ବିଷୟରେ ଓ ଆମ୍ଭ ବିଷୟରେ ପରମେଶ୍ଵରଙ୍କ ଲୋକ ମୋଶାଙ୍କୁ କାଦେଶ-ବର୍ଣ୍ଣେୟରେ ଯାହା କହିଥିଲେ, ତାହା ତୁମ୍ଭେ ଜାଣ।

Gade chapit la Kopi

ଓଡିଆ ବାଇବେଲ

6 ସେହି ସମୟରେ ଯିହୁଦା-ସନ୍ତାନଗଣ ଗିଲ୍‍ଗଲ୍‍ରେ ଯିହୋଶୂୟଙ୍କ ନିକଟକୁ ଆସିଲେ; ତହୁଁ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ତାଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭ ବିଷୟରେ ଓ ଆମ୍ଭ ବିଷୟରେ ପରମେଶ୍ୱରଙ୍କ ଲୋକ ମୋଶାଙ୍କୁ କାଦେଶ-ବର୍ଣ୍ଣେୟରେ ଯାହା କହିଥିଲେ, ତାହା ତୁମ୍ଭେ ଜାଣ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେହି ସମୟରେ ଯିହୁଦା-ସନ୍ତାନଗଣ ଗିଲ୍‍ଗଲ୍‍ରେ ଯିହୋଶୂୟଙ୍କ ନିକଟକୁ ଆସିଲେ; ତହୁଁ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ତାଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭ ବିଷୟରେ ଓ ଆମ୍ଭ ବିଷୟରେ ପରମେଶ୍ୱରଙ୍କ ଲୋକ ମୋଶାଙ୍କୁ କାଦେଶ-ବର୍ଣ୍ଣେୟରେ ଯାହା କହିଥିଲେ, ତାହା ତୁମ୍ଭେ ଜାଣ।

Gade chapit la Kopi




ଯିହୋଶୂୟ 14:6
30 Referans Kwoze  

ତୁମ୍ଭମାନଙ୍କ ମଧ୍ୟରୁ କେହି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଥିଲୁ, ସେଠାରେ ପ୍ରବେଶ କରି ପାରିବ ନାହିଁ। କେବଳ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ସେ ଦେଶରେ ପ୍ରବେଶ କରିବେ।


ମାତ୍ର ଆମ୍ଭର ସେବକ କାଲେବ ସେମାନଙ୍କଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି। ଏଣୁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।


ଯିହୁଦା ଗୋଷ୍ଠୀବର୍ଗ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍।


ଏବଂ ସେହି ସହର ଆଜି ପର୍ଯ୍ୟନ୍ତ ସେହି ଯିଫୁନ୍ନିର ପୁତ୍ର କାଲେ‌ବ୍‌ର ବଂଶଧରମାନେ ଭୋଗ କରୁଛନ୍ତି। ସେମାନେ ହେଲେ କନିସୀୟ, ଯେଉଁମାନେ କି ହିବ୍ରୋଣକୁ ଅଧିକାର କରିଛନ୍ତି। ସେ ଭୂମି ଆଜି ପର୍ଯ୍ୟନ୍ତ ତାଙ୍କର ଅଧିକାରରେ ଅଛି କାରଣ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ରୂପେ ଅନୁଗତ ଥିଲେ।


ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ନିଜ ନିଜ ବସ୍ତ୍ର ଚିରିଲେ।


କାଲେ‌‌ବ୍‌‌ର ଭାଇ କ‌ନସର ପୁତ୍ର ଅତ୍ନୀୟେଲ ସେ ସହରକୁ ପରାସ୍ତ କଲେ। ତେଣୁ କାଲେବ୍ ନିଜର କନ୍ୟା ଅ‌କ୍‌ଷାକୁ ଅତ୍ନୀୟେଲ ସହିତ ବିବାହ ଦେଲେ।


କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ସେହି ଭୂମି ଦେଖିବେ; କାରଣ ସେମାନେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!’


ଅନନ୍ତର ସେମାନେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନରେ ମୋଶାଙ୍କୁ ଭେଟିଲେ, ହାରୋଣ ଓ ଇସ୍ରାଏଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଗ୍ଭର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ।


ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।


ପରମେଶ୍ୱରଙ୍କ ସେବକ, ଶାସ୍ତ୍ରଗୁଡ଼ିକର ବ୍ୟବହାର ଦ୍ୱାରା ସମସ୍ତ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ହେବ ଓ ତା'ର ପ୍ରତ୍ୟେକ ଆବଶ୍ୟକ ବିଷୟ ପାଇବ।


କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।


ସେତେବେଳେ ଇଲୀଶାୟ ହସାୟେଲ ପ୍ରତି ଏପରି ସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହେବା ପର୍ଯ୍ୟନ୍ତ ବିହ୍ୱଳ ହେଲେ। ପୁଣି ପରମେଶ୍ୱରଙ୍କ ଲୋକ ରୋଦନ କଲେ।


ଇଲୀଶାୟ ଦମ୍ମେଶକରେ ପହଞ୍ଚିଲେ। ଏହି ସମୟରେ ଅରାମର ରାଜା ବି‌ନ୍‌ହଦଦ୍ ପୀଡ଼ିତ ଥିଲେ। ଜଣେ ଲୋକ ବି‌ନ୍‌ହଦ‌ଦଙ୍କୁ କହିଲା, “ପରମେଶ୍ୱରଙ୍କ ଲୋକ ଏ ସ୍ଥାନକୁ ଆସିଅଛନ୍ତି”


ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳରେ ରୋଟୀ ଅର୍ଥାତ୍ କୋଡ଼ିଏ ଯବ ରୋଟୀ ଓ ନୂତନ ଶସ୍ୟର ଶୀଷା ଆପଣା ଝୁଲିରେ ନେଇ ଆସିଲା। ତହିଁରେ ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ।”


ଇଲୀଶାୟ ସେହି ସ୍ତ୍ରୀଲୋକକୁ କହିଲେ, “ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବେଳକୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।” ସ୍ତ୍ରୀଲୋକଟି ଉତ୍ତର କଲା, “ନା, ମହାଶୟ, ହେ ମୋର ପରମେଶ୍ୱରଙ୍କର ଲୋକ, ମୋତେ ମିଥ୍ୟା କୁହନ୍ତୁ ନାହିଁ, ମୁଁ ଆପଣଙ୍କର ଦାସୀ।”


ସ୍ତ୍ରୀଲୋକଟି ଦିନେ ତା'ର ସ୍ୱାମୀକୁ କହିଲେ, “ଦେଖ, ଏହି ଯେଉଁ ଲୋକଟି ଆମ୍ଭମାନଙ୍କ ଘର ନିକଟ ଦେଇ ସର୍ବଦା ଯାତାୟାତ କରୁଛନ୍ତି, ସେ ପରମେଶ୍ୱରଙ୍କ ପବିତ୍ର ଲୋକ ବୋଲି ମୁଁ ଅନୁଭବ କରୁଛି।


ଏହା ପରେ ସେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ତାଙ୍କୁ ଗୋଟିଏ ଅଲୋନ ବୃକ୍ଷମୂଳରେ ବସିଥିବାର ଦେଖିଲେ, ସେ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ?” ସେ ଉତ୍ତର କଲେ, “ହଁ, ମୁଁ।”


ସଦାପ୍ରଭୁ ଯିହୁଦାରେ ଥିବା ଏକ ପରମେଶ୍ୱରଙ୍କ ଲୋକକୁ ବୈଥେଲ୍ ଯିବାକୁ ଆଦେଶ ଦେଲେ। ଯେତେବେଳେ ଯା‌ରବିୟାମ ଯଜ୍ଞବେଦି ନିକଟରେ ଧୂପ ଜଳାଇବା ପାଇଁ ଛିଡ଼ା ହୋଇଥିଲେ ସେତେବେଳେ ପରମେଶ୍ୱରଙ୍କ ଲୋକ ସେଠାରେ ଉପସ୍ଥିତ ହେଲେ।


ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲବାସୀ ଗି‌ଲ୍‌ଗ‌ଲ୍‌ଠାରେ ଥିବା ଶିବିରକୁ ଫେରିଲେ।


ପ୍ରଥମ ମାସର ଦଶମ ଦିନରେ ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିରୀହୋର ପୂର୍ବ ସୀମାସ୍ଥିତ ଗି‌ଲ୍‌ଗ‌ଲ୍‌ଠାରେ ଛାଉଣି ସ୍ଥାପନ କଲେ।


ଇସ୍ରାଏଲ ଆଉ ଏପରି ଭବିଷ୍ୟ‌ଦ୍‌ବକ୍ତା ଦେଖି ନ ଥିଲେ। ଯିଏକି ସଦାପ୍ରଭୁଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ ଓ ସଦାପ୍ରଭୁଙ୍କ ସହିତ ମୁହାଁମୁହିଁ କଥା ହୋଇଥିଲେ।


ତେଣୁ ସଦାପ୍ରଭୁଙ୍କର ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ।


ମୋଶା ଏହି ଆଶୀର୍ବାଦମାନ ଦେଇଥିଲେ, ଯେ କି ପରମେଶ୍ୱରଙ୍କର ଲୋକ ଇସ୍ରାଏଲକୁ ମଲା ପୂର୍ବରୁ ଦେଇଥିଲେ।


କାଲେବ୍ ମୋଶାଙ୍କ ନିକଟରେ ଥିବା ଲୋକମାନଙ୍କୁ କହିଲେ, “ଆସ ଆମ୍ଭେମାନେ ଏହାକୁ ଅକ୍ତିଆର କରିବା, ସେମାନଙ୍କୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି।”


କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ମରୁଭୂମିରେ ମରିବେ। କେବଳ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।


ସେମାନଙ୍କୁ ସଦାପ୍ରଭୁଙ୍କ ଗୃହକୁ ନେଇଗଲି। ମୁଁ ପରମେଶ୍ୱରଙ୍କ ଲୋକ ଯି‌ଗ୍‌ଦଲିୟର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସେହି କୋଠରୀ ଶଲ୍ଲୂମର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରୀ ଉପରେ, ଅଧିପତିଗଣର କୋଠରୀ ନିକଟରେ ଥିଲା।


ମୋଶା ପରମେଶ୍ୱରଙ୍କ ଲୋକ ଥିଲେ। ମୋଶାଙ୍କ ପୁତ୍ରମାନେ ଲେବୀୟ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ।


Swiv nou:

Piblisite


Piblisite