Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 14:14 - ପବିତ୍ର ବାଇବଲ

14 ଏବଂ ସେହି ସହର ଆଜି ପର୍ଯ୍ୟନ୍ତ ସେହି ଯିଫୁନ୍ନିର ପୁତ୍ର କାଲେ‌ବ୍‌ର ବଂଶଧରମାନେ ଭୋଗ କରୁଛନ୍ତି। ସେମାନେ ହେଲେ କନିସୀୟ, ଯେଉଁମାନେ କି ହିବ୍ରୋଣକୁ ଅଧିକାର କରିଛନ୍ତି। ସେ ଭୂମି ଆଜି ପର୍ଯ୍ୟନ୍ତ ତାଙ୍କର ଅଧିକାରରେ ଅଛି କାରଣ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ରୂପେ ଅନୁଗତ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋଣ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଅନୁଗତ ହୋଇଥିଲେ।

Gade chapit la Kopi

ଓଡିଆ ବାଇବେଲ

14 ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋଣ କନିସୀୟ ଯିଫୁନ୍ନିର ପୁତ୍ର କାଲେବଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନୁଗତ ହୋଇଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋଣ କନିସୀୟ ଯିଫୁନ୍ନିର ପୁତ୍ର କାଲେବଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନୁଗତ ହୋଇଥିଲେ।

Gade chapit la Kopi




ଯିହୋଶୂୟ 14:14
9 Referans Kwoze  

ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।


ଯୋଷେଫଙ୍କର ପିତା କହିଲେ, “ଯାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲ ସବୁ କିପରି ଅଛନ୍ତି।” ତା'ପରେ ଫେରି ଆସ ଏବଂ ମୋତେ କୁହ। ତେଣୁ ଯୋଷେଫଙ୍କର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।


ଯିହୁଦା ଗୋଷ୍ଠୀବର୍ଗ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍।


ଯିହୋଶୂୟ ଯିଫୁନ୍ନିର ପୁତ୍ର କାଲେ‌‌ବ‌ଙ୍କୁ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକୁ ତାଙ୍କୁ ଦେଲେ।


ଅତୀତରେ ସେ ସହରର ନାମ ଥିଲା କିରିୟଥ-ଅର୍ବ। ଏହି ସହର ଲୋକମାନଙ୍କ ମଧ୍ୟରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନୁସାରେ ଏ ଭୂମିର ନାମକରଣ କରାଯାଇଥିଲା। ଏହା ପରେ ସେ ଭୂମିରେ ଶାନ୍ତି ଫେରି ଆସିଲା।


ଏହିପରି ଭାବରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯିହୋଶୂୟ ଇସ୍ରାଏଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗନୁସାରେ ଅଧିକାର କରିବାକୁ ଇସ୍ରାଏଲକୁ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।


ମ‌ଲ୍‌କିୟର ଇତ୍‌ନିଙ୍କ ପୁତ୍ର ଥିଲେ। ଇତ୍‌ନି ସେରହଙ୍କ ପୁତ୍ର ଥିଲେ। ସେରହ ଅଦାୟାଙ୍କ ପୁତ୍ର ଥିଲେ।


କିନ୍ତୁ ଆସ, ତୁମ୍ଭେ ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ ଦୃଢ଼ ହୁଅ। ଦୁର୍ବଳ ହୁଅ ନାହିଁ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କାର ପାଇବ।”


Swiv nou:

Piblisite


Piblisite