Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 14:13 - ପବିତ୍ର ବାଇବଲ

13 ଯିହୋଶୂୟ ଯିଫୁନ୍ନିର ପୁତ୍ର କାଲେ‌‌ବ‌ଙ୍କୁ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକୁ ତାଙ୍କୁ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏଥିରେ ଯିହୋଶୂୟ ତାହାକୁ ଆଶୀର୍ବାଦ କଲେ; ପୁଣି ସେ ଯିଫୁନ୍ନିର ପୁତ୍ର କାଲେବ୍ଙ୍କୁ ଅଧିକାରାର୍ଥେ ହିବ୍ରୋଣ ଦେଲେ।

Gade chapit la Kopi

ଓଡିଆ ବାଇବେଲ

13 ଏଥିରେ ଯିହୋଶୂୟ ତାହାକୁ ଆଶୀର୍ବାଦ କଲେ; ପୁଣି ସେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଅଧିକାରାର୍ଥେ ହିବ୍ରୋଣ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏଥିରେ ଯିହୋଶୂୟ ତାହାକୁ ଆଶୀର୍ବାଦ କଲେ; ପୁଣି ସେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଅଧିକାରାର୍ଥେ ହିବ୍ରୋଣ ଦେଲେ।

Gade chapit la Kopi




ଯିହୋଶୂୟ 14:13
16 Referans Kwoze  

କାଲେ‌ବ୍‌କୁ ହିବ୍ରୋଣକୁ ନେବା ପାଇଁ ମୋଶା ପ୍ରତିଜ୍ଞା କରିଥିଲେ, ତେଣୁ ସେହି ଭୂମି କାଲେ‌ବ୍‌କୁ ଦିଆଗଲା। କାଲେ‌ବ୍‌ର ଲୋକମାନେ ବଳାତ୍କାର କରି ଅନାକର ତିନି ପୁତ୍ରକୁ ସେଠାରୁ ତଡ଼ି ଦେଲେ।


ଏହା ପରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କଲେ ଓ ପଠେଇ ଦେଲେ। ଏବଂ ସେମାନେ ସେମାନଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କଲେ।


ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯିଫୁନ୍ନିର ପୁତ୍ର କାଲେ‌ବ୍‌କୁ ଯିହୁଦାର କିଛି ଅଂଶ ଦେବା ପାଇଁ, ପରମେଶ୍ୱରଙ୍କ କଥା ଅନୁସାରେ ଯିହୋଶୂୟ କାଲେ‌ବ୍‌କୁ ଦେଶର କିଛି ଅଂଶ ଦେଲେ। ଯିହୋଶୂୟ ତାଙ୍କୁ କିରିୟଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଅନାକର ପିତା ଥିଲେ।


ମାତ୍ର ମୋ’ କପୋତୀ, ମୋର ନିପୁଣାଟି ଅଦ୍ୱିତୀୟା। ସେ ଆପଣା ମାତାର ଏକମାତ୍ର। ସେ ଜଣଙ୍କର ପ୍ରିୟ ଯିଏ ତାକୁ ଗର୍ଭଧାରଣ କଲେ। କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ। ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।


ତହିଁରେ ଏଲି ଉତ୍ତର ଦେଲେ, “ଶାନ୍ତିରେ ଯାଅ, ଯାହା ତୁମ୍ଭେ ପରମେଶ୍ୱରଙ୍କଠାରେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ମନସ୍କାମନା ପୁରଣ କରନ୍ତୁ।”


ଏହା ପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁରୁ ବିଦାୟ ନେଲେ।


ଏହା ପରେ ଯୋଷେଫ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।


ଏବଂ ସେହି ସହର ଆଜି ପର୍ଯ୍ୟନ୍ତ ସେହି ଯିଫୁନ୍ନିର ପୁତ୍ର କାଲେ‌ବ୍‌ର ବଂଶଧରମାନେ ଭୋଗ କରୁଛନ୍ତି। ସେମାନେ ହେଲେ କନିସୀୟ, ଯେଉଁମାନେ କି ହିବ୍ରୋଣକୁ ଅଧିକାର କରିଛନ୍ତି। ସେ ଭୂମି ଆଜି ପର୍ଯ୍ୟନ୍ତ ତାଙ୍କର ଅଧିକାରରେ ଅଛି କାରଣ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ରୂପେ ଅନୁଗତ ଥିଲେ।


ଆମ୍ଭେମାନେ କରେଥୀୟମାନେ ବାସ କରୁଥିବା ନେଗେଭ ଆକ୍ରମଣ କଲୁ। ଆମ୍ଭେମାନେ ସିକ୍ଳଗ୍‌କୁ ଅଗ୍ନିରେ ଦ‌ଗ୍‌ଧ କଲୁ ଓ ଯିହୁଦାର କାଲେ‌ବ୍‌ମାନଙ୍କର ବସତି ଉପରେ ଆକ୍ରମଣ କଲୁ।”


ଓ ହିବ୍ରୋଣକୁ ଦାଉଦ ଆଣିଥିବା ଦ୍ରବ୍ୟ ଏହି ନେତାମାନଙ୍କ ନିକଟକୁ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକୁ ପଠାଇଲେ। ଯେଉଁଠାରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ।


ଏହା ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଗ୍ଭରିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ନିୟନ୍ତ୍ରଣ କରିବାକୁ ଯିବି?” ସଦାପ୍ରଭୁ ଉତ୍ତର ଦେଲେ, “ଯାଅ।” ତା'ପରେ ଦାଉଦ ପଗ୍ଭରିଲେ, “ମୁଁ କେଉଁଠାକୁ ଯିବା ଉଚିତ୍?” ସଦାପ୍ରଭୁ କହିଲେ, “ତୁମ୍ଭେ ହିବ୍ରୋଣକୁ ଯାଅ।”


ଇଲିୟାସର ପୀ‌ନ୍‌ହସଙ୍କ ପିତା ଥିଲେ। ପୀ‌ନ୍‌ହସ୍ ଅବିଶୂୟଙ୍କ ପିତା ଥିଲେ।


ଯିହୁଦାର ଲୋକମାନଙ୍କ ମଧ୍ୟରୁ କେତେକ କ୍ଷେତ୍ରସ୍ଥ ନଗରରେ ଅର୍ଥାତ୍ କିରିୟଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗରରେ, ଯିକ‌‌‌‌ବ୍‌‌‌‌ସେଲ ଓ ତହିଁର ଗ୍ରାମରେ ରହିଲେ।


Swiv nou:

Piblisite


Piblisite