Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 14:10 - ପବିତ୍ର ବାଇବଲ

10 “ବର୍ତ୍ତମାନ ସଦାପ୍ରଭୁ ମୋତେ ଏହି 45 ବର୍ଷ ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି, ଯେହେତୁ ସେ କହିଥିଲେ। ସଦାପ୍ରଭୁ ମୋଶାଙ୍କୁ ଏହା କହିଲା ସମୟରୁ ଆମ୍ଭେ ମରୁଭୂମିରେ ଭ୍ରମଣ କରୁଥିଲୁ। ବର୍ତ୍ତମାନ ମୋତେ 85 ବର୍ଷ ହେଲାଣି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦବଧି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ ପଞ୍ଚଚାଳିଶ୍ ବର୍ଷ ହେଲା ଜୀବିତ ରଖିଅଛନ୍ତି; ଏଣୁ ଏବେ ଦେଖ, ମୁଁ ଆଜି ଚାରିକୋଡ଼ି ପାଞ୍ଚ ବର୍ଷ ବୟସ୍କ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

10 ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦବଧି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ ପଞ୍ଚଚାଳିଶ୍‍ ବର୍ଷ ହେଲା ଜୀବିତ ରଖିଅଛନ୍ତି; ଏଣୁ ଏବେ ଦେଖ, ମୁଁ ଆଜି ପଞ୍ଚାଅଶୀ ବର୍ଷ ବୟସ୍କ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦବଧି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ ପଞ୍ଚଚାଳିଶ ବର୍ଷ ହେଲା ଜୀବିତ ରଖିଅଛନ୍ତି; ଏଣୁ ଏବେ ଦେଖ, ମୁଁ ଆଜି ପଞ୍ଚାଅଶୀ ବର୍ଷ ବୟସ୍କ ହୋଇଅଛି।

Gade chapit la Kopi




ଯିହୋଶୂୟ 14:10
9 Referans Kwoze  

ତୁମ୍ଭମାନଙ୍କ ମଧ୍ୟରୁ କେହି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଥିଲୁ, ସେଠାରେ ପ୍ରବେଶ କରି ପାରିବ ନାହିଁ। କେବଳ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ସେ ଦେଶରେ ପ୍ରବେଶ କରିବେ।


ଯିହୋଶୂୟ ଏହିସବୁ ରାଜାମାନଙ୍କ ସଙ୍ଗେ ବହୁ ସମୟ ଧରି ଯୁଦ୍ଧ କଲେ।


ଯେତେବେଳେ ଯିହୋଶୂୟ ଅତ୍ୟଧିକ ବୃଦ୍ଧ ହୋଇଗଲେ, ସଦାପ୍ରଭୁ ତାଙ୍କୁ କହିଲେ, “ଯିହୋଶୂୟ ତୁମ୍ଭେ ବୁଢ଼ା ହୋଇଗଲଣି। କିନ୍ତୁ ଆହୁରି ଅନେକ ଦେଶକୁ ଜୟ କରିବା ପାଇଁ ବାକି ଅଛି।


ତେଣୁ ସେହି ଦିନ, ମୋଶା ମୋ'ଠାରେ ପ୍ରତିଜ୍ଞା କଲେ, ‘ଯେଉଁ ଭୂମିରେ ତୁମ୍ଭେ ଗ୍ଭଲିଲ, ତାହା ତୁମ୍ଭର ହେବ। ତୁମ୍ଭର ବଂଶଧରମାନେ ଚିରଦିନ ପାଇଁ ସେ ଭୂମିର ମାଲିକାନା ପାଇବେ। ମୁଁ ତୁମ୍ଭକୁ ସେ ଭୂମି ଦେବି କାରଣ ତୁମ୍ଭେ ମୋର ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହୋଇ ରହିଲ।’


ମୁଁ ଆଜି ଠିକ୍ ସେହିପରି ଶକ୍ତିଶାଳୀ ଅଛି ଯେତେବେଳେ ମୋଶା ମୋତେ ପଠାଇ ଥିଲେ, ସେତେବେଳେ ମୁଁ ଯେପରି ଶକ୍ତିଶାଳୀ ଥିଲି। ମୁଁ ସେତେବେଳେ ଯେପରି ଯୋଦ୍ଧା ଥିଲି, ବର୍ତ୍ତମାନ ମଧ୍ୟ ଯୁଦ୍ଧ କରିବା ପାଇଁ ସେହିପରି ଯୋଦ୍ଧା ଅଛି।


ତୁମ୍ଭ ପକ୍ଷରେ ହଜାର ହଜାର ଶତ୍ରୁମାନ ମାରିବା ସହଜ। ତୁମ୍ଭର ଦକ୍ଷିଣ ହସ୍ତ ଦଶ ହଜାର ଶତ୍ରୁଙ୍କୁ ପରାସ୍ତ କରିବ, କିନ୍ତୁ ତୁମ୍ଭେ ଆଘାତପ୍ରାପ୍ତ ହେବ ନାହିଁ।


ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ। ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ, କିନ୍ତୁ ସେମାନେ ପାଇଲେ ନାହିଁ।


ମାତ୍ର ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ଜୀବିତ ରହିଲେ।


Swiv nou:

Piblisite


Piblisite