ଯିହୋଶୂୟ 11:23 - ପବିତ୍ର ବାଇବଲ23 ଏହିପରି ଭାବରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯିହୋଶୂୟ ଇସ୍ରାଏଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗନୁସାରେ ଅଧିକାର କରିବାକୁ ଇସ୍ରାଏଲକୁ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା। Gade chapit laପବିତ୍ର ବାଇବଲ (Re-edited) - (BSI)23 ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯିହୋଶୂୟ ସେସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ। ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା। Gade chapit laଓଡିଆ ବାଇବେଲ23 ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯିହୋଶୂୟ ସେସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ। ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯିହୋଶୂୟ ସେସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ। ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା। Gade chapit la |
ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲବାସୀଙ୍କୁ ଶାନ୍ତି ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ରକ୍ଷା କରିଛନ୍ତି। ତେଣୁ ତୁମ୍ଭେମାନେ ବର୍ତ୍ତମାନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରି ପାରିବ। ସଦାପ୍ରଭୁଙ୍କର ସେବକ ମୋଶା ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ତୁମ୍ଭମାନଙ୍କୁ ଭୂମି ଦେଇଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ସେଠାକୁ ତୁମ୍ଭମାନଙ୍କର ସ୍ୱଗୃହକୁ ଯାଇପାର।
ଇସ୍ରାଏଲର ଲୋକମାନେ ମଧ୍ୟ ଯର୍ଦ୍ଦନର ପଶ୍ଚିମ ପାର୍ଶ୍ୱସ୍ଥ ଦେଶର ରାଜାମାନଙ୍କୁ ପରାସ୍ତ କରିଥିଲେ। ଯିହୋଶୂୟ ଏହି ଆକ୍ରମଣର ନେତୃତ୍ୱ ନେଇଥିଲେ। ଯିହୋଶୂୟ ସେହି ଦେଶଗୁଡ଼ିକୁ ବାରଟି ପରିବାରବର୍ଗ ମଧ୍ୟରେ ବାଣ୍ଟି ଦେଇଥିଲେ। ସେହି ଦେଶଗୁଡ଼ିକ ସଦାପ୍ରଭୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେହି ଲିବାନୋନ୍ର ବାଲଗାଦ୍ଠାରୁ ସେୟୀରର ହାଲକ ପର୍ଯ୍ୟନ୍ତ ଉପତ୍ୟକାଗୁଡ଼ିକ ଥିଲା।