Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 10:30 - ପବିତ୍ର ବାଇବଲ

30 ସଦାପ୍ରଭୁ ସେହି ନଗରକୁ ତା'ର ରାଜା ସହିତ ଇସ୍ରାଏଲ ହସ୍ତରେ ସମର୍ପଣ କଲେ। ତେଣୁ ସେମାନେ ସହରର ସମସ୍ତ ସଜୀବ ପ୍ରାଣୀଙ୍କୁ ଖଣ୍ଡାରେ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ, ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କୁ ମଧ୍ୟ ଯିହୋଶୂୟ ସେହିପରି କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ଼୍‍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ।

Gade chapit la Kopi

ଓଡିଆ ବାଇବେଲ

30 ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ।

Gade chapit la Kopi




ଯିହୋଶୂୟ 10:30
12 Referans Kwoze  

ତା'ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟମାନେ ମ‌କ୍‌କେଦାରୁ ଲି‌‌ବ୍‌‌ନାକୁ ଗଲେ। ଏବଂ ସେ ସହରକୁ ଆକ୍ରମଣ କଲେ।


ଏହା ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟ ଲୋକ ଲି‌‌ବ୍‌‌ନା ପରିତ୍ୟାଗ କରି ଲାଖୀ‌ଶ୍‌କୁ ଗଲେ। ଯିହୋଶୂୟ ଏବଂ ତାଙ୍କର ସୈନ୍ୟମାନେ ସେ ସହରକୁ ସେନା ଛାଉଣି କରି ରଖିଲେ। ଏବଂ ତାହାକୁ ଆକ୍ରମଣ କଲେ।


ଯେତେବେଳେ ସେହି ଦେଶ ଅକ୍ତିଆର ହୁଏ, ତା'ହାଲେ ତୁମ୍ଭେମାନେ ଗୃହକୁ ଫେରି ପାରିବ। ତାହାହେଲେ ତୁମ୍ଭେମାନେ ସଦାପ୍ରଭୁ ଓ ଇସ୍ରାଏଲଙ୍କଠାରେ ନିରପରାଧୀ ହେବ। ଆଉ ସେହି ଦେଶକୁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭେମାନେ ଅଧିକାର କରିବ।


କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ, ଆମ୍ଭେମାନେ ରାଜା ସୀହୋନକୁ, ତାଙ୍କର ପୁତ୍ରମାନଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ପରାସ୍ତ କଲୁ।


ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ତୁମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ। ତୁମ୍ଭେ ସେମାନଙ୍କ ସହିତ କୌଣସି ସନ୍ଧି କରିବ ନାହିଁ ଅଥବା ଦୟା ଦେଖାଇବ ନାହିଁ। ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବ।


ଯୁଦ୍ଧ ସମୟରେ ଇସ୍ରାଏଲର ସୈନିକମାନେ ଅୟ ସୈନ୍ୟମାନଙ୍କ ପଛରେ ଗୋଡ଼ାଇ କ୍ଷେତ ଓ ମରୁଭୂମି ଅଞ୍ଚଳକୁ ଆଣିଲେ। ସେମାନେ ସେହିଠାରେ ସେମାନଙ୍କୁ ହତ୍ୟା କଲେ। ଏହା ପରେ ଇସ୍ରାଏଲ ସୈନ୍ୟମାନେ ଅୟକୁ ଫେରି ଆସିଲେ ଏବଂ ଅୟ ସହରରେ ଜୀବିତ ଲୋକମାନଙ୍କୁ ଓ ସୈନ୍ୟମାନଙ୍କୁ ହତ୍ୟା କଲେ।


ଯିହୋଶୂୟ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛରେ ଝୁଲେଇ ରଖିଲେ। ସୂର୍ଯ୍ୟାସ୍ତ ପରେ ଯିହୋଶୂୟଙ୍କ ଆଜ୍ଞାନୁସାରେ ଲୋକମାନେ ସେ ଶବକୁ ଗଛରୁ ଆଣିଲେ। ସେମାନେ ସେହି ଶବକୁ ନଗରର ପ୍ରବେଶ ଫାଟକ ସମ୍ମୁଖରେ ଫୋପାଡ଼ି ଦେଲେ ଏବଂ ତା’ ଉପରେ ପଥର ଗଦା କଲେ। ତାହା ସେଠାରେ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛି।


ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷୟରେ ଗିବିୟୋନର ଲୋକମାନେ ଶୁଣିଲେ।


ଏହା ପରେ ଯିହୋଶୂୟ ସେହି ଦିନ ମ‌କ୍‌କେଦା ଅକ୍ତିଆର କରି ‌‌ଖ‌ଡ଼୍‌ଗ ଧାରରେ ନଗରକୁ ଓ ତାହାର ରାଜାକୁ ହତ୍ୟା କଲେ। ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବର୍ଜିତ ରୂପେ ବିନାଶ କଲେ। କାହାକୁ ଅବଶିଷ୍ଟ ରଖିଲେ ନାହିଁ, ପୁଣି ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ସେହିପରି ମ‌କ୍‌କେଦା ରାଜା ପ୍ରତି କଲେ।


ଯିହୋଶୂୟ ସେ ସମସ୍ତ ରାଜକୀୟ ସହରଗୁଡ଼ିକ ନିଜ ଅଧୀନକୁ ଆଣିଲେ ଓ ସେମାନଙ୍କର ରାଜାମାନଙ୍କୁ ହତ୍ୟା କଲେ। ଯିହୋଶୂୟ ସମ୍ପୂର୍ଣ୍ଣ ଭାବେ ସମସ୍ତ ଲୋକମାନଙ୍କୁ ଓ ଏହି ସହରର ରାଜାଗଣକୁ ଧ୍ୱଂସ କଲେ। ସଦାପ୍ରଭୁଙ୍କ ସେବକ ମୋଶା ଏହିପରି ଭାବରେ ଆଜ୍ଞା କରିଥିଲେ।


ଲି‌‌ବ୍‌‌ନାର ରାଜା 1 ଅଦୁଲ୍ଲମର ରାଜା 1


ତେଣୁ ଯେହୂ ଯିଷ୍ରିୟେଲରେ ବାସ କରୁଥିବା ଆହାବଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ, ଆତ୍ମୀୟ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବଙ୍କ ଲୋକ ମଧ୍ୟରୁ କେହି ଜଣେ ହେଲେ ଜୀବିତ ଛଡ଼ାଗଲା ନାହିଁ।


Swiv nou:

Piblisite


Piblisite