Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 10:23 - ପବିତ୍ର ବାଇବଲ

23 ତେଣୁ ଯିହୋଶୂୟଙ୍କର ଲୋକମାନେ ସେହି ପାଞ୍ଚ ଜଣ ରାଜାଙ୍କୁ ଗୁମ୍ଫା ମଧ୍ୟରୁ ବାହାରକୁ ଆଣିଲେ। ସେମାନେ ଥିଲେ ଯିରୁଶାଲମର, ହିବ୍ରୋଣର, ଯର୍ମୂତର, ଲାଖୀ‌ଶ୍‌ର ଏବଂ ଇଗ୍ଲୋନର ରାଜାମାନେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍ର ରାଜାକୁ, ଇଗ୍ଲୋନ୍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ପାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।

Gade chapit la Kopi

ଓଡିଆ ବାଇବେଲ

23 ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍‍ର ରାଜାକୁ, ଇଗ୍ଲୋନ୍‍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍‍ର ରାଜାକୁ, ଇଗ୍ଲୋନ୍‍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।

Gade chapit la Kopi




ଯିହୋଶୂୟ 10:23
7 Referans Kwoze  

ତେଣୁ ପାଞ୍ଚ ଜଣ ଇମୋରୀୟ ରାଜା ଯଥା: ଯିରୁଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀ‌ଶ୍‌ର ରାଜା ଓ ଇଗ୍ଲୋନର ରାଜା ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ୟମାନଙ୍କ ସହିତ ଗିବିୟୋନକୁ ଅକ୍ତିଆର କରିବାକୁ ଏକତ୍ରିତ ହେଲେ। ସେମାନେ ନଗରକୁ ଘେରିଗଲେ ଓ ଆକ୍ରମଣ କଲେ।


ଆଦୋନିଷେଦକ୍, ଯିରୁଶାଲମର ରାଜା ହିବ୍ରୋଣର ରାଜା ହୋହମ୍ ଓ ଯର୍ମୂତର ରାଜା କିରାମ୍ ଓ ଲାଖୀ‌ଶ୍‌ର ରାଜା ଯାଫିୟ ଓ ଇଗ୍ଲୋନ ରାଜା ଦବୀର ନିକଟକୁ କହି ପଠାଇଲା।


ଏହି ସମୟରେ ଅଦୋନିଷେଦକ ଯିରୁଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହୋଶୂୟ ଅୟକୁ ପରାସ୍ତ କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଛନ୍ତି। ରାଜା ଜାଣିବାକୁ ପାଇଲେ ଯେ, ଯିହୋଶୂୟ ଯିରୀହୋ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସେହିପରି ଅୟ ଓ ତା'ର ରାଜାଙ୍କୁ କଲେ। ଆଉ ରାଜା ଜାଣିବାକୁ ପାଇଲେ ଯେ, ଗିବିୟୋନୀୟମାନେ ଇସ୍ରାଏଲମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି ଏବଂ ସେହି ଲୋକମାନେ ଯିରୁଶାଲମ ନିକଟରେ ବାସ କରୁଛନ୍ତି।


ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।


ଯିହୋଶୂୟ କହିଲେ, “ଗୁମ୍ଫା ମୁହଁରୁ ପଥର ଖଣ୍ତାମାନ କାଢ଼ ଏବଂ ସେହି ପାଞ୍ଚ ଜଣ ରାଜାଙ୍କୁ ମୋ’ ସମ୍ମୁଖକୁ ଆଣ।”


ଯିରୁଶାଲମର ରାଜା 1 ହିବ୍ରୋଣର ରାଜା 1


ଇଗ୍ଲୋନର ରାଜା 1 ଗେଷ‌‌ର୍‌‌ର ରାଜା 1


Swiv nou:

Piblisite


Piblisite