Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 10:2 - ପବିତ୍ର ବାଇବଲ

2 ତେଣୁ ଆଦୋନିଷେଦକ୍ ଏବଂ ତାଙ୍କର ଲୋକମାନେ ଖୁବ୍ ଭୟଭୀତ ହେଲେ। ଗିବିୟୋନ ଅୟ ପରି ଛୋଟ ସହର ନ ଥିଲା। ଏହା ଏକ ବଡ଼ ସହର ଥିଲା। ଏହା ଏକ ରାଜଧାନୀ ତୁଲ୍ୟ ବୃହତ୍ ନଗର ଥିଲା ଏବଂ ସେହି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହୁତ ଭୟ କରି ଯାଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କାରଣ ଗିବିୟୋନ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ।

Gade chapit la Kopi

ଓଡିଆ ବାଇବେଲ

2 କାରଣ ଗିବୀୟୋନ୍‍ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ଗିବୀୟୋନ୍‍ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ।

Gade chapit la Kopi




ଯିହୋଶୂୟ 10:2
16 Referans Kwoze  

ତୁମ୍ଭମାନଙ୍କ ବିପକ୍ଷରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସକ୍ଷମ ହେବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ପ୍ରତିଜ୍ଞାନୁସାରେ ସମଗ୍ର ଦେଶରେ ତୁମ୍ଭେ ଯେଉଁଠିକୁ ଯାଅ, ତୁମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ।


ସେମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ବାସ୍ତବରେ ଆମ୍ଭକୁ ସମସ୍ତ ଦେଶ ଦାନ କରିଛନ୍ତି। ସେହି ଦେଶରେ ସମସ୍ତ ଲୋକ ଆମ୍ଭକୁ ଭୟ କରୁଛନ୍ତି।”


ଜୀବିତ ପରମେଶ୍ୱରଙ୍କ ହାତରେ ଜଣେ ପାପୀ ପଡ଼ିଯିବା, ଗୋଟିଏ ଭୟଙ୍କର କଥା।


ଆମ୍ଭେ ଯଦି ପାପ କରି ଗ୍ଭଲିଥିବା, ତା'ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଗ୍ଭରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ୱରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି।


ଦୁଷ୍ଟ ଲୋକ ଯାହା ଭୟ କରେ, ତାହା ହିଁ ତାକୁ ଘଟେ। ମାତ୍ର ଧାର୍ମିକର ମନୋବାଞ୍ଛା ତାକୁ ଦିଆଯାଇଥାଏ।


ଅମ୍ମୋନୀୟମାନଙ୍କର ରାଜଧାନୀ ସହର ରବ୍ବାକୁ ଯୋୟାବ ଯୁଦ୍ଧ କରି କରଗତ କଲେ।


ଦାଉଦ ଆଖୀ‌ଶ୍‌‌କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ଖୁସୀ ତେବେ ମୋତେ ତୁମ୍ଭ ସହରରେ ଏକ ସ୍ଥାନ ଦିଅ। ମୁଁ କେବଳ ତୁମ୍ଭର ଦାସ ଓ ମୁଁ ସେଠାରେ ବାସ କରିବି, କିନ୍ତୁ ତୁମ୍ଭ ସହିତ ଏ ରାଜକୀୟ ସହରରେ ନୁହଁ।”


ଏହା ପରେ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧ ଅଛ ବୋଲି, ଦେଶର ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ୍ଭ ବିଷୟରେ ଭୟ କରିବେ।


ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷୟରେ ଗିବିୟୋନର ଲୋକମାନେ ଶୁଣିଲେ।


ଆଜି ଆମ୍ଭେ ସବୁଆଡ଼େ ସମସ୍ତଙ୍କ ମନରେ ତୁମ୍ଭ ବିଷୟରେ ଭୟ ସୃଷ୍ଟି କରିବୁ। ସେମାନେ ଏହି ଖବର ପାଇଲା ମାତ୍ରେ ସେମାନେ ବହୁତ ଭୟ କରିବେ ଓ ଭୟରେ ଥରିବେ।’


ଗିବିୟୋନୀୟମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭ ସମ୍ମୁଖରେ ମିଛ କହିଲୁ କାରଣ ଆମ୍ଭେମାନେ ତୁମ୍ଭକୁ ଭୟ କରିଗଲୁ, କାଳେ ତୁମ୍ଭେ ଆମ୍ଭକୁ ମାରି ଦେବ। ଆମ୍ଭେ ଜାଣିବାକୁ ପାଇଲୁ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଆଜ୍ଞା ଦେଇଥିଲେ। ତେଣୁ ଆମ୍ଭର ଜୀବନ ଭୟରେ ଆମ୍ଭେ ତୁମ୍ଭ ନିକଟରେ ମିଥ୍ୟା କହିଲୁ।


Swiv nou:

Piblisite


Piblisite