Biblia Todo Logo
Bib sou entènèt

- Piblisite -




ଯୂନସ 1:6 - ପବିତ୍ର ବାଇବଲ

6 ଯୂନସ ଜାହଜରେ ଶୋଇଥିବାର ଦେଖି ଜାହାଜର କପ୍ତାନ କହିଲେ, “ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ୱରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲା, ହେ ନିଦ୍ରାଳୁ, କଅଣ କରୁଅଛ? ଉଠ, ତୁମ୍ଭ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କର, କେଜାଣି ପରମେଶ୍ଵର ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ।

Gade chapit la Kopi

ଓଡିଆ ବାଇବେଲ

6 ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲେ, “ହେ ନିଦ୍ରାଳୁ, କଅଣ କରୁଅଛ ? ଉଠ, ତୁମ୍ଭ ଦେବତାଙ୍କ ନିକଟରେ ପ୍ରାର୍ଥନା କର, କେଜାଣି ତୁମ୍ଭର ଦେବତା ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲେ, “ହେ ନିଦ୍ରାଳୁ, କଅଣ କରୁଅଛ? ଉଠ, ତୁମ୍ଭ ଦେବତାଙ୍କ ନିକଟରେ ପ୍ରାର୍ଥନା କର, କେଜାଣି ତୁମ୍ଭର ଦେବତା ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ।”

Gade chapit la Kopi




ଯୂନସ 1:6
18 Referans Kwoze  

ତାହାହେଲେ ପରମେଶ୍ୱର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ଯ୍ୟ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କ୍ରୋଧ ହେବେ ନାହିଁ। ତା'ପରେ ସେ ହୁଏତ ଦଣ୍ତ ଦେବେ ନାହିଁ।


ଦାଉଦ କହିଲେ, “ପିଲାଟି ବଞ୍ଚିଥିବା ସମୟରେ ମୁଁ ଖାଇବାକୁ ମନାକଲି କାରଣ ମୁଁ କ୍ରନ୍ଦନ କଲି, ‘ଯଦି ପରମେଶ୍ୱରଙ୍କୁ ମୋର ଦୁଃଖ ଜଣାଏ କାଳେ ସେ ମୋ’ ଉପରେ ଦୟା କରିବେ ଏବଂ ପିଲାଟିକୁ ବଞ୍ଚିବାକୁ ଦେବେ।’


ଯାହା ସହଜରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ: “ହେ! ଶୋଇଥିବା ଲୋକ, ଜାଗି ଉଠ ମୃତ୍ୟୁରୁ ଉଠି ଆସ, ଏବଂ ଖ୍ରୀଷ୍ଟ ତୁମ୍ଭକୁ ଆଲୋକିତ କରିବେ।”


ମନ୍ଦକୁ ଘୃଣା କର, ଭଲକୁ ଆଦର କର। ନ୍ୟାୟ ବିଗ୍ଭର କର। ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ହୁଏତ ଯୋଷେଫଙ୍କ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମୟ ହୋଇପାରନ୍ତି।


କିନ୍ତୁ ପାଉଲ କହିଲେ, “ତୁମ୍ଭେମାନେ କାହିଁକି କାନ୍ଦୁଛ? ତୁମ୍ଭେମାନେ କାହିଁକି ଏପରି ମୋତେ ଦୁଃଖିତ କରୁଛ? ଯିରୁଶାଲମରେ ମୁଁ ବନ୍ଧା ହେବା ପାଇଁ ଯେ କେବଳ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି।”


ସଦାପ୍ରଭୁ ଉଚ୍ଚ ସ୍ୱରରେ ତାଙ୍କର ସୈନ୍ୟବାହିନୀକୁ ଆହ୍ୱାନ କରନ୍ତି। ତାଙ୍କର ଶିବୀର ଅତି ବିରାଟ। ସେହି ସୈନ୍ୟଗଣ ତାଙ୍କର ଆଦେଶକୁ ପାଳନ କରନ୍ତି। ସେମାନେ ଅତି ଶକ୍ତିଶାଳୀ। ସଦାପ୍ରଭୁଙ୍କର ସେହି ଦିନଟି ଅତି ମହାନ ଓ ଭୟଙ୍କର। କେହି ତାକୁ ଅଟକାଇ ପାରିବେ ନାହିଁ।


“ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ ଯେତେବେଳେ ଏହି ପ୍ରବାଦଟି ବ୍ୟବହାର କର ଏହାର ଅର୍ଥ କ’ଣ? ‘ପିତାଗଣ ଅଙ୍ଗୁର ଖାଇଲେ ଏବଂ ସେମାନଙ୍କର ପୁତ୍ରମାନଙ୍କର ଦାନ୍ତ ଯନ୍ତ୍ରଣା କରେ।’”


ତୁମ୍ଭେମାନେ କେଉଁ ଅଧିକାରରେ ମୋର ଲୋକମାନଙ୍କୁ ଅତ୍ୟାଗ୍ଭର କଲ? କେଉଁ ଅଧିକାରରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ?” ମୋର ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।


ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ। ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।


ଯେତେବେଳେ ପରମେଶ୍ୱର ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଲେ, ଅନ୍ୟମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ ଏବଂ ତାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଉତ୍କଣ୍ଠିତ ହେଲେ।


ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ। ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି। ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ।


କିନ୍ତୁ ସମସ୍ତ ମନୁଷ୍ୟ ଓ ପ୍ରାଣୀ ମୋଟା ବସ୍ତ୍ର ପରିଧାନ କରିବେ ଏବଂ ସେମାନେ ଦୁଃଖ ପ୍ରକାଶ କରିବେ। ସେମାନେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବେ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ଯ୍ୟ କରିବା ବନ୍ଦ କରିବେ।


Swiv nou:

Piblisite


Piblisite