Biblia Todo Logo
Bib sou entènèt

- Piblisite -




ଯୂନସ 1:4 - ପବିତ୍ର ବାଇବଲ

4 କିନ୍ତୁ ସଦାପ୍ରଭୁ ଗୋଟିଏ ପ୍ରକାଣ୍ତ ଝଡ଼ି ସେହି ସମୁଦ୍ରକୁ ପ୍ରେରଣ କଲେ। ସେହି ବାତ୍ୟା ସମୁଦ୍ରକୁ ଅଶାନ୍ତ କରି ଦେଲା। ସେହି ଝଡ଼ ଅତି ଶକ୍ତିଶାଳୀ ଥିଲା ଏବଂ ନୌକାଟି ଭାଙ୍ଗି ଖଣ୍ତ ଖଣ୍ତ ହେବାକୁ ବସିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ତ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା।

Gade chapit la Kopi

ଓଡିଆ ବାଇବେଲ

4 ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା।

Gade chapit la Kopi




ଯୂନସ 1:4
13 Referans Kwoze  

ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା, ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା। ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ। ଆଉ ମଧ୍ୟ ଅନ୍ଧକାରକୁ ସକାଳରେ ପରିଣତ କରିଥିଲୁ। ଆମ୍ଭେ ପର୍ବତ ଓ ପୃଥିବୀ ଉପରେ ଯାତାୟାତ କରୁ। ତାହାହେଲେ ଆମ୍ଭେ କିଏ? ଆମ୍ଭେ ହେଉଛୁ ସେହି ସଦାପ୍ରଭୁ ସୈନ୍ୟାଧିପତି, ସ୍ୱୟମ୍ଭୂ ପରମେଶ୍ୱର ଆମ୍ଭର ନାମ।”


ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି। ସେ ବର୍ଷା ସହିତ ବିଜୁଳି କରାନ୍ତି। ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।


ତେଣୁ ସଦାପ୍ରଭୁ ପବନର ଦିଗ ପରିବର୍ତ୍ତନ କଲେ। ପଶ୍ଚିମ ଦିଗରୁ ପ୍ରଚଣ୍ଡ ବେଗରେ ପବନ ବହିଲା। ଏହି ପବନ ମିଶରରୁ ସମସ୍ତ ପଙ୍ଗପାଳଦଳକୁ ଉଡ଼ାଇ ନେଇ ଲୋହିତ ସୂଫ ସାଗରରେ ପକାଇଲା। ଏପରିକି ଗୋଟିଏ ହେଲେ ପଙ୍ଗପାଳ ମିଶରରେ ରହିଲେ ନାହିଁ।


ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାୟୁ ବହିଲା ଓ ତାହା ସମୁଦ୍ରରୁ ଭାଟୋଇ ପକ୍ଷୀ ଆଣିଲା। ସେମାନଙ୍କର ସଂଖ୍ୟା ଏତେ ଅଧିକ ହେଲା ଯେ ସେମାନେ ଛାଉଣିର ଚତୁର୍ଦ୍ଦିଗରେ ଏପାଖେ ଦିନକର ପଥ ଓ ସେ ପାଖେ ଦିନକର ପଥ ପର୍ଯ୍ୟନ୍ତ ବ୍ୟାପି ରହିଲେ। ସେମାନେ ଭୂମିଠାରୁ ପ୍ରାୟ ଦୁଇ ଫୁଟ ବହଳରେ ଗଦା ହୋଇଗଲେ।


ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କରେ ଉଡ଼ାଇ ଦେଲ ଓ ସମୁଦ୍ରରେ ସେମାନଙ୍କୁ ବୁଡ଼ାଇ ଦେଲ। ସେମାନେ ସୀସା ପରି ଅଗାଧ ସମୁଦ୍ରରେ ବୁଡ଼ିଗଲେ।


ମୋଶା ତାଙ୍କର ଆଶାବାଡ଼ି ସୂଫସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବେଗରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହୋଇଗଲା ଏବଂ ସମୁଦ୍ର ମଧ୍ୟ ଶୁଷ୍କ ଭୂମିରେ ପରିଣତ ହୋଇଗଲା।


ତେଣୁ ମୋଶା ତାଙ୍କର ଆଶାବାଡ଼ିଟିକୁ ମିଶର ଭୂମିରେ ବିସ୍ତାର କଲେ ଏବଂ ଏହା ପରେ ସଦାପ୍ରଭୁ ପୂର୍ବଦିଗରୁ ଖୁବ୍ ଜୋ‌‌ର୍‌‌ରେ ପବନ ବୁହାଇଲେ। ଏହି ପବନ ଦିନ ଓ ରାତି ତମାମ ଲାଗି ରହିଲା। ପ୍ରଭାତ ହେବାରୁ ସେହି ପବନ ଦ୍ୱାରା ପଙ୍ଗପାଳ ଦ୍ୱାରା ମିଶର ଭୂମି ପରିପୂର୍ଣ୍ଣ ହୋଇଗଲା।


ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।


ଯେତେବେଳେ ସେ ଭୟଙ୍କର ଶବ୍ଦ କରନ୍ତି, ସେତେବେଳେ ଆକାଶର ଜଳରାଶି ଗର୍ଜନ କରନ୍ତି। ସେ ସମଗ୍ର ପୃଥିବୀ ଉପରେ ମେଘ ସୃଷ୍ଟି କରିଛନ୍ତି। ସେ ମେଘ ସହିତ ବିଜୁଳି ପଠାନ୍ତି ଓ ତାଙ୍କ ଭଣ୍ଡାର ଘରୁ ବାୟୁ ପ୍ରବାହ କରନ୍ତି।


ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ, ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।


Swiv nou:

Piblisite


Piblisite