ଯୂନସ 1:2 - ପବିତ୍ର ବାଇବଲ2 ସଦାପ୍ରଭୁ କହିଲେ, “ନୀନିବୀ ଗୋଟିଏ ବିରାଟ ନଗରୀ। ସେଠାରେ ଲୋକମାନେ ବହୁତ ମନ୍ଦକାର୍ଯ୍ୟ କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ଉଠ ଓ ସେହି ନଗରୀକୁ ଯାଅ ଏବଂ ତାହା ବିରୁଦ୍ଧରେ ଆମ୍ଭ ବିଗ୍ଭରଧାରା ଘୋଷଣା କର।” Gade chapit laପବିତ୍ର ବାଇବଲ (Re-edited) - (BSI)2 ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି। Gade chapit laଓଡିଆ ବାଇବେଲ2 “ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 “ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।” Gade chapit la |
ସମୟେ ସମୟେ ମୁଁ ନିଜେ ନିଜକୁ କହେ, “ମୁଁ ଆଉ ସଦାପ୍ରଭୁଙ୍କ ବିଷୟ କହିବି ନାହିଁ କି ତାଙ୍କ ପାଇଁ ପ୍ରଗ୍ଭର କରିବି ନାହିଁ।” ମାତ୍ର ଏହା କହିଲା ବେଳେ ମୋ’ ଅସ୍ଥି ମଜ୍ଜା ମଧ୍ୟରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ୟ ଜଳି ଉଠେ। ମୁଁ ହୃଦୟ ମଧ୍ୟରେ ତାକୁ ସମ୍ଭାଳି ରଖିପାରେ ନାହିଁ। ସେଗୁଡ଼ିକୁ ଭିତରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହେଲି।
କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହି ଭବିଷ୍ୟଦ୍ବକ୍ତାଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିୟାକୁ ଫେରି ଆସିଥିବା ଇସ୍ରାଏଲୀୟ ସୈନ୍ୟଦଳକୁ ଭେଟିଲେ। ଓବେଦ୍ ଇସ୍ରାଏଲୀୟ ସୈନ୍ୟଦଳକୁ କହିଲେ, “ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ୱାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସେମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଛନ୍ତି। ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାବରେ ହତ୍ୟା ଓ ଦଣ୍ଡିତ କରିଅଛ।