Biblia Todo Logo
Bib sou entènèt

- Piblisite -




ଯୂନସ 1:14 - ପବିତ୍ର ବାଇବଲ

14 ତେଣୁ ସେହି ନାବିକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ପ୍ରଭୁ, ଆମ୍ଭେମାନେ ଯୂନସକୁ ସମୁଦ୍ର ମଧ୍ୟକୁ ପକାଉଛୁ କାରଣ ସେ ବହୁ ମନ୍ଦକାର୍ଯ୍ୟ କରିଛି। ଏଥିପାଇଁ ଆମ୍ଭକୁ ଦୋଷୀ କର ନାହିଁ, ସତେ ଯେପରି ଆମ୍ଭେ ଏକ ନିରୀହ ବ୍ୟକ୍ତିକୁ ବଧ କରୁଅଛୁ। ପୁଣି ନିରୀହ ବ୍ୟକ୍ତିର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଅ ନାହିଁ। ଆମ୍ଭେମାନେ ଜାଣୁ ତୁମ୍ଭେ ସଦାପ୍ରଭୁ ଅଟ ଏବଂ ତୁମ୍ଭେ ଯାହା ଗ୍ଭହିଁବ ତାହା କରିବ। କିନ୍ତୁ ଆମ୍ଭମାନଙ୍କ ପ୍ରତି ସଦୟ ହୁଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।

Gade chapit la Kopi

ଓଡିଆ ବାଇବେଲ

14 ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ-ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।”

Gade chapit la Kopi




ଯୂନସ 1:14
15 Referans Kwoze  

ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି। ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି।


ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।


ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲର ଲୋକମାନଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର। ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ ଦୋଷ ରହିବାକୁ ଦିଅ ନାହିଁ।’ ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ ଦୋଷ କ୍ଷମା ହେବ।


ପରମେଶ୍ୱର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ପରମେଶ୍ୱର ଆମ୍ଭକୁ ତାହାଙ୍କର ଲୋକ ହେବା ପାଇଁ ବାଛିଲେ। ଏ କଥା ସେ ନିଜ ଇଚ୍ଛାନୁସାରେ ଅନାଦି କାଳରୁ ଠିକ୍ କରି ରଖିଥିଲେ।


ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ।


ହଁ ପରମପିତା, ତୁମ୍ଭେ ପ୍ରକୃତରେ ଯାହା ଗ୍ଭହୁଁଥିଲ, ତାହା ଘଟିଲା।


ଯେତେବେଳେ ଲୋକମାନେ ଏହା ଦେଖିଲେ ସେମାନେ ଭୟଭୀତ ହୋଇ ପଡ଼ିଲେ ଏବଂ ସଦାପ୍ରଭୁଙ୍କୁ ଉପାସନା କଲେ। ସେମାନେ ସଦାପ୍ରଭୁଙ୍କୁ ବଳି ଦେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ମାନସିକ କରି ଶପଥ କଲେ।


ଲୋକମାନେ ବୁଡ଼ି ଯାଉଥିବା ନୌକାକୁ ହାଲୁକା କରିବାକୁ ଇଚ୍ଛା କଲେ। ସେମାନେ ନୌକାରେ ବୋଝେଇ ହୋଇଥିବା ମାଲକୁ ସମୁଦ୍ରକୁ ଫିଙ୍ଗିବା ଆରମ୍ଭ କଲେ। ନାବିକମାନେ ଭୟଭୀତ ହୋଇ ପଡ଼ିଲେ। ସମସ୍ତେ ନିଜ ନିଜ ଈଶ୍ୱରଙ୍କୁ ଡାକିବା ଆରମ୍ଭ କଲେ। ମାତ୍ର ଯୂନସ ଜାହାଜ ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ।


ପରମେଶ୍ୱର ନିଜର ପୂର୍ଣ୍ଣ ଜ୍ଞାନ ଓ ବୋଧ ଶକ୍ତି ଦ୍ୱାରା ତାହାଙ୍କର ନିଗୂଢ଼ତତ୍ତ୍ୱ ଆମ୍ଭକୁ ଜଣାଇଛନ୍ତି। ପରମେଶ୍ୱର ଏହା ଗ୍ଭହୁଁଥିଲେ ଏବଂ ସେ ଏହା ଖ୍ରୀଷ୍ଟଙ୍କ ଦ୍ୱାରା କରିବା ପାଇଁ ଯୋଜନା କରିଥିଲେ।


ସେଠାର ବାସିନ୍ଦାମାନେ ତାହାଙ୍କ ହାତରେ ସାପ ଝୁଲୁ ଥିବାର ଦେଖିଲେ। ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “ଏ ଲୋକଟିର ନିଶ୍ଚୟ ମୃତ୍ୟୁ ହେବ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ୟାୟ ଏହାକୁ ବଞ୍ଚିବା ପାଇଁ ଦେଲା ନାହିଁ।”


ହେ ସଦାପ୍ରଭୁ, ସଙ୍କଟ ସମୟରେ ସେମାନେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ତୁମ୍ଭେ ସେମାନଙ୍କୁ ଶାସ୍ତି ଦେଲ, ସେମାନେ ତୁମ୍ଭଙ୍କୁ ପ୍ରାର୍ଥନାରେ ଡାକିଲେ।


“ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି। ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।


କିନ୍ତୁ ସେହି ନାବିକମାନେ ଯୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କରି ନ ଥିଲେ। ସେମାନେ ଜାହାଜକୁ କୂଳକୁ ନେବାକୁ ବହୁ ଚେଷ୍ଟା କଲେ, କିନ୍ତୁ କୂଳକୁ ନେବାକୁ ସକ୍ଷମ ହେଲେ ନାହିଁ। ପବନ ଓ ତରଙ୍ଗ ଅଧିକ ଶକ୍ତିଶାଳୀ ହୋଇ ସେମାନଙ୍କ ବିରୁଦ୍ଧରେ ବହିବାକୁ ଲାଗିଲା।


କିନ୍ତୁ ସମସ୍ତ ମନୁଷ୍ୟ ଓ ପ୍ରାଣୀ ମୋଟା ବସ୍ତ୍ର ପରିଧାନ କରିବେ ଏବଂ ସେମାନେ ଦୁଃଖ ପ୍ରକାଶ କରିବେ। ସେମାନେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବେ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ଯ୍ୟ କରିବା ବନ୍ଦ କରିବେ।


Swiv nou:

Piblisite


Piblisite