Biblia Todo Logo
Bib sou entènèt

- Piblisite -




ଯୋୟେଲ 3:7 - ପବିତ୍ର ବାଇବଲ

7 ତୁମ୍ଭେମାନେ ଆମ୍ଭର ସନ୍ତାନମାନଙ୍କୁ ବହୁଦୂରକୁ ପଠାଇ ଦେଇଛ। କିନ୍ତୁ ଆମ୍ଭେ ସେମାନଙ୍କୁ ଫେରାଇ ଆଣିବା। ଆଉ ମଧ୍ୟ ତୁମ୍ଭର ଏହି କର୍ମ ଲାଗି ତୁମ୍ଭମାନଙ୍କୁ ଦଣ୍ତ ଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଦେଖ, ତୁମ୍ଭେମାନେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ରୟ କରିଅଛ, ଆମ୍ଭେ ସେମାନଙ୍କର ପ୍ରବୃତ୍ତି ଜନ୍ମାଇ ସେହି ସ୍ଥାନରୁ ବାହାର କରିବା ଓ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ମସ୍ତକରେ ବର୍ତ୍ତାଇବା;

Gade chapit la Kopi

ଓଡିଆ ବାଇବେଲ

7 ଦେଖ, ତୁମ୍ଭେମାନେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ରୟ କରିଅଛ, ଆମ୍ଭେ ସେମାନଙ୍କର ପ୍ରବୃତ୍ତି ଜନ୍ମାଇ ସେହି ସ୍ଥାନରୁ ବାହାର କରିବା ଓ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ମସ୍ତକରେ ବର୍ତ୍ତାଇବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଦେଖ, ତୁମ୍ଭେମାନେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ରୟ କରିଅଛ, ଆମ୍ଭେ ସେମାନଙ୍କର ପ୍ରବୃତ୍ତି ଜନ୍ମାଇ ସେହି ସ୍ଥାନରୁ ବାହାର କରିବା ଓ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ମସ୍ତକରେ ବର୍ତ୍ତାଇବା;

Gade chapit la Kopi




ଯୋୟେଲ 3:7
24 Referans Kwoze  

ମାତ୍ର ଲୋକମାନେ ଏକ ନୂଆ କଥା କହିବେ। ସେମାନେ କହିବେ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନକୁ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ସେମାନଙ୍କୁ ବାହାର କରି ଆଣିଲେ।’ ଆଉ ସେମାନେ ଆପଣା ଦେଶରେ ବାସ କରିବେ। ଏପରି ସମୟ ଆସୁଅଛି।”


ଯାହା ଠିକ୍ ପରମେଶ୍ୱର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ୱର ସେମାନଙ୍କୁ କଷ୍ଟ ଦେବେ।


ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି, ସେମାନେ ଗ୍ରାସିତ ହେବେ। ତୁମ୍ଭର ବିପକ୍ଷ ସମସ୍ତେ ସେମାନଙ୍କର ପ୍ରତ୍ୟେକର ବନ୍ଦୀତ୍ୱ ସ୍ଥାନକୁ ଯିବେ। ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି, ସେମାନେ ଲୁଣ୍ଠିତ ହେବେ। ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ୟ ଅପହରଣ କରନ୍ତି, ଆମ୍ଭେ ସେମାନଙ୍କର ଦ୍ରବ୍ୟ ଅପହରଣ କରାଇବା।”


ଏଣୁ ସଦାପ୍ରଭୁ କହନ୍ତି, “ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ୱ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ। କେହି ତାହାକୁ ଭୟ ଦେଖାଇବେ ନାହିଁ।”


ତାହାଙ୍କର ବିଗ୍ଭରଗୁଡ଼ିକ ସତ୍ୟ ଓ ଯଥାର୍ଥ। ସେ ମହା ବେଶ୍ୟାକୁ ଦଣ୍ଡ ଦେଇଛନ୍ତି। ସେହି ବେଶ୍ୟା ତା'ର ଯୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରି ଦେଇଅଛି। ପରମେଶ୍ୱର ତାହାଙ୍କ ସେବକମାନଙ୍କର ରକ୍ତ ହେତୁ ତାହାକୁ ଦଣ୍ଡ ଦେଇଛନ୍ତି।”


ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”


ଯେଉଁ ବ୍ୟକ୍ତିର ବନ୍ଦୀ ହେବାର ଅଛି, ତେବେ ସେ ବନ୍ଦୀ ହେବ। ଯେଉଁ ବ୍ୟକ୍ତିର ମୃତ୍ୟୁ ଖଣ୍ଡା ଦ୍ୱାରା ହେବାର ଅଛି, ତେବେ ସେ ଲୋକ ଖଣ୍ଡାରେ ମୃତ୍ୟୁବରଣ କରିବ। ଏହି ସମୟରେ, ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ରହିବା ଉଚିତ୍।


ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା'ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।


ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।


“ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭେମାନେ ଆମ୍ଭଙ୍କୁ ଦଣ୍ତ ଦେଇ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦେବା।


ଅନେକ ଦିନ ପରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବେଦନ କରାଯିବ। ପରବର୍ତ୍ତୀ ବର୍ଷମାନଙ୍କରେ ଯୁଦ୍ଧରୁ ପୂର୍ବାବସ୍ଥାକୁ ଫେରୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପରେ ଏକତ୍ରିତ ହୋଇଛନ୍ତି। ଯେଉଁମାନେ ଅତୀତରେ ବାରମ୍ବାର ବିଧ୍ୱସ୍ତ ହୋଇଥିଲେ କିନ୍ତୁ ଦେଶଗୁଡ଼ିକରୁ ସେମାନଙ୍କୁ ଅଣାଯାଇଛି ଏବଂ ସେମାନେ ସମସ୍ତେ ସେଠାରେ ନିରାପଦରେ ବାସ କରୁଛନ୍ତି।


ପରମେଶ୍ୱର କହନ୍ତି, “ମୁଁ ଜାତିମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ନେଇ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି


‘ଆଉ ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପରେ ଯେଉଁସବୁ ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିଦେଇଥିଲୁ, ସେହି ସହସ୍ର ଦେଶରୁ ପୁନର୍ବାର ସେମାନଙ୍କୁ ସଂଗ୍ରହ କରିବା। ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସେମାନଙ୍କୁ ଶାନ୍ତି ଏବଂ ନିରାପଦରେ ଏହି ସ୍ଥାନରେ ବାସ କରାଇବା।


ଆଉ ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା। ପୁଣି ପୃଥିବୀର ପ୍ରାନ୍ତ ଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ, ଛୋଟା, ଗର୍ଭବତୀ ଓ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀଙ୍କୁ ଏକତ୍ର ସଂଗ୍ରହ କରିବା। ସେମାନେ ବହୁ ସଂଖ୍ୟାରେ ଜନଗହଳି ହୋଇ ଏ ସ୍ଥାନକୁ ଆସିବେ।


“ଦେଖ, କେତେକ ଲୋକ ଦୂର ଦେଶରୁ ଆସିବେ, କେତେକ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ ଓ ଆଉ କେତେକ ସୀନୀମ ଦେଶରୁ ଆସିବେ।”


ପରମେଶ୍ୱର ଏହି “ଧ୍ୱଜାକୁ’ ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କେତ ସ୍ୱରୂପ ଉଠାଇବେ। ଇସ୍ରାଏଲ ଓ ଯିହୁଦାର ବିଚ୍ଛିନ୍ନ ହୋଇଥିବା ଲୋକମାନେ ଏକତ୍ର ହେବେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥରେ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ପରମେଶ୍ୱର ସେ ସମସ୍ତଙ୍କୁ ଏକତ୍ରିତ କରିବେ।


ଏଥିରେ ହାମନ୍, ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସେମାନେ ହାମ‌ନ୍‌କୁ ଫାଶି ଦେଲେ। ତହିଁରେ ରାଜାଙ୍କର କ୍ରୋଧ ଶାନ୍ତ ହେଲା।


କିନ୍ତୁ ଶାମୁୟେଲ ଆଗ‌ଗ୍‌କୁ କହିଲେ, “ତୁମ୍ଭ ‌‌ଖ‌ଡ଼୍‌ଗ ଯେମନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ତେମନ୍ତ ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହିନ ହେବ।” ତହୁଁ ଶାମୁୟେଲ ଗି‌ଲ୍‌ଗ‌ଲ୍‌ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆଗ‌ଗ୍‌କୁ ଖଣ୍ତ ଖଣ୍ତ କରି ହାଣିଲେ।


ଏହା ପରେ ଅଦୋନୀବେଷକ୍ ସେମାନଙ୍କୁ କହିଲା, “ହସ୍ତପାଦର ଛିନ୍ନା ଅଙ୍ଗୁଳି ସତୁରି ଜଣ ରାଜା ଆମ୍ଭ ମେଜ ତଳେ ନିଜର ଆହାର ସାଉଣ୍ଟୁ ଥିଲେ। ମୁଁ ଯେପରି କରିଥିଲି ପରମେଶ୍ୱର ମୋତେ ସେହିପରି ଦେଲେ।” ଏହା ପରେ ଯିହୁଦାର ଲୋକମାନେ ଅଦୋନୀବେଷ‌କ୍‌କୁ ଯିରୁଶାଲମକୁ ଆଣିଲେ ଓ ସେ ସେଠାରେ ମୃତ୍ୟୁବରଣ କଲା।


ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ୱର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ।


ଆମ୍ଭେ ଯିହୁଦାକୁ ଆପଣା ଧନୂରୂପେ ବ୍ୟବହାର କରିବା। ଇଫ୍ରୟିମକୁ ଆମ୍ଭର ଶର ରୂପେ ବ୍ୟବହାର କରିବା। ଆଉ ହେ ସିୟୋନ, ଆମ୍ଭେ ତୁମ୍ଭର ପୁତ୍ରମାନଙ୍କୁ ଜାଗରିତ କରିବା, ହେ ଗ୍ରୀସ୍, ତୁମ୍ଭ ପୁତ୍ରମାନଙ୍କ ବିରୁଦ୍ଧରେ ଉତ୍ତେଜିତ କରିବା ଓ ଆମ୍ଭେ ତୁମ୍ଭଙ୍କୁ ଏକ ଶକ୍ତିଶାଳୀ ଖଣ୍ତା ପରି କରିଦେବା।


Swiv nou:

Piblisite


Piblisite