Biblia Todo Logo
Bib sou entènèt

- Piblisite -




ଯୋୟେଲ 3:18 - ପବିତ୍ର ବାଇବଲ

18 “ସେହି ଦିନ ପର୍ବତଗୁଡ଼ିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିବେ। ପାହାଡ଼ଗୁଡ଼ିକରୁ ଦୁ‌ଗ୍‌ଧ ପ୍ରବାହିତ ହେବ। ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡ଼ିକ ଜଳପୂର୍ଣ୍ଣ ହେବେ। ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ ହେବ। ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ କ୍ଷରଣ କରିବେ, ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ; ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ, ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।

Gade chapit la Kopi

ଓଡିଆ ବାଇବେଲ

18 ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବେ, ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ; ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ, ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବେ, ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ; ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ, ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।

Gade chapit la Kopi




ଯୋୟେଲ 3:18
18 Referans Kwoze  

ସେଦିନ, ଯିରୁଶାଲମରୁ ସ୍ୱଚ୍ଛ ଜଳ ପ୍ରବାହିତ ହେବ। ସେ ଅଧା ପ୍ରବାହିତ ହେବ ସମୁଦ୍ର ଆଡ଼କୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡ଼କୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳରେ ହେବ।


ଖଞ୍ଜଲୋକ ହରିଣ ତୁଲ୍ୟ ଡିଆଁ ମାରିବ ଓ ମୂକ ଆନନ୍ଦରେ ଗାନ କରିବ। କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ଝରଣାର ସ୍ରୋତ ବାହାରିବ।


ଯେଉଁଦିନ ଗଣହତ୍ୟା ହେବ ଓ ଦୁର୍ଗସବୁ ପତିତ ହେବ। ସେହି ଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କରେ ଝରଣା ଓ ଜଳସ୍ରୋତ ପ୍ରବାହିତ ହେବ।


ଅନନ୍ତର ଇସ୍ରାଏଲର ଲୋକମାନେ ଶିଟୀମରେ ବାସ କଲେ। ସେତେବେଳେ ସେମାନେ ମୋୟାବର କନ୍ୟାମାନଙ୍କ ପ୍ରତି ବ୍ୟଭିଗ୍ଭର ପାପରେ ମାତି ରହିଲେ।


ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।


ଜୀବନ ଅତି ସୁଖକର ଥିଲା। ମୁଁ ମୋର ପାଦକୁ ଦୁ‌ଗ୍‌ଧ ଲହୁଣୀରେ ଧୌତ କରୁଥିଲି। ମୋ’ ନିକଟରେ ଅନେକ ତୈଳ ନଦୀ ପ୍ରବାହିତ ହେଉଥିଲା।


ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁ‌ଗ୍‌ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ।


ହେ ଆମ୍ଭର ଲୋକମାନେ, ମୋୟାବର ରାଜା ବାଲାକ୍ କିପ୍ରକାର ମନ୍ଦ ଯୋଜନା କରିଥିଲେ, ସ୍ମରଣ କର। ଆଉ ବିୟୋରର ପୁତ୍ର ବିଲିୟମ୍ ତାଙ୍କୁ କି ଉତ୍ତର ଦେଇଥିଲେ, ତାକୁ ସ୍ମରଣ କର। ଶିଟୀ‌‌ମ୍‌‌ଠାରୁ ଗି‌ଲ୍‌ଗଲ୍ ପର୍ଯ୍ୟନ୍ତ ଯାହାସବୁ ଘଟିଯାଇଛି, ତାକୁ ମଧ୍ୟ ମନେ ପକାଅ। ତାହାହେଲେ ସଦାପ୍ରଭୁଙ୍କର ନ୍ୟାୟ କର୍ମ ବିଷୟରେ ତୁମ୍ଭେମାନେ ଜାଣି ପାରିବ।”


“ଆମ୍ଭେ ତୃଷିତ ଭୂମି ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା। ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ବର୍ଷାଇବା।


“ହେ ଆକାଶମଣ୍ଡଳ, ତୁମ୍ଭେ ବିଜୟ, ଧର୍ମ ଓ ନ୍ୟାୟ ମେଘ ଆକାରରେ ବର୍ଷଣ କର। ହେ ପୃଥିବୀ, ତୁମ୍ଭେ ବିଦୀର୍ଣ୍ଣ ହୁଅ; ପରିତ୍ରାଣ, ଧାର୍ମିକତା ଅଙ୍କୁରିତ ହେଉ; ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରୁଅଛୁ।


“ହେ ତୃଷାର୍ତ୍ତଗଣ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ୟ ବ୍ୟକ୍ତି ମଧ୍ୟ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ୟରେ ଦ୍ରାକ୍ଷାରସ ଓ ଦୁ‌ଗ୍‌ଧ କିଣ।


ତହିଁରେ ତୁମ୍ଭେମାନେ ତାହାର ଦୟାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ତା'ର “ଦୁ‌ଗ୍‌ଧ” ଦୋହନ କରି ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।


ପୁଣି ସେମାନେ ଆସି ସିୟୋନର ପର୍ବତରେ ଗାନ କରିବେ ଓ ସ୍ରୋତତୁଲ୍ୟ ସଦାପ୍ରଭୁଙ୍କ ପ୍ରାସାଦକୁ, ଶସ୍ୟ, ଦ୍ରାକ୍ଷାରସ, ତେଲ, ପଲର ମେଷଛୁଆ ଓ ଗୋପଲର ଗୋବତ୍ସ ବହି ଆସିବ ଓ ସେମାନଙ୍କର ଜୀବନ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ। ସେମାନେ ଆଉ ଦୁଃଖୀ ହେବେ ନାହିଁ।


Swiv nou:

Piblisite


Piblisite