Biblia Todo Logo
Bib sou entènèt

- Piblisite -




ଯୋୟେଲ 2:8 - ପବିତ୍ର ବାଇବଲ

8 ସେମାନେ ପରସ୍ପରକୁ ଠେଲନ୍ତି ନାହିଁ। ପ୍ରତ୍ୟେକ ନିଜ ପଥରେ ଅଗ୍ରସର ହୁଅନ୍ତି। ଯଦି ଜଣେ ଅନ୍ୟ ଜଣଙ୍କୁ ଆଘାତ କରେ ଓ ସେ ଖସିପଡ଼େ, ତେବେ ଅନ୍ୟ ଜଣକ ସେହି ପଥରେ ଅଗ୍ରସର ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଅବା ସେମାନଙ୍କର ଏକ ଜଣ ଆନ ଜଣକୁ ଠେଲନ୍ତି ନାହିଁ; ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି: ସେମାନେ ଅସ୍ତ୍ର-ଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ଅବା ସେମାନଙ୍କର ଏକ ଜଣ ଆର ଜଣକୁ ଠେଲନ୍ତି ନାହିଁ; ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି; ସେମାନେ ଅସ୍ତ୍ରଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଅବା ସେମାନଙ୍କର ଏକ ଜଣ ଆର ଜଣକୁ ଠେଲନ୍ତି ନାହିଁ; ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି; ସେମାନେ ଅସ୍ତ୍ରଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ।

Gade chapit la Kopi




ଯୋୟେଲ 2:8
11 Referans Kwoze  

ପରମେଶ୍ୱର ଲୋକମାନଙ୍କୁ ଚେତାବନୀ ଦିଅନ୍ତି ଯାହା ଫଳରେ ସେ ତା'ର ପ୍ରାଣକୁ ମୃତ୍ୟୁ ଗର୍ତ୍ତରୁ ରକ୍ଷା କରନ୍ତି। ଖ‌ଡ଼୍‌ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ ପରମେଶ୍ୱର ଏହା କରନ୍ତି।


ହିଜକିୟ ଯିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ୟ ଭାଗରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ଯିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନେକ ଅସ୍ତ୍ର ଓ ଢାଲମାନ ନିର୍ମାଣ କଲେ।


ତୁମ୍ଭର ଗ୍ଭରାଗଛଗୁଡ଼ିକ ପ୍ରାଙ୍ଗଣରେ ବହୁମୂଲ୍ୟ ଡାଳିମ୍ବ ବୃକ୍ଷ ତୁଲ୍ୟ। ସେଠାରେ ହେନା ଗ୍ଭରାଗଛ ଅଛି।


ଯଦି ସେହି ଲୋକମାନେ ପରମେଶ୍ୱରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା'ହେଲେ ସେମାନେ ଧ୍ୱଂସ ହେବେ। ସେମାନେ ମୂର୍ଖଙ୍କ ଭଳି ମରିବେ।


ଏହିପରି ମୁଁ କି ମୋର ଭାଇମାନେ କି ମୋର ଦାସମାନେ କିଅବା ମୋ’ ପଶ୍ଚା‍ଦ୍‍ବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ। ପ୍ରତ୍ୟେକ ଲୋକର ତା’ ପାଖରେ ସର୍ବଦା ଅସ୍ତ୍ର ରଖିଲେ।


ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରତ୍ୟେକ ଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ।


ଏହା ପରେ ଯିହୋୟାଦା ଲୋକମାନଙ୍କୁ କେଉଁଠାରେ ଛିଡ଼ା ହେବାକୁ ପଡ଼ିବ, ତାହା କହିଲେ। ପ୍ରତ୍ୟେକ ବ୍ୟକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତରେ ଧରିଲା। ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ମନ୍ଦିରର ବାମପାର୍ଶ୍ୱ ଯାଏ ଲୋକମାନେ ଠିଆ ହୋଇ ରହିଲେ। ସେମାନେ ଯଜ୍ଞବେଦି ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହୋଇ ରହିଲେ।


ସେହି ଶତ୍ରୁଗଣ କେବେ ଅବଶ ହେବେ ନାହିଁ କି ସେମାନଙ୍କର ପତନ ହେବ ନାହିଁ। ସେମାନେ କେବେ ଢୁଳାଇବେ ନାହିଁ କି ଶୋଇଯିବେ ନାହିଁ। ସେମାନଙ୍କର କଟିବନ୍ଧନ କେବେ ଫିଟିବ ନାହିଁ କି ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ।


ସେମାନେ ସୈନ୍ୟ ତୁଲ୍ୟ ଦ୍ରୁତଗତିରେ ଦୌଡ଼ନ୍ତି। ସେମାନେ କାନ୍ଥ ଉପରେ ଚଢ଼ନ୍ତି। ପ୍ରତ୍ୟେକ ସୈନ୍ୟ ସଦୃଶ ସିଧା ସମ୍ମୁଖରେ ଅଗ୍ରସର ହୁଅନ୍ତି। ସେମାନେ ନିଜ ପଥରୁ ବିଚ୍ୟୁତ ହୁଅନ୍ତି ନାହିଁ।


ସେମାନେ ନଗର ଆଡ଼କୁ ଦୌଡ଼ନ୍ତି। ସେମାନେ ଦ୍ରୁତଗତିରେ କାନ୍ଥଗୁଡ଼ିକ ଆରୋହଣ କରନ୍ତି। ଘରଗୁଡ଼ିକରେ ଆରୋହଣ କରନ୍ତି। ଗ୍ଭେର ପରି ଝରକାବାଟେ ପ୍ରବେଶ କରନ୍ତି।


ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସେମାନେ ଦଳବଦ୍ଧ ହୋଇ ଗମନ କରନ୍ତି।


Swiv nou:

Piblisite


Piblisite