Biblia Todo Logo
Bib sou entènèt

- Piblisite -




ଯୋୟେଲ 2:25 - ପବିତ୍ର ବାଇବଲ

25 “ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ୟକୁ ଆପଣା ଯେଉଁ ମହା ସୈନ୍ୟଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁର୍ଘୁରିୟା ଓ ପରିପକ୍ୱ ତୁମ୍ଭମାନଙ୍କ ବିରୁଦ୍ଧରେ ପଠାଇଲୁ। ସେମାନେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫେରାଇ ଦେବା, ଯାହା ବର୍ଷଧରି ଖାଇଯାଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହା ସୈନ୍ୟଦଳ, ଅର୍ଥାତ୍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୁକକୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି, ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା।

Gade chapit la Kopi

ଓଡିଆ ବାଇବେଲ

25 “ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହା ସୈନ୍ୟଦଳ, ଅର୍ଥାତ୍‍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି, ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହାସୈନ୍ୟଦଳ, ଅର୍ଥାତ୍‍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି, ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା।

Gade chapit la Kopi




ଯୋୟେଲ 2:25
6 Referans Kwoze  

ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ୟ ଆମ୍ଭେ ଯୋଷେଫଙ୍କର ଗୃହକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ପୁନଃସ୍ଥାପନ କରିବା କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହେବ ଯେପରିକି ଆମ୍ଭେ ସେମାନଙ୍କୁ କେବେ ପ୍ରତ୍ୟାଖ୍ୟାନ କରି ନାହୁଁ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଏବଂ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା।


ପଙ୍ଗପାଳ ଦଳ ତୁମ୍ଭ ଦେଶର ସମସ୍ତ ଭୂମିକୁ ଆଚ୍ଛାଦନ କରିବେ। ସେମାନେ ଏତେ ସଂଖ୍ୟକ ହେବେ ଯେ, ତୁମ୍ଭେମାନେ ଆଉ ଭୂମି ଦେଖି ପାରିବ ନାହିଁ। ଯେକୌଣସି ଦ୍ରବ୍ୟ ଶିଳାବୃଷ୍ଟିରୁ ବଞ୍ଚିଛି, ସେସବୁ ସେ ଖାଇଯିବେ। ସେମାନେ କ୍ଷେତ୍ର ମଧ୍ୟସ୍ଥ ସମସ୍ତ ବୃକ୍ଷ ପତ୍ରାଦି ଭକ୍ଷ୍ୟଣ କରିବେ।


ସଦାପ୍ରଭୁ କହନ୍ତି, “ମିଶରର ସୈନ୍ୟ ଅରଣ୍ୟ ସଦୃଶ। ଅଗଣିତ ହେଲେ ହେଁ ଶତ୍ରୁସୈନ୍ୟ ସେମାନଙ୍କୁ ହାଣି ପକାଇବେ। କାରଣ ଶତ୍ରୁସୈନ୍ୟ ପଙ୍ଗପାଳ ଅପେକ୍ଷା ଅନେକ ଓ ଅସଂଖ୍ୟ ଅଟନ୍ତି।


ଆମ୍ଭେ ତୁମ୍ଭର ଶସ୍ୟକୁ ନଷ୍ଟ କରିବା ପାଇଁ କୀଟ ପଠାଇବା ନାହିଁ। ତୁମ୍ଭମାନଙ୍କର ଦ୍ରାକ୍ଷାଲତାସବୁ ଫଳ ଧାରଣ କରିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।


Swiv nou:

Piblisite


Piblisite