Biblia Todo Logo
Bib sou entènèt

- Piblisite -




ଯୋୟେଲ 2:19 - ପବିତ୍ର ବାଇବଲ

19 ସଦାପ୍ରଭୁ ତାଙ୍କ ନିଜ ଲୋକଙ୍କୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣରେ ଦେବା ଓ ତୁମ୍ଭେମାନେ ସେଥିରେ ତୃପ୍ତ ହେବ। ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ନିନ୍ଦିତ କରିବା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ପୁଣି, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉତ୍ତର ଦେଇ କହିଲେ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପଠାଇ ଦେବା, ଆଉ ତୁମ୍ଭେମାନେ ତହିଁରେ ତୃପ୍ତ ହେବ; ପୁଣି, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଆଉ ନିନ୍ଦାର ପାତ୍ର କରିବା ନାହିଁ।

Gade chapit la Kopi

ଓଡିଆ ବାଇବେଲ

19 ପୁଣି, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉତ୍ତର ଦେଇ କହିଲେ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପଠାଇ ଦେବା, ଆଉ ତୁମ୍ଭେମାନେ ତହିଁରେ ତୃପ୍ତ ହେବ; ପୁଣି, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଆଉ ନିନ୍ଦାର ପାତ୍ର କରିବା ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପୁଣି, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉତ୍ତର ଦେଇ କହିଲେ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପଠାଇଦେବା, ଆଉ ତୁମ୍ଭେମାନେ ତହିଁରେ ତୃପ୍ତ ହେବ; ପୁଣି, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଆଉ ନିନ୍ଦାର ପାତ୍ର କରିବା ନାହିଁ।

Gade chapit la Kopi




ଯୋୟେଲ 2:19
21 Referans Kwoze  

ମୁଁ ସେମାନଙ୍କୁ ଦୁର୍ଭିକ୍ଷରୁ ରକ୍ଷା ପାଇଁ ଉଦ୍ୟାନ ଦେବି ଏବଂ ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଅପମାନିତ ହେବେ ନାହିଁ।


“ଆଉ ମୁଁ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କଠାରୁ ଅପମାନିତ କରିବି ନାହିଁ, ତୁମ୍ଭେମାନେ ଅନ୍ୟ ଦେଶମାନଙ୍କ ଦ୍ୱାରା ଘୃଣିତ ହେବ ନାହିଁ, ତୁମ୍ଭେ ପୁଣି ଥରେ ତୁମ୍ଭର ଦେଶର ପତନର କାରଣ ହେବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହିଛନ୍ତି।


ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା'ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ।


ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡ଼ିକ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ।


ପୁଣି ସେମାନେ ଆସି ସିୟୋନର ପର୍ବତରେ ଗାନ କରିବେ ଓ ସ୍ରୋତତୁଲ୍ୟ ସଦାପ୍ରଭୁଙ୍କ ପ୍ରାସାଦକୁ, ଶସ୍ୟ, ଦ୍ରାକ୍ଷାରସ, ତେଲ, ପଲର ମେଷଛୁଆ ଓ ଗୋପଲର ଗୋବତ୍ସ ବହି ଆସିବ ଓ ସେମାନଙ୍କର ଜୀବନ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ। ସେମାନେ ଆଉ ଦୁଃଖୀ ହେବେ ନାହିଁ।


ଶସ୍ୟକ୍ଷେତ୍ର ଧ୍ୱଂସ ହୋଇଛି, ଏପରିକି ଭୂମି ମଧ୍ୟ କାନ୍ଦୁଛି। କାରଣ ଶସ୍ୟସବୁ ନଷ୍ଟ ହୋଇଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ଯାଇଛି। ଅଲିଭ ତେଲ ଶେଷ ହୋଇଯାଇଛି।


ସେଠାରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦେବା। ଆମ୍ଭେ ତାକୁ ଆଶାର ଦ୍ୱାର ସ୍ୱରୂପ ଆଖୋର ଉପତ୍ୟକା ଦେବା। ତା'ପରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।”


ଏବଂ ମୁଁ ଇସ୍ରାଏଲ ପରିବାର ଉପରେ ନିଜର ଆତ୍ମା ଜାଳି ଅଛି। ତାହାପରେ ମୁଁ ଆପଣା ମୁଖ ସେମାନଙ୍କଠାରୁ ଲୁଗ୍ଭଇବି ନାହିଁ।” ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।


ଆଉ ତୁମ୍ଭମାନଙ୍କର ଶସ୍ୟମର୍ଦ୍ଦନ କାଳ ଦ୍ରାକ୍ଷା ସଂଗ୍ରହ କାଳ ପର୍ଯ୍ୟନ୍ତ ଗ୍ଭଲିବ ଓ ଦ୍ରାକ୍ଷା ସଂଗ୍ରହ କାଳ ବୀଜବପନ କାଳ ପର୍ଯ୍ୟନ୍ତ ଲାଗିବ, ପୁଣି ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଅନ୍ନ ଭୋଜନ କରିବ ଓ ନିରାପଦରେ ଆପଣା ଦେଶରେ ବାସ କରିବ।


ସେତେବେଳେ ଆମ୍ଭେ ଉତ୍ତର ଦେବା।” ସଦାପ୍ରଭୁ ଏହା କହନ୍ତି। “ଆମ୍ଭେ ଆକାଶକୁ କହିବା ଏବଂ ସେ ପୃଥିବୀକୁ ବର୍ଷା ଦେବେ।


ପୃଥିବୀ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ ଏବଂ ସେ ସବୁ ଯିଷ୍ରିୟେଲର ଗ୍ଭହିଦା ପୂରଣ କରିବ।


ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି କରାଇବ। ଅର୍ଥାତ୍ ଆଦ୍ୟବୃଷ୍ଟି ଓ ଶେଷବୃଷ୍ଟି କରିବା। ତହିଁରେ ତୁମ୍ଭେ ଆପଣା ଶସ୍ୟ ଓ ଆପଣା ଦ୍ରାକ୍ଷାରସ ଓ ଆପଣାର ତୈଳ ସଂଗ୍ରହ କରି ପାରିବ।


ଯେତେବେଳେ ନୟମୀ ମୋୟାବର ପର୍ବତମୟ ଦେଶରେ ବାସ କରୁଥିଲା, ସେ ଜାଣିବାକୁ ପାଇଲା ଯେ, ପରମେଶ୍ୱର ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଯିହୁଦାର ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ସେ ମୋୟାବ ଦେଶ ଛାଡ଼ି ନିଜ ଦେଶକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଲା। ତା'ର ପୁତ୍ରବଧୂମାନେ ମଧ୍ୟ ତା’ ସହିତ ଯିବା ପାଇଁ ନିଷ୍ପତ୍ତି ନେଲେ।


ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅଶୌଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ୟକୁ ଆହ୍ୱାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ଆଣିବି ନାହିଁ।


ପୁଣି ମୁଁ ତୁମ୍ଭମାନଙ୍କର ବୃକ୍ଷର ଫଳ ଓ କ୍ଷେତ୍ରସ୍ଥ ଶସ୍ୟ ଉତ୍ପାଦନ ଏପରି ବୃଦ୍ଧି କରିବି ଯେ, ତୁମ୍ଭେମାନେ ଜାତିମାନଙ୍କ ମଧ୍ୟରେ ଖାଦ୍ୟାଭାବ ଯୋଗୁଁ ନିନ୍ଦା ପାଇବ ନାହିଁ।


“ଏହି ଲୋକମାନେ ଶାନ୍ତିରେ ବୃକ୍ଷ ରୋପଣ କରିବେ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ୟ ପ୍ରଦାନ କରିବ ଓ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷୟ ଆମ୍ଭେ ଅବଶିଷ୍ଟ ଲୋକଙ୍କୁ ପ୍ରଦାନ କରିବା। ଯେପରି ତୁମ୍ଭେମାନେ ଦେଶସବୁ ସମ୍ମୁଖରେ ଅଭିଶପ୍ତ ଥିଲ।


Swiv nou:

Piblisite


Piblisite