Biblia Todo Logo
Bib sou entènèt

- Piblisite -




ଯୋୟେଲ 2:10 - ପବିତ୍ର ବାଇବଲ

10 ସେମାନଙ୍କ ସମ୍ମୁଖରେ ପୃଥିବୀ ଓ ଆକାଶ ଥରିଉଠେ। ସୂର୍ଯ୍ୟ ଚନ୍ଦ୍ର ଅନ୍ଧକାରମୟ ହୁଏ। ତାରକାଗଣ ନିଜର ତେଜ ହରାନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ; ଆକାଶମଣ୍ତଳ ଥରଥର ହୁଏ; ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ; ଆକାଶମଣ୍ଡଳ ଥରଥର ହୁଏ; ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ; ଆକାଶମଣ୍ଡଳ ଥରଥର ହୁଏ; ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି।

Gade chapit la Kopi




ଯୋୟେଲ 2:10
22 Referans Kwoze  

“ସେହି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ: ‘ସୂର୍ଯ୍ୟ ଅନ୍ଧକାରମୟ ହେବ, ଚନ୍ଦ୍ର ଆଲୋକ ଦେବ ନାହିଁ। ତାରାମାନେ ଆକାଶରୁ ଖସି ପଡ଼ିବେ, ଆକାଶର ସମସ୍ତ ଶକ୍ତିଗୁଡ଼ିକ ପରିବର୍ତ୍ତିତ ହୋଇଯିବେ।’


ସେତେବେଳେ ସ୍ୱର୍ଗ ଅନ୍ଧକାରମୟ ହେବ ଓ ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ଆଲୋକ ଦେବେ ନାହିଁ।


ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ।


ପ୍ରଭୁଙ୍କର ସେହି ମହତ୍ ଓ ପ୍ରସିଦ୍ଧ ଦିନ ଆସିବା ପୂର୍ବରୁ ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତ ବର୍ଣ୍ଣ ହୋଇଯିବ।


ତା'ପରେ ମୁଁ ମେଷଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତେବେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ଯ୍ୟ ଲୋମରେ ତିଆରି ହୋଇଥିବା କଳାକମ୍ବଳ ପରି କଳାବର୍ଣ୍ଣ ହୋଇଗଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହୋଇଗଲା।


ମୁଁ ପୃଥିବୀ ଉପରେ ଦୃଷ୍ଟିପାତ କଲି, ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ୟ ଥିଲା। ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷେପ କରି ଦେଖିଲି ସେଠାରେ ଆଲୋକ ନ ଥିଲା।


ଯେତେବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀୟାଂଶ ସୂର୍ଯ୍ୟ, ଏକତୃତୀୟାଂଶ ଚନ୍ଦ୍ର ଓ ଏକତୃତୀୟାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅନ୍ଧକାରମୟ ହୋଇଗଲା। ଦିନ ଓ ରାତ୍ରିର ଏକ ତୃତୀୟାଂଶ ଆଲୋକବିହୀନ ହେଲା।


ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡ଼ିକ ଭୟରେ ଥରିବେ ଏବଂ ପାହାଡ଼ଗୁଡ଼ିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନରେ ପୃଥିବୀ ମଧ୍ୟ ଭୟରେ ଥରିବ। ବିଶ୍ୱର ସମସ୍ତ ବ୍ୟକ୍ତି ଭୟରେ ଥରିବେ।


ସଦାପ୍ରଭୁଙ୍କର ସେହି ମହାନ ଓ ଅ‌‌ଦ୍‌‌ଭୂତ ଦିନର ଆଗମନରେ ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତବର୍ଣ୍ଣ ହୋଇଯିବେ।


ପୁଣି ଆକାଶ ମଣ୍ଡଳର ସମସ୍ତ ସୈନ୍ୟ କ୍ଷୟପ୍ରାପ୍ତ ହେବେ ଏବଂ ମୋଡ଼ା କାଗଜ ଭଳି ସେ ଗୁଡ଼ାଇ ହୋଇଥିବେ। ଦ୍ରାକ୍ଷାଲତାର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର ସଦୃଶ ସମସ୍ତ ସୈନ୍ୟ ବିହୀନ ହେବେ ଏବଂ ପଡ଼ିଯିବେ।


ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ ସମ୍ମୁଖରେ କମ୍ପିତ ହୁଅ।


ତା'ପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟିଗଲା,


ତାହା ଏକ ଅନ୍ଧକାର ଓ ତମସାଚ୍ଛନ୍ନ ଦିନ, ତାହା ନିବିଡ଼ ଅନ୍ଧକାର ଓ ମେଘାଛନ୍ନ ଦିନ ହେବ। ସୂର୍ଯ୍ୟୋଦୟରେ ପର୍ବତ ଉପରେ ସୈନ୍ୟମାନେ ଘେରି ଯାଇଥିବାର ତୁମ୍ଭେ ଦେଖିବ। ସେମାନେ ମହାନ ଶକ୍ତିଶାଳୀ ସୈନ୍ୟବାହିନୀ ହେବେ। ପୂର୍ବରୁ ଏପରି କେବେ ହୋଇ ନାହିଁ, ଆଉ ମଧ୍ୟ ଏହା ପୁନର୍ବାର କେବେ ହେବ ନାହିଁ।


ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ।


ସେହି ତାରା ପାତାଳର ପ୍ରବେଶ ଦ୍ୱାର ଖୋଲିଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲା ଭଳି ସେହି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସେହି ଧୂଆଁ ଦ୍ୱାରା ସୂର୍ଯ୍ୟ ଓ ଆକାଶ ଅନ୍ଧକାରମୟ ହୋଇଗଲା


ତେଣୁ “ସିଂହ” ଗର୍ଜନର ରବ, ସମୁଦ୍ର ଗର୍ଜନ ସଦୃଶ ସେମାନେ ଲୋକମାନଙ୍କ ଉପରେ ଗର୍ଜନ କରିବେ। ବନ୍ଦୀମାନେ ଯେତେବେଳେ ଗ୍ଭହିଁବେ ସେତେବେଳେ ସେମାନେ କେବଳ ଅନ୍ଧକାର ଦେଖିବେ। ସମସ୍ତ ଦୀପ୍ତି ଗ୍ଭଲିଯାଇ କେବଳ ଘନ ମେଘମାଳାରେ ଅନ୍ଧକାର ହୋଇଥିବେ।


“ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭେମାନେ ଆମ୍ଭଙ୍କୁ ଦଣ୍ତ ଦେଇ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦେବା।


Swiv nou:

Piblisite


Piblisite