ସଦାପ୍ରଭୁଙ୍କର ସେବକଗଣ, ଯାଜକମାନେ ମଣ୍ତପ ଓ ଯଜ୍ଞବେଦିରେ ନିଶ୍ଚିତ କାନ୍ଦିବେ ଓ ଆକୁଳରେ ସଦାପ୍ରଭୁଙ୍କୁ ନିବେଦନ କରିବେ, “ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ୱାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅ ନାହିଁ ଏବଂ ସେମାନଙ୍କୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, ‘ତୁମ୍ଭର ସଦାପ୍ରଭୁ କାହାନ୍ତି?’”