Biblia Todo Logo
Bib sou entènèt

- Piblisite -




ଯୋୟେଲ 1:19 - ପବିତ୍ର ବାଇବଲ

19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରି ଦେଇଛି। ସେହି ଅଗ୍ନିଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡ଼ି ଜାଳି ଦେଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; କାରଣ ଅଗ୍ନି ପ୍ରାନ୍ତରର ଚରାଣି-ସ୍ଥାନସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।

Gade chapit la Kopi

ଓଡିଆ ବାଇବେଲ

19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; କାରଣ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନ ସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; କାରଣ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।

Gade chapit la Kopi




ଯୋୟେଲ 1:19
14 Referans Kwoze  

ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କେବଳ ବିଳାପ କରିବି। ସେମାନଙ୍କ ନିମନ୍ତେ ଶୋକ କରିବି। କାରଣ କେହି ଜୀବନ୍ତ ପ୍ରାଣୀ ସେଠାରେ ନ ଥିବେ। କୌଣସି ଲୋକ ଯାତାୟାତ କରିବେ ନାହିଁ। ପଶୁପଲର ରବ ଶୁଣାଯିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସେଠାରୁ ପଳାୟନ କରିବେ।


ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।”


ମୋର ପ୍ରଭୁ ସଦାପ୍ରଭୁ ମୋତେ ଏହିସବୁ ଦେଖାଇଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସେହି ଅଗ୍ନି ମହାସାଗରକୁ ଧ୍ୱଂସ କଲା। ସେ ପୃଥିବୀକୁ ମଧ୍ୟ ଶେଷ କରିବାକୁ ଆରମ୍ଭ କଲା।


ତେଣୁ ମୁଁ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମୋ’ ପରିତ୍ରାଣ ପାଇଁ ପରମେଶ୍ୱରଙ୍କୁ ଅପେକ୍ଷା କରିବି। ମୋର ପରମେଶ୍ୱର ମୋ’ କଥା ଶୁଣିବେ।


ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ।


ଜ୍ୱଳନ୍ତ ଅଗ୍ନି ସଦୃଶ ସେହି ସୈନ୍ୟବାହିନୀ ଦେଶକୁ ଧ୍ୱଂସ କରି ଦେବେ। ସେମାନଙ୍କ ସମ୍ମୁଖରେ ଦେଶ ଏଦନର ବଗିଗ୍ଭ ସଦୃଶ ହେବ। ପଶ୍ଚାତ୍ ଭାଗରେ ଦେଶଟି ଏକ ଶୂନ୍ୟ ମରୁଭୂମି ସଦୃଶ ହେବ। ସେମାନଙ୍କଠାରୁ କିଛି ରକ୍ଷା ପାଇବ ନାହିଁ।


ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା। ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।


ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ,


ଦେଶରେ ଅନାବୃଷ୍ଟି ହେତୁ ଭୂମି ଫାଟି ଯିବାରୁ କୃଷକମାନେ ବିବ୍ରତ ଓ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାଙ୍କିଛନ୍ତି।


ଆମୋଷ କହିଲେ: “ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ। ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ। ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।”


ଯିହୁଦା ବେଖାତିରି କରି ବ୍ୟଭିଗ୍ଭର କଲା ଓ ଦେଶକୁ ‘ଅଶୁଚି’ କଲା। ଆଉ ସେ ମଧ୍ୟ କାଠ ଓ ପଥର ସଙ୍ଗେ ବ୍ୟଭିଗ୍ଭର କଲା।


ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା। ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି କ’ଣ ରହିପାରିବା?”


Swiv nou:

Piblisite


Piblisite