Biblia Todo Logo
Bib sou entènèt

- Piblisite -




ଯୋୟେଲ 1:18 - ପବିତ୍ର ବାଇବଲ

18 ପଶୁଗଣ କ୍ଷୁଧାରେ ବିଳାପ କରୁଛନ୍ତି। ଗୋରୁପଲ ଏଣେତେଣେ ବିଚରଣ କରୁଛନ୍ତି, ଘାସ ନ ପାଇ ବ୍ୟାକୁଳ ହେଉଛନ୍ତି। ମେଷପଲ ମଧ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ପଶୁଗଣ କିପରି ଆର୍ତ୍ତସ୍ଵର କରନ୍ତି ! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ନଷ୍ଟ ହେଉଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି ! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ଦଣ୍ଡ ପାଉଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ଦଣ୍ଡ ପାଉଅଛନ୍ତି।

Gade chapit la Kopi




ଯୋୟେଲ 1:18
10 Referans Kwoze  

ତେଣୁ ଦେଶଟି ବ୍ୟକ୍ତି ପରି ମୃତ୍ୟୁରେ କାନ୍ଦେ ଓ ତା'ର ଲୋକମାନେ ଦୁର୍ବଳ ହୋଇପଡ଼ନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ୟ ମୃତ୍ୟୁବରଣ କରନ୍ତି।


କେତେକାଳ ଦେଶ ଶୁଷ୍କ ରହିବ ଓ ସମୁଦାୟ ଦେଶରେ ତୃଣ ଶୁଷ୍କ ରହିବ? ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ ପଶୁ ଓ ପକ୍ଷୀସବୁ କ୍ଷୟ ପାଇଛନ୍ତି। କାରଣ ଲୋକମାନେ କହିଲେ, “ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶେଷାବସ୍ଥା ଦେଖିବ ନାହିଁ।”


ଆମ୍ଭେ ଯାଣୁ ଯେ ପରମେଶ୍ୱରଙ୍କ ନିର୍ମିତ ପ୍ରତ୍ୟେକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦେବା ପ୍ରସବ ବେଦନା ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷାରେ ଅଛି।


ବନ୍ୟ ପ୍ରାଣୀମାନେ ମଧ୍ୟ ତୁମ୍ଭର ସାହାଯ୍ୟ ଭିକ୍ଷା କରୁଛନ୍ତି। ଝରଣାଗୁଡ଼ିକ ଜଳଶୂନ୍ୟ ଓ ଶୁଷ୍କ। ଅଗ୍ନି ଆମ୍ଭର ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରିଛି।


ଆହାବ ଓବଦିୟକୁ କହିଲେ, “ମୋ’ ସହିତ ଆସ, ଆସ ଯିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ୱଗୁଡ଼ିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତେବେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡ଼ିବ ନାହିଁ।”


ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକେ ନିୟମ-ସିନ୍ଦୁକ ସମ୍ମୁଖରେ ଏକତ୍ରିତ ହେଲେ ଓ ଅନେକ ଗାଈ ଓ ମେଷ, ବଳିଦାନ କଲେ। ସେମାନଙ୍କର ସଂଖ୍ୟା ଅଗଣନ ଥିଲା।


ଆମୋଷ କହିଲେ: “ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ। ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ। ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।”


ଡିମ୍ବିରି ଗଛରେ ଡିମ୍ବିରି ଫଳି ନ ପାରେ, ଦ୍ରାକ୍ଷାଲତାରେ ଅଙ୍ଗୁର ଫଳି ନ ପାରେ, ଅଲିଭ ଗଛରେ ଅଲିଭ୍ ଉତ୍ପନ୍ନ ନ ହୋଇପାରେ, କ୍ଷେତରେ ଖାଦ୍ୟଶସ୍ୟ ନ ହୋଇପାରେ, ମେଣ୍ଢାଶାଳରେ ମେଣ୍ଢା ନ ରହିପାରନ୍ତି ଓ ଶସ୍ୟଖଳାରେ ଗୋରୁପଲ ନ ଥାଇ ପାରନ୍ତି।


ସେଥିସକାଶେ ଆକାଶ ବର୍ଷା ଫେରାଇ ନେଉଛି ଓ ପୃଥିବୀ ଆଉ ଶସ୍ୟ ଦେଉ ନାହିଁ।”


Swiv nou:

Piblisite


Piblisite