Biblia Todo Logo
Bib sou entènèt

- Piblisite -




ଯୋୟେଲ 1:12 - ପବିତ୍ର ବାଇବଲ

12 ଦ୍ରାକ୍ଷାଲତାଗୁଡ଼ିକ ଶୁଷ୍କ ହୋଇଛନ୍ତି ଓ ଡିମ୍ବିରି ବୃକ୍ଷ ମରି ଯାଇଛି। ସମସ୍ତ ଡାଳିମ୍ବ, ତାଳ ଓ ସେଓ ବୃକ୍ଷଗୁଡ଼ିକ ଶୁଖି ଯାଇଛି। ଲୋକମାନଙ୍କର ସମସ୍ତ ସୁଖ ମରିଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମିରି ବୃକ୍ଷ ମ୍ଳାନ ହେଉଅଛି; ଡାଳିମ୍ଵ ବୃକ୍ଷ, ମଧ୍ୟ ଖର୍ଜୂର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ, ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।

Gade chapit la Kopi

ଓଡିଆ ବାଇବେଲ

12 ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମ୍ବିରି ବୃକ୍ଷ ମ୍ଳାନ ହେଉଅଛି; ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜ୍ଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ, ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି; କାରଣ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମ୍ବିରିବୃକ୍ଷ ମ୍ଳାନ ହେଉଅଛି; ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜ୍ଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ, ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।

Gade chapit la Kopi




ଯୋୟେଲ 1:12
19 Referans Kwoze  

ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଗ୍ଭଲି ଯାଇଛି ଓ ଆମୋଦ ଦୂରୀଭୂତ ହୋଇଛି।


ଉର୍ବରାକ୍ଷେତରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହେବ ଏବଂ ଦ୍ରାକ୍ଷାକ୍ଷେତ୍ର‌ରେ ଗାନ ଓ ଆନନ୍ଦ ଧ୍ୱନି ଶୁଣାଯିବ ନାହିଁ। ଦ୍ରାକ୍ଷାକୁ କୁଣ୍ଡରେ ପଦରେ ଗ୍ଭପି କେହି ଦ୍ରାକ୍ଷାରସ ବାହାର କରିବ ନାହିଁ, କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ୱନି ନିବୃତ୍ତି କରିଅଛୁ।


ଆମ୍ଭମାନଙ୍କର ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ପରମେଶ୍ୱରଙ୍କ ମନ୍ଦିରରୁ ଗ୍ଭଲି ଯାଇଛି।


ଶସ୍ୟକ୍ଷେତ୍ର ଧ୍ୱଂସ ହୋଇଛି, ଏପରିକି ଭୂମି ମଧ୍ୟ କାନ୍ଦୁଛି। କାରଣ ଶସ୍ୟସବୁ ନଷ୍ଟ ହୋଇଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ଯାଇଛି। ଅଲିଭ ତେଲ ଶେଷ ହୋଇଯାଇଛି।


ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେହିପରି ଯୁବାମାନଙ୍କ ମଧ୍ୟରେ ପ୍ରିୟତମ। ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି ଓ ତାହାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦୁ ଲାଗିଲା।


ଖଳାରେ ଆଉ ଶସ୍ୟ ଅଛି କି? ନାଁ, କୌଣସି ଶସ୍ୟ ଖଳାରେ ନାହିଁ। ଦ୍ରାକ୍ଷାଲତାକୁ, ଡିମ୍ବିରି ଗଛକୁ, ଡାଳିମ୍ବ ବୃକ୍ଷକୁ ଏବଂ ଅଲିଭ୍ ଗଛକୁ ଲକ୍ଷ୍ୟ କର। ସେମାନେ ଫଳ ଧାରଣ କରୁଛନ୍ତି କି? ନାଁ, ସେ ସବୁ ଧାରଣ କରୁ ନାହାନ୍ତି। କିନ୍ତୁ ଆଜିଠାରୁ ଦେଖ, ସେଗୁଡ଼ିକ ଉତ୍ତମ ଫଳ ଧାରଣ କରିବେ, କାରଣ ଆମ୍ଭେ ଆର୍ଶୀବାଦ କରିବା।’”


ମୋୟାବର ବିଶାଳ ଦ୍ରାକ୍ଷାକ୍ଷେତ୍ରରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହୋଇଅଛି। ପୁଣି ମୁଁ ଦ୍ରାକ୍ଷାକୁଣ୍ଡଗୁଡ଼ିକୁ ଦ୍ରାକ୍ଷାରସ ଶୂନ୍ୟ କରିଅଛି। ଆଉ ଆଗକୁ କେହି ଆନନ୍ଦ ଉଲ୍ଲାସରେ ଦ୍ରାକ୍ଷା ମର୍ଦ୍ଦନ କରିବ ନାହିଁ। ଆନନ୍ଦଧ୍ୱନି ଲୋପ ପାଇବ।


ହୋରୋନୟିମଠାରୁ କ୍ରନ୍ଦନର ଓ ମହାବିନାଶର ଶବ୍ଦ ଶୁଣ।


ହେ ପରମେଶ୍ୱର, ତୁମ୍ଭେ ସେହି ଗୋଷ୍ଠୀର ବୁଦ୍ଧିର କାରଣ ହେବ। ତୁମ୍ଭେ ସେହି ଲୋକମାନଙ୍କୁ ସୁଖୀ କରିବ ଏବଂ ସେହି ଲୋକମାନେ ତୁମ୍ଭକୁ ସେମାନଙ୍କର ଆନନ୍ଦ ଦେଖାଇବେ। ଏହି ଆନନ୍ଦ ଶସ୍ୟ ସମୟରେ ଉଲ୍ଲାସ ପରି ହେବ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ୟକୁ ଭାଗ କଲାବେଳେ ଯେପରି ହୁଏ ସେହିପରି ହେବ।


ତୁମ୍ଭର ଗ୍ଭରାଗଛଗୁଡ଼ିକ ପ୍ରାଙ୍ଗଣରେ ବହୁମୂଲ୍ୟ ଡାଳିମ୍ବ ବୃକ୍ଷ ତୁଲ୍ୟ। ସେଠାରେ ହେନା ଗ୍ଭରାଗଛ ଅଛି।


ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।


ହେ ସଦାପ୍ରଭୁ, ତୁମ୍ଭେ ମୋତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ। ମୁଁ ବର୍ତ୍ତମାନ ବହୁତ ଖୁସୀ। ଫସଲ ଅମଳ ସମୟଠାରୁ, ଯେତେବେଳେ ଆମ୍ଭେ ଶସ୍ୟଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ, ସେତେବେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।


ଏହା ପରେ ସେମାନେ ଇଷ୍କୋଲ ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀରେ ବହନ କଲେ, ସେମାନେ ମଧ୍ୟ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ।


ଦ୍ରାକ୍ଷାଲତା ମ୍ଳାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହୋଇଯାଇଛି। ଯେଉଁ ଲୋକମାନଙ୍କର ହୃଦୟ ଖୁସୀଥିଲା ବର୍ତ୍ତମାନ ସେମାନେ ଯନ୍ତ୍ରଣାରେ ଗଁ ଗଁ କରୁଛନ୍ତି।


ପରଦିନ ପ୍ରଭାତରେ ପରମେଶ୍ୱର ସେହି ଗଛକୁ ଖାଇଦେବାକୁ ଗୋଟିଏ କୀଟ ପଠାଇଲେ। ସେହି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା।


ଆମ୍ଭେ ତୁମ୍ଭର ଶସ୍ୟକୁ ନଷ୍ଟ କରିବା ପାଇଁ କୀଟ ପଠାଇବା ନାହିଁ। ତୁମ୍ଭମାନଙ୍କର ଦ୍ରାକ୍ଷାଲତାସବୁ ଫଳ ଧାରଣ କରିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।


Swiv nou:

Piblisite


Piblisite