Biblia Todo Logo
Bib sou entènèt

- Piblisite -




ଯୋୟେଲ 1:11 - ପବିତ୍ର ବାଇବଲ

11 ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ୱରରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭେମାନେ ମଧ୍ୟ ରୋଦନ କର। କାରଣ ତୁମ୍ଭର କ୍ଷେତରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର; କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

11 ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର; କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର; କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।

Gade chapit la Kopi




ଯୋୟେଲ 1:11
8 Referans Kwoze  

ତୁମ୍ଭ ଦ୍ରାକ୍ଷାଗ୍ଭରା ଦିନେ ରୋପଣ କରୁଛ ଓ ତା'ର ଗ୍ଭରିପଟେ ବାଡ଼ ଦେଇ ଯତ୍ନ ନେଉଛ। ପରଦିନ ପ୍ରାତଃକାଳରେ ସେଗୁଡ଼ିକ ପୁଷ୍ପିତ ହେବାର ଦେଖୁଛ। ମାତ୍ର ଯେତେବେଳେ ଫଳ ଅମଳ ସମୟରେ ଫଳ ତୋଳିବାକୁ ଯାଉଛ, ଦେଖୁଛ ସେଗୁଡ଼ିକ ମରିଯାଉଛି। ରୋଗ ସମସ୍ତ ଗଛକୁ ମାରି ଦେଇଛି।


ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ୟକ୍ତି ଏଠାରେ ଅଛନ୍ତି କି? ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ୟକ୍ତି କରିବାକୁ କେହି ବ୍ୟକ୍ତି ଅଛି କି? ଦେଶ କାହିଁକି ଧ୍ୱଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦ‌ଗ୍‌ଧିଭୂତ ହେଲା, କେହି ସେଠାରେ ଯାତାୟାତ କଲେ ନାହିଁ?


ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।


ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଲୋକମାନେ ସର୍ବଶକ୍ତିମାନ ସ୍ଥାନରେ କ୍ରନ୍ଦନ କରିବେ। ପ୍ରତ୍ୟେକ ରାସ୍ତାରେ ସେମାନେ କହିବେ ହାୟ! ହାୟ! ସେମାନେ କୃଷକମାନଙ୍କୁ ଶୋକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ ଓ ପେଷାଦାର ଶୋକକାରୀମାନଙ୍କୁ ଶୋକ କରିବାକୁ ଭଡ଼ାରେ ଆଣିବେ।”


ତୁମ୍ଭେମାନେ ବାବିଲର ବୀଜବପନକାରୀଙ୍କୁ ଓ ଶସ୍ୟ ସଂଗ୍ରହକାରୀଙ୍କୁ ବିନାଶ କର। ବାବିଲକୁ ଆସିଥିବା ବନ୍ଦୀମାନେ ନିଜ ନିଜ ଲୋକଙ୍କ ନିକଟକୁ ଫେରିଯିବେ। ସେମାନେ ନିଜ ନିଜ ଦେଶକୁ ପଳାଇବେ।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “‘ତୁମ୍ଭେମାନେ ବିଳାପ କରି କୁହ, “ହାୟ ହାୟ, ସେହି ଭୟଙ୍କର ଦିନ ଆସୁଛି।”


“ଯିହୁଦା ଶୋକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହୋଇଅଛନ୍ତି। ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ଯିରୁଶାଲମର ଲୋକମାନେ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।


Swiv nou:

Piblisite


Piblisite