Biblia Todo Logo
Bib sou entènèt

- Piblisite -




ଯୋହନ 9:8 - ପବିତ୍ର ବାଇବଲ

8 କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, “ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସେହି ନୁହେଁ କି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତେଣୁ ପ୍ରତିବାସୀମାନେ, ପୁଣି ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କଅଣ ସେହି ନୁହେଁ?

Gade chapit la Kopi

ଓଡିଆ ବାଇବେଲ

8 ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କ'ଣ ସେହି ନୁହେଁ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ତା’ର ପଡ଼ୋଶୀମାନେ ଓ ଯେଉଁମାନେ ତାକୁ ଆଗରୁ ଭିକ୍ଷା କରିବା ଦେଖିଥିଲେ, ସେମାନେ ପଚାରିଲେ, “ଏ ଲୋକଟି କ’ଣ ରାସ୍ତାକଡ଼ରେ ବସି ଭିକ୍ଷା ମାଗୁ ନ ଥିଲା?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କଅଣ ସେହି ନୁହେଁ?

Gade chapit la Kopi




ଯୋହନ 9:8
9 Referans Kwoze  

ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ। ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।


ଯୀଶୁ ଯିରୀହୋ ନଗର ପାଖାପାଖି ହୋଇ ଆସିଲେ। ସେତେବେଳେ ରାସ୍ତା କଡ଼ରେ ଗୋଟିଏ ଅନ୍ଧ ବସିଥିଲା। ସେହି ଅନ୍ଧଟି ଭିକ ମାଗୁଥିଲା।


ତା'ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା।


ଆଖୀ‌ଶ୍‌ଙ୍କର ଦାସମାନେ ଏହାକୁ ପସନ୍ଦ କଲେ ନାହିଁ। ସେମାନେ କହିଲେ, “ଦାଉଦ ହେଉଛନ୍ତି ଇସ୍ରାଏଲ ଭୂଖଣ୍ତର ରାଜା। ଇସ୍ରାଏଲର ଲୋକମାନେ ତାଙ୍କ ବିଷୟରେ ନାଚି ନାଚି ଗୀତ ଗାଇ ଏହା କହିଲେ। ସେ ଲୋକମାନେ ଦାଉଦଙ୍କ ବିଷୟରେ ପରସ୍ପର ନାଚକରି କହିଥିଲେ, “ଶାଉଲ ହତ୍ୟା କଲେ ସହସ୍ର ସହସ୍ର ଦାଉଦ ହତ୍ୟା କଲେ ଅୟୁତ ଅୟୁତ”


ନୟମୀ ଏବଂ ଋତ ବୈ‌ଥ୍‌ଲେହମକୁ ଗଲେ। ସେମାନେ ଯେତେବେଳେ ବୈ‌ଥ୍‌ଲେହମରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, “ଏ କ’ଣ ପ୍ରକୃତରେ ନୟମୀ?”


ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ, ପ୍ରଭୁ ତାହାଙ୍କ ଉପରେ ଅଶେଷ ଦୟା କରିଛନ୍ତି। ସେମାନେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।


କେତେକ କହିଲେ, “ହଁ, ଏ ସେହି ଲୋକ।” କିନ୍ତୁ ଅନ୍ୟ ଲୋକମାନେ କହିଲେ, “ନାଁ, ଏ ସେହି ଲୋକ ନୁହେଁ। ଏ ଲୋକଟି ତା'ରି ଭଳି ଦେଖାଯାଉଛି।” ତେଣୁ ସେ ଲୋକ ନିଜେ କହିଲା, “ମୁଁ ସେହି ଲୋକ, ଯିଏ ପ୍ରଥମେ ଅନ୍ଧ ଥିଲା।”


Swiv nou:

Piblisite


Piblisite