Biblia Todo Logo
Bib sou entènèt

- Piblisite -




ଯୋହନ 9:11 - ପବିତ୍ର ବାଇବଲ

11 ସେ ଲୋକଟି ଉତ୍ତର ଦେଲା “ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ’ ଆଖିରେ ବୋଳି ଦେଲେ। ତା'ପରେ ସେ ମୋତେ ଶିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତା'ପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖି ପାରିଲି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲେପିଦେଲେ, ଆଉ ମୋତେ କହିଲେ, ଶିଲୋହକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି।

Gade chapit la Kopi

ଓଡିଆ ବାଇବେଲ

11 ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶିଲୋହକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ସେ ଉତ୍ତର ଦେଲା, “ଯୀଶୁ ବୋଲି ଜଣେ ଲୋକ ମାଟିରେ ଟିକିଏ କାଦୁଅ ଚକଟି ମୋ’ ଆଖିରେ ଲଗାଇଲେ ଓ ଶିଲୋହରେ ମୁହଁ ଧୋଇ ଆସିବାକୁ କହିଲେ। ସେମିତି ଯାଇ ମୁହଁ ଧୋଇବା କ୍ଷଣି ମୁଁ ଦେଖିପାରିଲି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶୀଲୋହ ପୋଖରୀକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି।

Gade chapit la Kopi




ଯୋହନ 9:11
6 Referans Kwoze  

ସେ ଲୋକ କହିଲା, “ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମୋ’ କଥା ଶୁଣୁ ନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଗ୍ଭହୁଁଛ? ତୁମ୍ଭେ ମଧ୍ୟ କ'ଣ ତାହାଙ୍କର ଶିଷ୍ୟ ହେବା ପାଇଁ ଗ୍ଭହୁଁଛ?”


ପୁଣି ସେମାନେ ବାରୂକକୁ ପଗ୍ଭରିଲେ, “ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ? ତୁମ୍ଭେ କ’ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ?”


ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡ଼ିଲା, ତୁମ୍ଭେମାନେ କ’ଣ ଭାବୁଛ ଯେ ସେମାନେ ଯିରୁଶାଲମରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ?


ଲୋକମାନେ ତାକୁ ପଗ୍ଭରିଲେ, “କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?”


ଲୋକମାନେ ତାହାକୁ ପଗ୍ଭରିଲେ, “ସେ ଲୋକ କେଉଁଠି ଅଛନ୍ତି?” ଲୋକଟି କହିଲା, “ମୁଁ ଜାଣେ ନାହିଁ।”


Swiv nou:

Piblisite


Piblisite