Biblia Todo Logo
Bib sou entènèt

- Piblisite -




ଯୋହନ 8:9 - ପବିତ୍ର ବାଇବଲ

9 ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଗ୍ଭଲି ଗଲେ। ଆଗେ ବୟସ୍କ ଲୋକେ ଓ ତା'ପରେ ଅନ୍ୟମାନେ ଗ୍ଭଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀଲୋକଟି ସେଠାରେ ରହିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରି ଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ।

Gade chapit la Kopi

ଓଡିଆ ବାଇବେଲ

9 ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ଯୀଶୁଙ୍କ କଥା ଶୁଣି ସେମାନଙ୍କ ମଧ୍ୟରୁ ସମସ୍ତେ ଜଣକ ପରେ ଜଣେ ଚାଲିଗଲେ। ବୟୋଜ୍ୟେଷ୍ଠମାନେ ପ୍ରଥମେ ପଳାଇଗଲେ। ଶେଷରେ ସେଠାରେ ରହିଗଲେ କେବଳ ଯୀଶୁ ଓ ତାଙ୍କ ସମ୍ମୁଖରେ ଠିଆହୋଇ ରହିଥିଲା ସେହି ସ୍ତ୍ରୀ ଲୋକଟି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ।

Gade chapit la Kopi




ଯୋହନ 8:9
22 Referans Kwoze  

ସେମାନେ ହୃଦୟରେ ଜାଣି ପାରନ୍ତି ଯେ କ’ଣ ଠିକ୍ ଓ କ’ଣ ଭୁଲ୍। ଯାହା ଠିକ୍ ତାହା ବ୍ୟବସ୍ଥା ଗ୍ଭହେଁ। ସେମାନେ ଠିକ୍ ଓ ଭୁଲ୍ ବିଷୟରେ ଯାହା ଅନୁଭବ କରନ୍ତି, ତାହା ଦେଖାଇ ମଧ୍ୟ ଦିଅନ୍ତି। ବେଳେବେଳେ ସେମାନଙ୍କ ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ମନ୍ଦ କାମ କଲେ, ସେମାନେ ଦୋଷୀ ହୁଅନ୍ତି ଓ ବେଳେବେଳେ ସେମାନଙ୍କର ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ଉତ୍ତମ କାମ କଲେ, ସେମାନେ ନିଜକୁ ଦୋଷୀ ବିବେଚିତ କରନ୍ତି ନାହିଁ।


କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେପରି ବାରମ୍ବାର ଅଭିଶାପ ଦେଇଅଛ।


ତୁମ୍ଭେ କହୁଛ ଲୋକେ ବ୍ୟଭିଗ୍ଭର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସେହି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ।


ଯୀଶୁ ମୁଣ୍ଡ ଟେକି ତାହାକୁ ପଗ୍ଭରିଲେ, “ସେମାନେ କୁଆଡ଼େ ଗଲେ? କ'ଣ କେହି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”


ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, “ମୁଁ ଜଗତର ଆଲୋକ, ମୋତେ ଯେଉଁ ଲୋକ ଅନୁସରଣ କରେ, ସେ କେବେ ଅନ୍ଧକାରରେ ଗ୍ଭଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।”


ଯୀଶୁ ଏ କଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସେମାନେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ, ତାକୁ ଦେଖି ସବୁ ଲୋକ ଖୁସୀ ହେଲେ।


ମୋର ଶତ୍ରୁମାନଙ୍କୁ ପରାସ୍ତ କର! ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କର। ସେମାନେ ମୋତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ସେମାନେ ଅପମାନିତ ହୁଅନ୍ତୁ।


ଅତୀତରେ, ତୁମ୍ଭେ ମନ୍ଦକାର୍ଯ୍ୟ କଲ ମୁଁ ଚୁପ୍ ରହିଲି। ତୁମ୍ଭେ ଭାବି ନେଇଛ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି। ମୁଁ ଆଉ ନୀରବରେ ରହି ପାରିବି ନାହିଁ। ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।


ସେହି ଦୁଷ୍ଟ ଲୋକମାନେ ମୋ’ ପ୍ରାଣ ନାଶ ପାଇଁ ଉଦ୍ୟମ କରୁଛନ୍ତି। ହେ ସଦାପ୍ରଭୁ, ସେହି ଲୋକମାନଙ୍କୁ ଲଜ୍ଜିତ କରି ସେମାନଙ୍କୁ ନିରାଶ କର। ମୋ’ କ୍ଷତରେ ସନ୍ତୁଷ୍ଟଲୋକ ଲଜ୍ଜିତ ହୁଅନ୍ତୁ।


ସ୍ୱର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ। ପୃଥିବୀ ତା’ ବିରୁଦ୍ଧରେ ସାକ୍ଷୀ ଦେବ।


ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”


ମୋର ପିତା ଦାଉଦଙ୍କ ବିପକ୍ଷରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛ, ଏହା ତୁମ୍ଭେ ଜାଣ। ସେହି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ।


ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫେରି ଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।


ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସେଠାକୁ ଆଣିଲେ। ସେହି ସ୍ତ୍ରୀଲକଟି ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗରେ ଠିଆ ହେବା ପାଇଁ ବାଧ୍ୟ କଲେ।


ତା'ପରେ ଯୀଶୁ ପୁଣି ଆଣ୍ଠେଇ ଭୂଇଁରେ ଲେଖିବାକୁ ଲାଗିଲେ।


Swiv nou:

Piblisite


Piblisite