Biblia Todo Logo
Bib sou entènèt

- Piblisite -




ଯୋହନ 8:41 - ପବିତ୍ର ବାଇବଲ

41 ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ଯ୍ୟ ଗୁଡ଼ିକ କରୁଛ।” କିନ୍ତୁ ଯିହୂଦୀମାନେ କହିଲେ, “ଆମ୍ଭେ ସେ ଭଳି ସନ୍ତାନ ନୋହୁଁ, ଯେଉଁମାନେ ତାହାଙ୍କ ପିତାଙ୍କ ପରିଚୟ ଜାଣନ୍ତି ନାହିଁ। ପରମେଶ୍ୱର ଆମ୍ଭର ପରମପିତା। ସେ ଆମ୍ଭର ଏକମାତ୍ର ପରମପିତା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ଵର।

Gade chapit la Kopi

ଓଡିଆ ବାଇବେଲ

41 ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ୱର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

41 ତୁମ୍ଭମାନଙ୍କ ପିତା ଯାହା କରିଥିଲେ, ତୁମେ ତାହା କରୁଛ।” ସେମାନେ ଉତ୍ତର ଦେଇ କହିଲେ: “କେବଳ ଈଶ୍ୱର ଆମ୍ଭମାନଙ୍କର ପିତା- ଆମେ ତାଙ୍କର ପ୍ରକୃତ ସନ୍ତାନ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ବର।

Gade chapit la Kopi




ଯୋହନ 8:41
17 Referans Kwoze  

ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ। ଆମ୍ଭେମାନେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର। ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ।


ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତା'ର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁଣୀ। ସେ ସର୍ବଦା ସତ୍ୟର ବିରୁଦ୍ଧ। ତା’ ଭିତରେ କୌଣସି ସତ୍ୟତା ନାହିଁ। ସେ ତା'ର ସ୍ୱଭାବରୁ ମିଛୁଆ। ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା।


ମୋତେ ପରମପିତା ଯାହା ଦେଖାଇଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।”


ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇସ୍ରାଏଲର ଯାଜକ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଯେ, ଆମ୍ଭକୁ ରକ୍ଷା କରିଛ।


ଯିହୁଦାର ଲୋକମାନେ ଅବିଶ୍ୱସ୍ତ ଥିଲେ। ଯିରୁଶାଲମ ଓ ଇସ୍ରାଏଲର ଲୋକମାନେ ବହୁତ ଘୃଣିତ କାର୍ଯ୍ୟ କରିଛନ୍ତି। ପରମେଶ୍ୱର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସେମାନେ ବିଦେଶୀ ଦେବତାର କନ୍ୟାକୁ ବିବାହ କଲେ।


ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, “ପିଲାମାନେ ସେମାନଙ୍କର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସେମାନଙ୍କର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁ ନାହଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ୟ ମନୋଭାବ ଦେଖାଉଛ। “କିନ୍ତୁ ତୁମ୍ଭେମାନେ ପଗ୍ଭର, ‘ଆମ୍ଭେମାନେ କିପରି ତୁମ୍ଭର ନାମକୁ ତାଚ୍ଛଲ୍ୟ ମନୋଭାବ ଦେଖାଇଛୁ?’


ପରମେଶ୍ୱର କହନ୍ତି, “ଇଫ୍ରୟିମ ଆମ୍ଭର ପ୍ରିୟ ପୁତ୍ର। ଆମ୍ଭେ ତାହାକୁ ପ୍ରେମ କରୁ। ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା’ ବିରୁଦ୍ଧରେ ଯାଉ, ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ। ଏଣୁ ତା’ ପାଇଁ ଆମ୍ଭର ପ୍ରାଣ ବ୍ୟାକୁଳ ହୁଏ। ଆମ୍ଭେ ପ୍ରକୃତରେ ତାକୁ ଦୟା କରିବା।” ଏହା ସଦାପ୍ରଭୁ କହନ୍ତି।


ଆମ୍ଭେ ସଦାପ୍ରଭୁ କହୁଅଛୁ, “ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ୟବହାର କରିବା, ନାନା ଦେଶୀୟମାନଙ୍କର ପରମ ରତ୍ନସ୍ୱରୂପ ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା। ପୁଣି ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ‘ପିତା’ ବୋଲି ଡାକିବ ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ।


ହେ ମୂର୍ଖ ଓ ଅଜ୍ଞାନ ଲୋକେ, ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ? ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା ନୁହନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନୁହନ୍ତି, ଯିଏ ତୁମ୍ଭଙ୍କୁ ସ୍ଥାପିତ କରିଛନ୍ତି।


“ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ, ଯେତେବେଳେ ଜଣେ ମରି ଯାଉଛି ତୁମ୍ଭର ଦୁଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ୟସ୍ଥଳ କ୍ଷୌର ହେବ ନାହିଁ।


ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ।


ସଦାପ୍ରଭୁଙ୍କର ହୋଶେୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, “ଯାଅ, ଏକ ଗଣିକାକୁ ବିବାହ କର, ଯାହାଫଳରେ ବେଶ୍ୟାର ପୁତ୍ର ଜନ୍ମ ହେବ। କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ଯ୍ୟ କରିଛନ୍ତି। ସଦାପ୍ରଭୁଙ୍କଠାରେ ଅବିଶ୍ୱସ୍ତ ହୋଇଛନ୍ତି।”


ଆମ୍ଭେ କୟିନ ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା'ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା'ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।


Swiv nou:

Piblisite


Piblisite