Biblia Todo Logo
Bib sou entènèt

- Piblisite -




ଯୋହନ 7:8 - ପବିତ୍ର ବାଇବଲ

8 ତେଣୁ ତୁମ୍ଭେମାନେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ଯିବି ନାହିଁ। ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ତୁମ୍ଭେମାନେ ଏହି ଉତ୍ସବକୁ ଯାଅ; ମୁଁ ଯାଇ ପାରିବି ନାହିଁ। କାରଣ ମୋ’ ପାଇଁ ଉପଯୁକ୍ତ ସମୟ ଆସି ନାହିଁ। କାରଣ ମୋ’ ପାଇଁ ଉପଯୁକ୍ତ ସମୟ ଆସି ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।”

Gade chapit la Kopi




ଯୋହନ 7:8
9 Referans Kwoze  

ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, “ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ଯିବା) ପାଇଁ ସମସ୍ତ ସମୟ ଉପଯୁକ୍ତ।


ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନ ପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ। କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ୍ ସମୟ ସେପର୍ଯ୍ୟନ୍ତ ଆସି ନ ଥିଲା।


ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ୍ ସମୟ ହୋଇ ନ ଥିଲା।


ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ।


ଯୀଶୁ କହିଲେ, “ନଗରରେ ଥିବା ମୋର ଜଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ ‘ଗୁରୁ କହିଛନ୍ତି ‘ମନୋନୀତ ସମୟ ଆସି ପାଖେଇ ଗଲାଣି ଓ ମୁଁ ତୁମ୍ଭ ଘରେ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।’”


ଯୀଶୁ ଉତ୍ତର ଦେଲେ, “ହେ ମା, କ'ଣ କରିବାକୁ ହେବ, ଏହା ତୁମ୍ଭେ ମୋତେ କହିବା ଉଚିତ୍ ନୁହେଁ। ମୋର ସମୟ ଏପର୍ଯ୍ୟନ୍ତ ଆସି ନାହିଁ।”


ଏ କଥା କହିବା ପରେ ଯୀଶୁ ଗାଲିଲୀରେ ରହିଗଲେ।


Swiv nou:

Piblisite


Piblisite