Biblia Todo Logo
Bib sou entènèt

- Piblisite -




ଯୋହନ 7:41 - ପବିତ୍ର ବାଇବଲ

41 ଅନ୍ୟମାନେ କହିଲେ, “ସେ ଖ୍ରୀଷ୍ଟ।” ଅନ୍ୟମାନେ କହିଲେ, “ଗାଲିଲୀରୁ ଖ୍ରୀଷ୍ଟ ଆସିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ?

Gade chapit la Kopi

ଓଡିଆ ବାଇବେଲ

41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କ'ଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

41 କେହି କେହି କହିଲେ, “ସେ ମସୀହ।” କିନ୍ତୁ ଅନ୍ୟମାନେ କହିଲେ, “ମସୀହଙ୍କ ଆବିର୍ଭାବ ଗାଲିଲୀରୁ ହୋଇ ପାରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ?

Gade chapit la Kopi




ଯୋହନ 7:41
11 Referans Kwoze  

ଯିହୂଦୀନେତାମାନେ ଉତ୍ତର ଦେଲେ, “ତୁମ୍ଭେ କ'ଣ ସେହି ଗାଲିଲୀୟମାନଙ୍କ ମଧ୍ୟରୁ ଜଣେ? ଧର୍ମଶାସ୍ତ୍ର ଗୁଡ଼ିକୁ ଅନୁସନ୍ଧାନ କର। ତୁମ୍ଭେ ଜାଣି ପାରିବ, କୌଣସି ଭବିଷ୍ୟ‌‌‌ଦ୍‌‌‌ବକ୍ତା ଗାଲିଲୀରୁ ଆସନ୍ତି ନାହିଁ।”


ନିଥନିୟେଲ ଫିଲିପ୍ପଙ୍କୁ ପଚାରିଲେ, “ନାଜରିତ! ନାଜରିତରୁ କ'ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?” ଫିଲିପ୍ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।”


ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ, “ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁସବୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ'ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।”


ଆମ୍ଭେ ତୁମ୍ଭଠାରେ ବିଶ୍ୱାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ୱରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ୟକ୍ତି।”


ଲୋକମାନେ ସେ ସ୍ତ୍ରୀକୁ କହିଲେ, “ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ୱାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ୱାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତରେ ଜଗତର ତ୍ରାଣକର୍ତ୍ତା।”


“ମୁଁ ଯାହାକିଛି କରିଛି, ପ୍ରତ୍ୟେକ କଥା ମୋତେ ଜଣେ ଲୋକ କହିଦେଲେ। ତୁମ୍ଭେ ସେହି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହୋଇ ପାରନ୍ତି।”


ସେହି ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମଶୀହ ଆସୁଛନ୍ତି।” “ଯେତେବେଳେ ମଶୀହ ଆସିବେ, ସେତେବେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦେବେ।”


ତା'ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”


ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମୋନଙ୍କ ପାଖକୁ ଗଲେ। ସେ ଶିମୋନଙ୍କୁ କହିଲେ, “ଆମ୍ଭେ ମଶୀହଙ୍କୁ ଭେଟିଛୁ।” (“ମଶୀହ” ଅର୍ଥାତ୍ “ଖ୍ରୀଷ୍ଟ।”)


କିନ୍ତୁ ଆମ୍ଭେ ଜାଣୁ ଏହି ବ୍ୟକ୍ତି କେଉଁଠାରୁ ଆସିଛି। ଯେତେବେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତେବେଳେ କେହି ତାହାଙ୍କର ଆସିବା ସ୍ଥାନ ଜାଣି ପାରିବେ ନାହିଁ।”


Swiv nou:

Piblisite


Piblisite