Biblia Todo Logo
Bib sou entènèt

- Piblisite -




ଯୋହନ 7:15 - ପବିତ୍ର ବାଇବଲ

15 ଯିହୂଦୀମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ ଲୋକ କେବେ ବିଦ୍ୟାଳୟରେ ପଢ଼ି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ତିତ ହେଲା?

Gade chapit la Kopi

ଓଡିଆ ବାଇବେଲ

15 ଏଥିରେ ଯିହୂଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

15 ଇହୁଦୀ କର୍ତ୍ତୃପକ୍ଷମାନେ ବିସ୍ମୟ ପ୍ରକାଶ କରି କହିଲେ, “କୌଣସି ବିଷୟରେ ତାଳିମ ନ ପାଇଁ ସେ ଏତେ କଥା ଜାଣିଛନ୍ତି କିପରି?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା?

Gade chapit la Kopi




ଯୋହନ 7:15
18 Referans Kwoze  

ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ୟ ବାହାରି ଆସୁଥିଲା, ସେଥିରେ ସମସ୍ତେ ବିସ୍ମିତ ହୋଇ ଯାଉଥିଲେ। ସେମାନେ କହୁଥିଲେ, “ଏ କ’ଣ ଯୋଷେଫଙ୍କ ପୁଅ ନୁହେଁ?”


ସେ ଯେଉଁଠି ପ୍ରତିପାଳିତ ହୋଇଥିଲେ ସେଠାକୁ ଗଲେ। ସେଠାରେ ଯିହୂଦୀ ସମାଜଗୃହରେ ଉପଦେଶ ଦେବା ଆରମ୍ଭ କରିଦେଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, “ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା?


ପାଉଲ ଆତ୍ମରକ୍ଷା ପାଇଁ ଏହିସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜୋ‌ର୍‌‌ରେ କହିଲେ, “ପାଉଲ, ତୁମ୍ଭେ ପାଗଳ। ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହୋଇ ଯାଇଛ।”


ମନ୍ଦିରର ସୈନ୍ୟମାନେ ଉତ୍ତର ଦେଲେ, “ସେ ଯାହା କହୁଛନ୍ତି, ତାହା ଅନ୍ୟ ସମସ୍ତଙ୍କ କଥାଠାରୁ ଅଧିକ ମୂଲ୍ୟବାନ୍।”


ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।


ଏ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତାହାଙ୍କୁ ଛାଡ଼ି ସେଠାରୁ ଗ୍ଭଲିଗଲେ।


“ଆପଣ କିଏ?” ଏହା ଯୋହନଙ୍କୁ ପଗ୍ଭରିବା ପାଇଁ ଯିରୁଶାଲମରୁ ଯିହୂଦୀ ନେତାମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ପାଖକୁ ପଠାଇଲେ। ସେ ସେମାନଙ୍କୁ ସତ କଥା କହିଲେ।


ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।


ଏଥିରେ ଯେଉଁମାନେ ପୂର୍ବରୁ ଶାଉଲଙ୍କୁ ଜାଣିଥିଲେ ସେମାନେ ଦେଖିଲେ ଯେ, ସେ ଭବିଷ୍ୟ‌ଦ୍‌ବକ୍ତାଙ୍କ ପରି ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଗହଣରେ ନାଚୁଥିଲେ ଓ ଗାଉଥିଲେ। ତା'ପରେ ଲୋକମାନେ ପରସ୍ପର କୁହାକୁହି ହେବାକୁ ଲାଗିଲେ, “କୀ‌ଶ୍‌ର ପୁତ୍ର ପ୍ରତି କ’ଣ ଘଟିଲା? ଶାଉଲ କ’ଣ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଜଣେ?”


ଯିହୂଦୀମାନେ ପର୍ବରେ ଯୀଶୁଙ୍କୁ ଖୋଜିଲେ। ସେମାନେ ପଗ୍ଭରିଲେ, “ସେହି ଲୋକଟି କାହିଁ?”


କିନ୍ତୁ ଲୋକମାନଙ୍କ ମଧ୍ୟରେ ଏପରି କେହି ସାହସୀ ନ ଥିଲେ, ଯିଏ କି ଯୀଶୁଙ୍କ ବିଷୟରେ ଖୋଲା ଖୋଲି ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ।


ସେମାନେ ଯେତେବେଳେ ପିତର ଓ ଯୋହନଙ୍କର ଏପରି ସାହସ ଦେଖିଲେ ଓ ଜାଣି ପାରିଲେ ଯେ ସେମାନେ ଅଶିକ୍ଷିତ ଓ ସାଧାରଣ ଲୋକ, ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେମାନେ ଏହା ମଧ୍ୟ ବୁଝି ପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ।


ଯଦି ତୁମ୍ଭେ କୌଣସି ଅଶିକ୍ଷିତ ଲୋକକୁ ପଢ଼ିବାକୁ ଦେବ, ସେମାନେ ମଧ୍ୟ ସାଧାରଣ ଭାବରେ କହିବେ, “ସେଗୁଡ଼ିକ ଅକ୍ଷରରେ ଛପା ହୋଇଛି। ମୁଁ ପଢ଼ିପାରିବି ନାହିଁ।”


Swiv nou:

Piblisite


Piblisite