Biblia Todo Logo
Bib sou entènèt

- Piblisite -




ଯୋହନ 7:13 - ପବିତ୍ର ବାଇବଲ

13 କିନ୍ତୁ ଲୋକମାନଙ୍କ ମଧ୍ୟରେ ଏପରି କେହି ସାହସୀ ନ ଥିଲେ, ଯିଏ କି ଯୀଶୁଙ୍କ ବିଷୟରେ ଖୋଲା ଖୋଲି ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ।

Gade chapit la Kopi

ଓଡିଆ ବାଇବେଲ

13 ତଥାପି ଯିହୂଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 କିନ୍ତୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ କେହି ତାଙ୍କ ବିଷୟରେ ପ୍ରକାଶ୍ୟରେ କଥାବାର୍ତ୍ତା ହୋଇ ପାରିଲେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ।

Gade chapit la Kopi




ଯୋହନ 7:13
13 Referans Kwoze  

ଯିହୂଦୀ ନେତାମାନଙ୍କୁ ଭୟ କରି ତା'ର ପିତାମାତା ଏପରି କହିଲେ। ସେମାନେ ସେତେବେଳକୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ୟକ୍ତି ଯୀଶୁଙ୍କୁ ମଶୀହ ବୋଲି ସ୍ୱୀକାର କରିବେ, ସେମାନେ ତାକୁ ଦଣ୍ଡଦେବେ ଓ ସେହି ଲୋକମାନଙ୍କୁ ସମାଜଗୃହରୁ ବାହାର କରିଦେବେ।


ଏହା ପରେ ହାରାମାଥୀୟାର ଯୋସେଫ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯିହୂଦୀମାନଙ୍କୁ ଯୀଶୁଙ୍କର ଶରୀର ନେବା ପାଇଁ ଅନୁମତି ଦେଲେ। ତେଣୁ ଯୋସେଫ ଆସି ଯୀଶୁଙ୍କର ଶରୀର ନେଇଗଲେ।


ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା'ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”


ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠାରେ ଯେ ନିର୍ଭର ରଖେ, ସେ ସୁରକ୍ଷିତ ହେବ।


“ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠାରେ ରହିଛି, ସେହି ନଗରରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମୋ’ ପ୍ରତି ନିଷ୍ଠାବାନ ହୋଇଅଛ ଏପରିକି, ଶୟତାନ ବାସ କରୁଥିବା ସେହି ନଗରରେ ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ୟା କରାଯିବା ସମୟରେ ମଧ୍ୟ ତୁମ୍ଭେ ମୋ'ଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରି ନ ଥିଲା।


ଯିହୂଦୀମାନେ ଉତ୍ତର ଦେଲେ, “ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହୋଇଛ। ତୁମ୍ଭେ କ'ଣ ଆମ୍ଭକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛ?” ଏହା କହି ସେମାନେ ତାକୁ ଜବରଦସ୍ତ ତଡ଼ି ଦେଲେ।


ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, “ହେ ଗୁରୁ, ଆମ୍ଭେ ଜାଣିଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେ ଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରି ପାରିବେ ନାହିଁ।”


ଏହା ପରେ ଯୀଶୁ ଗାଲିଲୀ ପ୍ରଦେଶରେ ଭ୍ରମଣ କରିବାକୁ ଲାଗିଲେ। ସେ ଯିହୂଦାରେ ଯାତ୍ରା କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଗ୍ଭହୁଁଥିଲେ।


ଯିହୂଦୀମାନେ ପର୍ବରେ ଯୀଶୁଙ୍କୁ ଖୋଜିଲେ। ସେମାନେ ପଗ୍ଭରିଲେ, “ସେହି ଲୋକଟି କାହିଁ?”


ଯିହୂଦୀମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ ଲୋକ କେବେ ବିଦ୍ୟାଳୟରେ ପଢ଼ି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?”


Swiv nou:

Piblisite


Piblisite