Biblia Todo Logo
Bib sou entènèt

- Piblisite -




ଯୋହନ 7:12 - ପବିତ୍ର ବାଇବଲ

12 ସେଠାରେ ବହୁତ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଗୋପନରେ ନିଜ ନିଜ ଭିତରେ ଯୀଶୁଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲେ। କେତେକ ଲୋକ କହିଲେ, “ସେ ଜଣେ ଉତ୍ତମ ଲୋକ।” କିନ୍ତୁ ଅନ୍ୟମାନେ କହୁଥିଲେ, “ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି।

Gade chapit la Kopi

ଓଡିଆ ବାଇବେଲ

12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ଲୋକମାନେ ତାଙ୍କ ସମ୍ପର୍କରେ ତୁନି ତୁନିତ୍ଥକଥାବାର୍ତ୍ତା ହେଉଥିଲେ। କେତେକ କହିଲେ, “ସେ ଜଣେ ଉତ୍ତମ ଲୋକ।” ଅନ୍ୟମାନେ କହିଲେ, “ନା, ସେ ଲୋକଙ୍କୁ ଭୁଲ ବାଟରେ ନେଉଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି।

Gade chapit la Kopi




ଯୋହନ 7:12
20 Referans Kwoze  

କେତେକ ଫାରୂଶୀମାନେ କହିଲେ, “ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସି ନାହିଁ।” ଅନ୍ୟମାନେ କହିଲେ, “ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ପାରିବ ନାହିଁ।” ଏହା ଯିହୂଦୀମାନଙ୍କ ମଧ୍ୟରେ ମତଭେଦ ହେଲା।


ଫାରୂଶୀମାନେ କହିଲେ, “ତାହାହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ୟ ବୋକା ବନେଇଛନ୍ତି।


ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ୟ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିରରେ କେତେକ ସୈନ୍ୟଙ୍କୁ ପଠାଇଲେ।


ଅଭିଯୋଗ ବା ବାଦାନୁବାଦ ନ କରି ପ୍ରତ୍ୟେକ କାର୍ଯ୍ୟ କର।


ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ୟ, ଖୁବ୍ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ୟୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହୋଇ ଥାଏ, ତେବେ ତା’ ନିମନ୍ତେ କିଏ ଜଣେ ମୃତ୍ୟୁ ବରଣ କରିବା ପାଇଁ ସାହସ କରିବ।


ବର୍ଣ୍ଣ‌ବ୍‌‌ବା ଜଣେ ଉତ୍ତମ ବ୍ୟକ୍ତି ଥିଲେ। ସେ ପବିତ୍ରଆତ୍ମା ଓ ବିଶ୍ୱାସରେ ପୂର୍ଣ୍ଣ ଥିଲେ। ତେଣୁ ଅନେକ ଲୋକ ତାହାଙ୍କ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେଲେ।


ଯିହୂଦୀନେତାମାନେ ଉତ୍ତର ଦେଲେ, “ତୁମ୍ଭେ କ'ଣ ସେହି ଗାଲିଲୀୟମାନଙ୍କ ମଧ୍ୟରୁ ଜଣେ? ଧର୍ମଶାସ୍ତ୍ର ଗୁଡ଼ିକୁ ଅନୁସନ୍ଧାନ କର। ତୁମ୍ଭେ ଜାଣି ପାରିବ, କୌଣସି ଭବିଷ୍ୟ‌‌‌ଦ୍‌‌‌ବକ୍ତା ଗାଲିଲୀରୁ ଆସନ୍ତି ନାହିଁ।”


ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖି କହିଲେ, “ସେ ନିଶ୍ଚୟ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା, ଯିଏ କି ଏହି ଜଗତକୁ ଆସିଛନ୍ତି।”


ଯିହୂଦୀମାନଙ୍କର ହାରାମାଥୀୟା ନଗରର ଜଣେ ଲୋକ ସେଠାରେ ଥିଲେ। ତାହାଙ୍କ ନାମ ଯୋଷେଫ। ସେ ଯିହୂଦୀ ମହାସଭାର ଜଣେ ସଦସ୍ୟ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ୱରଙ୍କ ରାଜ୍ୟକୁ ଅପେକ୍ଷା କରୁଥିଲେ। ଅନ୍ୟ ଯିହୂଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବାକୁ ସ୍ଥିର କଲାବେଳେ ସେ ସେଥିରେ ରାଜି ହୋଇ ନ ଥିଲେ।


ସେନାଧ୍ୟକ୍ଷ ସେଠାରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ୱରଙ୍କୁ ପ୍ରଶଂସା କଲେ, “ମୁଁ ଜାଣେ ଯେ, ଏହି ମନୁଷ୍ୟ ଜଣେ ଉତ୍ତମ ବ୍ୟକ୍ତି ଥିଲେ!”


ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ।


ସବୁଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଜଣେ ମହାନ୍ ଭବିଷ୍ୟ‌ଦ୍‌ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା” ଆହୁରି ମଧ୍ୟ ସେମାନେ କହିଲେ, “ପରମେଶ୍ୱର ନିଜ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସି ଯାଇଛନ୍ତି।”


ଜଣେ ଭଲ ଲୋକର ମନ ଭିତରେ ଭଲ ବିଷୟ ସଞ୍ଚିତ ହୋଇ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତରେ ଖରାପ ବିଷୟ ସଞ୍ଚିତ ହୋଇ ରିହଥାଏ। ତେଣୁ ତା’ ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତରେ ଯାହା ଥାଏ, ସେ ତାହା କହିଥାଏ।


ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନ‌ରୁ‌‌ତ୍‌‌ଥିତ ହେବି।’


ତେଣୁ ସେମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେଷ୍ଟା କଲେ। ସେମାନେ କିନ୍ତୁ ଲୋକମାନଙ୍କୁ ଡରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବୋଲି ବିଶ୍ୱାସ କରୁଥିଲେ।


ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆ‌‌‌ଲ୍‌ଜିବୂଲ୍’ କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ।


Swiv nou:

Piblisite


Piblisite