Biblia Todo Logo
Bib sou entènèt

- Piblisite -




ଯୋହନ 4:39 - ପବିତ୍ର ବାଇବଲ

39 ସେ ସହରର ଶମିରୋଣୀୟମାନଙ୍କ ଭିତରୁ ଅନେକ ଯୀଶୁଙ୍କୁ ବିଶ୍ୱାସ କଲେ। ସେ ସ୍ତ୍ରୀଲୋକ ଯୀଶୁଙ୍କ ବିଷୟରେ ଯାହା କହିଥିଲା ସେଥିପାଇଁ ସେମାନେ ବିଶ୍ୱାସ କଲେ। ସେ ସେମାନଙ୍କୁ କହିଲା, “ଯୀଶୁ ମୋତେ ମୁଁ କରିଥିବା ପ୍ରତ୍ୟେକ ଘଟଣାମାନ କହିଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ଵାସ କଲେ।

Gade chapit la Kopi

ଓଡିଆ ବାଇବେଲ

39 ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

39 ସେହି ସହରର ଅନେକ ଶମିରୋଣୀୟ ଯୀଶୁଙ୍କୁ ବିଶ୍ୱାସ କଲେ, କାରଣ ସ୍ତ୍ରୀ ଲୋକଟି ସେମାନଙ୍କୁ କହିଥିଲା, “ଅତୀତରେ ମୁଁ ଯାହାସବୁ କରିଛି, ସେସବୁ କଥା ସେ ମୋତେ କହିଦେଲେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।

Gade chapit la Kopi




ଯୋହନ 4:39
11 Referans Kwoze  

“ମୁଁ ଯାହାକିଛି କରିଛି, ପ୍ରତ୍ୟେକ କଥା ମୋତେ ଜଣେ ଲୋକ କହିଦେଲେ। ତୁମ୍ଭେ ସେହି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହୋଇ ପାରନ୍ତି।”


ଯୀଶୁ ଶମିରୋଣର ସୁଖାରରେ ଆସି ପହଞ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ଯୋଷେଫଙ୍କୁ ଦେଇଥିବା ଜମି ପାଖରେ ଥିଲା।


ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ।


ଲୋକମାନେ ସେ ସ୍ତ୍ରୀକୁ କହିଲେ, “ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ୱାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ୱାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତରେ ଜଗତର ତ୍ରାଣକର୍ତ୍ତା।”


ଏହି ବାରଜଣ ଶିଷ୍ୟଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: “କୌଣସି ଅଣଯିହୂଦୀ ଅଞ୍ଚଳକୁ ଯିବ ନାହିଁ କି ଶମିରୋଣର କୌଣସି ନଗରରେ ପ୍ରବେଶ କରିବ ନାହିଁ।


ସେ ସମୟରେ ତାହାଙ୍କ ଶିଷ୍ୟମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ।


ତେଣୁ ଲୋକମାନେ ନଗର ଛାଡ଼ି ଯୀଶୁଙ୍କୁ ଦେଖିବାକୁ ଗଲେ।


ତୁମ୍ଭେ ଯାହା ବୁଣି ନ ଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭେମାନେ ସେମାନଙ୍କ କାମରୁ ଲାଭ ପାଇଲ।”


ଶମିରୋଣୀୟମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କୁ ସେମାନଙ୍କ ସହିତ କିଛି ଦିନ ରହିବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ସେଠାରେ ଦୁଇ ଦିନ ରହିଲେ।


ସେହି ଦୁଇଜଣ ଶିଷ୍ୟ ଯୋହନଙ୍କ ଏହି କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ପଛେ ପଛେ ଗଲେ।


Swiv nou:

Piblisite


Piblisite